ମା’ଙ୍କ ଆଜ୍ଞାରେ ବୈରାଗ୍ୟ ଧାରଣ କରିଥିଲେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଆଜି ହେଉଛି ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବୈଶାଖ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ଦକ୍ଷିଣ ଭାରତର କେରଳ ରାଜ୍ୟରେ ଏକ ନମ୍ବୁଦରୀ ବ୍ରାହ୍ମଣ ପରିବାରରେ ହୋଇଥିଲା ।  କୁହାଯାଏକି ଖୁବ କମ ବୟସରୁ ଆଦି ଗୁରୁ ସମସ୍ତ ବେଦକୁ କଣ୍ଠସ୍ଥ କରି ଏଥିରେ ଵିଜ୍ଞାତା ହାସଲ କରିଥିଲେ ।  ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ହିଁ ଶଙ୍କରଙ୍କ ପ୍ରତିଭା ଜଣାପଡିଥିଲା ।  ଆଜି ତାଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ସହ ଜଡିତ କିଛି କଥା ଜାଣିବା ।  ଶଙ୍କରାଚାର୍ଯ୍ୟ ହିଁ ହିନ୍ଦୁ ଧର୍ମର ଧ୍ବଜାକୁ ଭାରତର ଚାରି ଦିଗରେ ସ୍ଥାପନ କରିଥିଲେ | ଅର୍ଥାତ ଦେଶର ଚାରି ଦିଗରେ ମଠ ସ୍ଥାପନା କରିଥିଲେ ।  ଯାହାକୁ ଶଙ୍କରାଚାର୍ଯ୍ୟ ମଠ ଭାବରେ ଜଣାଯାଏ ।  ଭଗବାନ ଶିବଙ୍କ ଏକ ଅବତାର ଭାବେ ତାଙ୍କୁ ଧରାଯାଏ ।  ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିଥିବା ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ଆଜକୁ ୧୨୦୦ ବର୍ଷ ପୂର୍ବେ କେରଳର କୋଚିନ ଠାରୁ ୫ ରୁ ୬ ମାଇଲ ଦୂର କାଳଟି ନାମକ ଏକ ଗାଁରେ ହୋଇଥିଲା ।

shankaracharjya

ବିବାହରର ଅନେକ ବର୍ଷ ପରେ ଏଠାକାର ଅଧିବାସୀ ବ୍ରାହ୍ମଣ ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିଲେ ।  ଏଣୁ ସ୍ୱାମୀ ସ୍ତ୍ରୀ ଦୁହେଁ ଭଗବାନ ଶଙ୍କରଙ୍କ ଆରାଧନା କଲେ ।  ସେମାନଙ୍କ କଠିନ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ତାଙ୍କୁ ସ୍ୱପ୍ନାଦେଶ ଦେବା ସହ ବର ମାଗିବାକୁ କହିଥିଲେ ।  ବର ଆକାରରେ ବ୍ରାହ୍ମଣ ଦମ୍ପତ୍ତି ଏମିତି ଏକ ପୁତ୍ର ସନ୍ତାନ ମାଗିଲେ ଯିଏ ଦୀର୍ଘାୟୁ ହେବା ସହ ଦୂରଦୂରାନ୍ତ ପର୍ଯ୍ୟନ୍ତ ତାର ପ୍ରସିଦ୍ଧି ଲାଭ କରି ପାରୁଥିବ ।  ଏହାର ଜବାବରେ ଶଙ୍କର ମହାଦେବ କହିଥିଲେ କୌଣସି ବ୍ୟକ୍ତି ଦୀର୍ଘାୟୁ ହୋଇପାରିବ ନଚେତ ସର୍ବଜ୍ଞ ହୋଇପାରିବ ।  ଏକା ସାଥିରେ ଦୁଇଟି କେବେ ବି ସମ୍ଭବ ନୁହେଁ | ଏହା ପରେ ଦମ୍ପତ୍ତି ସର୍ବଜ୍ଞ ସନ୍ତାନ ଟିଏ ପାଇଁ ପ୍ରାର୍ଥନା କରିଥିଲେ ।

shankracharjya

ବରଦାନ ଦେବା ପରେ ସ୍ଵୟମ ମହାଦେବ ସେମାନଙ୍କ ଘରେ ପୁତ୍ର ସନ୍ତାନ ରୂପରେ ଜନ୍ମ ନେଇଥିଲେ ।  ଶଙ୍କରଙ୍କ ଆଶୀର୍ବାଦରେ ମିଳିଥିବାରୁ ପିତାମାତା ଦୁହେଁ ପୁତ୍ରର ନାଁ ଶ୍ରଦ୍ଧାରେ ଶଙ୍କର ରଖିଲେ ।  ଶଙ୍କରଙ୍କୁ ମାତ୍ର ତିନି ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କର ନିଧନ ହୋଇଥିଲା ।  ଖୁବ କମ ବୟସରେ ସେ ବେଦ ଅଧ୍ୟୟନ କରିବା ସହ ୧୨ ବର୍ଷ ବୟସରେ ସମସ୍ତ ଶାସ୍ତ୍ର କଣ୍ଠସ୍ଥ କରିଦେଇଥିଲେ ।  ଆଉ ମାତ୍ର ୧୬ ବର୍ଷ ବୟସରେ୧୦୦ ରୁ ଅଧିକ ଗ୍ରନ୍ଥ ରଚନା କରିଥିଲେ ।  ମା’ ଙ୍କ ଆଜ୍ଞାରେ ସେ ବୈରାଗ୍ୟ ଧାରଣ କରିବା ସହ ମାତ୍ର ୩୨ ବର୍ଷ ବୟସରେ କେଦାରନାଥ ଧାମରେ ସମାଧିସ୍ଥ ହୋଇଥିଲେ ।  ଶଙ୍କର ଜନ୍ମନେଇଥିବା ନମ୍ବୁଦରୀ ବ୍ରାହ୍ମଣ କୁଳ ବିଶେଷତଃ ବଦ୍ରୀନାଥ ମନ୍ଦିରରେ ପୂଜାର୍ଚନା କରନ୍ତି ।  ଏହା ବ୍ୟତୀତ ଜ୍ୟୋତିର୍ମଠସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗାଦିରେ ନମ୍ବୁଦରୀ ବ୍ରାହ୍ମଣ ଉପବେଶନ କରନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.