ୟାଙ୍କ ପାଇଁ କ୍ରିକେଟ ପେସା ନୁହେଁ ନିଶା, ୮୦ ହଜାର କୋଟିର ସମ୍ପତ୍ତି ଛାଡି ମାତ୍ର ୩୦ ଲକ୍ଷ ଟଙ୍କା ପାଇଁ ଖେଳୁଛନ୍ତି IPL

ଆପଣ ପିଲାମାନଙ୍କୁ ଏପରି କହିବାରେ ବହୁତ ଶୁଣିଥିବେ ଯେ ‘ମୋ ବାପାଙ୍କର ତ ଏତେ ଜମିବାଡି ଟଙ୍କା ଅଛି, ବସି ଖାଇଲେ ନଇ ବାଲି ସରିବନି, ମୋତେ ଆଉ କଣ କାମ କରିବା ଆବଶ୍ୟକ।’ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଏହି କଥାକୁ ଏକଦମ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି। ବାପାଙ୍କର ପରିଚୟରେ ନୁହେଁ ବରଂ ନିଜେ ଗଢ଼ି ତୋଳିଛନ୍ତି ନିଜର ପରିଚୟ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ IPL ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ବାପାଙ୍କ ୮୦ ହଜାର କୋଟି ଟଙ୍କାକୁ ଛାଡି ଖେଳ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ବିଳମ୍ବ ନ କରି ଆସନ୍ତୁ ଜାଣିବା କିଏ ସେହି ଖେଳାଳୀ।

aryamanଆମେ ଆପଣଙ୍କୁ କହୁଛୁ ଆଇପିଏଲ ଖେଳାଳୀ ଆରିୟମାନ ବିର୍ଲାଙ୍କ ବିଷୟରେ। ତେବେ ତାପୂର୍ବରୁ ଆମେ କହିବାକୁ ଚାହିଁବୁ ଯେ ଆପଣ ତ ଜାଣିଛନ୍ତି ଆଇପିଏଲ ହେଉଛି ଏକ ଏମିତି ଦୁନିଆ। ଯେଉଁଠି ଆପଣଙ୍କ ବ୍ୟାଟ୍‌ ଥରେ ଚାଲିଯାଏ ତ ଜାଣିନିଅନ୍ତୁ ଯେ ଆପଣଙ୍କ ଲାଇଫ ସେଟ୍‌। ତେବେ ଅନ୍ୟପଟେ ଆଇପିଏଲ କାହା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇଥାଏ ତ ଆଉ କାହା ପାଇଁ ଏହା ଫ୍ୟାସନ। କାରଣ ଆଇପିଏଲରୁ ମିଳିଥାଏ କୋଟି କୋଟି ଟଙ୍କା। ତେବେ ଏହି ଆରିୟମାନ ବିର୍ଲା ଜଣେ ଏମିତି ଖେଳାଳୀ ଯିଏ ପୂର୍ବରୁ ହିଁ କୋଟିପତି କିନ୍ତୁ ସଉକ ପାଇଁ ସେ ଆଇପିଏଲ ଖେଳିବାକୁ ପସନ୍ଦ କରନ୍ତି।

birlaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆରିୟମାନ ବିର୍ଲାଙ୍କୁ ବିଗତ ବର୍ଷରେ ରାଜସ୍ତାନ୍ ରୟାଲ୍ କିଣି ଥିବାର ଆପଣ ମାନେ ଜାଣି ଥିବେ ତାହା ବି ମାତ୍ର 30 ଲକ୍ଷ ଟଙ୍କାରେ। ଏହା ତାଙ୍କ ନଜରରେ ଦେଖିଲେ ନିଶ୍ଚିତ ଭାବେ କମ୍ ହେବ କାହିଁକିନା ଆରିୟମାନ ବିର୍ଲା ହେଉଛନ୍ତି ଆଦିତ୍ୟ ବିର୍ଲା ଗୃପର ଚେୟାର ମ୍ୟାନ ମଙ୍ଗଳଙ୍କ ଏକ ମାତ୍ର ପୁଅ ଆରିୟମାନ ବିର୍ଲା ।

ତେବେ ଏହା ନିଶ୍ଚିତ ଭାବେ ଆରିୟମାନ ବିର୍ଲାଙ୍କ ପାଇଁ ପ୍ୟାସନ। ସେ ଟଙ୍କା ନୁହେଁ ନିଜର ସଉକ ପୂରଣ କରିବା ପାଇଁ ନିଜକୁ କ୍ରିକେଟର କରି ଗଢ଼ି ତୋଳିଛନ୍ତି। ଆଉ ବାପାର ଟଙ୍କାରେ ନୁହେଁ ନିଜେ ସୃଷ୍ଟି କରିପାରିଛନ୍ତି ନିଜର ପରିଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.