ହାତୀ ଛୁଆ ପାଳନ କଲା ଜନ୍ମ ଦିନ, ଭିଡିଓ ଭାଇରାଲ

ତାମିଲନାଡୁ : ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଭିଡିଓ ଆସିଥାଏ । ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ଭିତରେ ଏକ ହାତୀ ଛୁଆର ଜନ୍ମ ଦିନ ପାଳନ ଭିଡିଓ ଖୁବ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ବି କ୍ଷଣିକ ପାଇଁ ଆନନ୍ଦ ଅନୁଭବ କରିବେ । ଭିଡିଓରେ ହାତୀ ଛୁଆଟିର ଜନ୍ମ ଦିନ ପାଳନ ବେଳେ ସେ ଖୁବ୍‌ ଉତ୍ସାହିତ ଥିବା ଦେଖାଯାଇଛି ।

ତାମିଲନାଡୁ ତିରୁଚିରାପଲ୍ଲୀରେ ଥିବା ଜମ୍ବୁକେଶ୍ୱର ମନ୍ଦିରର ଏହି ହାତୀ ଛୁଆଟିର ନାମ ଅକିଲା । ମନ୍ଦିରର ଭକ୍ତଗଣ ଏହି ହାତୀର ଜନ୍ମ ଦିନ ପାଳନ ନେଇ ଖୁବ ଉତ୍ସାହିତ ଥିବା ଦେଖାଯାଇଛି । ଜନ୍ମ ଦିନ ଅବସରରେ ହାତୀଟିକୁ ଏକ ବାଇଗଣୀ ରଂଗର କପଡା ପିନ୍ଧାଇ ଦେଇଛନ୍ତି । ହାତୀଟିକୁ ଫୁଲ ମାଳରେ ସଜାଇବା ସହ ତାକୁ ବିଭିନ୍ନ ପ୍ରକାର ଫଳ ମୂଳ ଖାଇବାକୁ ଦେଇଛନ୍ତି । ହାତୀ ଛୁଆଟି ଖୁବ ଆନନ୍ଦର ସହ ଫଳଗୁଡିକୁ ଖାଇବା ସହ ମୁଣ୍ଡ ହଲାଇ କୃତଜ୍ଞତା ଜଣାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଦେଖଣାହାରୀ ଏହି ଦୃଶ୍ୟକୁ ବଡ଼ ଆନନ୍ଦର ସହ ଉପଭୋଗ କରୁଛନ୍ତି ଏବଂ ଉଚ୍ଚ ସ୍ୱରରେ ‘ହାପି ବାର୍ଥ ଡେ ’ ବୋଲି କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ହାତୀ ଆମର ପରିବେଶ ପାଇଁ ବହୁତ ଅନୂକୁଳ ହୋଇଥିବା ବେଳେ ମଣିଷର ଜଣେ ବଡ଼ ବନ୍ଧୁ । ଆମର ପରମ୍ପରାରରେ ହାତୀକୁ ପୂଜା କରିବାର ବିଧି ରହିଛି । ହାତୀର ଏହି ଜନ୍ମଦିନ ଭିଡିଓଟିକୁ ଲୋକେ ଖୁବ ମନଭରି ଉପଭୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.