ଗାଲଫ୍ରେଣ୍ଡ ହୁଅ, ମାସକୁ ୨ଲକ୍ଷ ରୁ ଅଧିକ ଟଙ୍କାର ଦରମା ନିଅ.. ଏଭଳି ପୋଷ୍ଟ ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କେଉଁଠି ଆରମ୍ଭ ହୋଇଛି ଏହି ବ୍ୟବସ୍ଥା

ବିଜ୍ଞାପନର ଅନେକ ଖବର ପ୍ରାୟ ସମୟରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପାଲଟିଯାଏ। ଏମିତିରେ ସୋସିଆଲ ମିଡ଼ିଆରେ ଅନେକ ଖବର ଏବେ ଭାଇରାଲ ହେବାକୁ ଲାଗୁଛି। କାରଣ ଏଥିରେ ଖବର ହିଁ ଥାଏ ଆଶ୍ଚର୍ଯଜନକ। ଏଥିରେ ଯାହା ଡିମାଣ୍ଡ କରାଯାଏ ତାହାକୁ ନେଇ ବେଶ ଚର୍ଚ୍ଚା ଲାଗି ରୁହେ। ଏମିତି ଏକ ମାମଲା ଥାଇଲାଣ୍ଡରୁ ଆସିଛି। ଏଠାରେ ଦୁଇ ଜଣ ପୁଅ ନିଜ ପାଇଁ ଗାଲଫ୍ରେଣ୍ଡର ବିଜ୍ଞାପନ ଦେଇଛନ୍ତି। ବିଜ୍ଞାପନ ମୁତାବିକ ଏହି ପୁଅଙ୍କୁ ଗାଲଫ୍ରେଣ୍ଡ ଦରକାର। ଯେଉଁଥିପାଇଁ ସେମାନେ ଦୁଇ ଲକ୍ଷ ଟଙ୍କାର ମାସିକ ସାଲେରୀ ମଧ୍ୟ ରଖିଛନ୍ତି।

ଥାଇଲାଣ୍ଡର ମିଡ଼ିଆ ରିପୋର୍ଟ ମୁତାବିକ ଏହି ଦୁଇ ଜଣ ପୁଅ ହେଉଛନ୍ତି ଚୀନ ର କିନ୍ତୁ ଏମାନଙ୍କୁ ଥାଇଲାଣ୍ଡର ଗାଲଫ୍ରେଣ୍ଡ ଦରକାର। ଏହି ଦୁ ଇ ପୁଅଙ୍କ ସାଙ୍ଗ ଏପରି ବିଜ୍ଞାପନ ବାହାର କରିଥିଲେ। ଏହାସହ ରଖିଥିଲେ କିଛି ସର୍ତ୍ତ। ଗାଲଫ୍ରେଣ୍ଡ ହେବା ପରେ ମାସିକ ସେମାନଙ୍କୁ ୨ଲକ୍ଷ ଟଙ୍କା ସାଲେରୀ ମିଳିବ। ଆଉ ଯଦି ଦରକାର ପଡ଼େ ତେବେ ସାଲେରୀ ବଢ଼ାଇ ମଧ୍ୟ ଦିଆଯିବ।

ତେବେ ସେ ଦୁଇ ପୁଅଙ୍କ ସାଙ୍ଗ ଜଣେ ଝିଅ ଥିଲେ । ଯିଏ କି ଏହି ବିଜ୍ଞାପନ ବାହାର କରିଥିଲେ। ଏହି ସର୍ତ୍ତରେ ଗଲଫ୍ରେଣ୍ଡର ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ସେମାନଙ୍କୁ ମାସିକ ୨.୧୬ ଲକ୍ଷ ଟଙ୍କା ମିଳିବ। ଏମାନଙ୍କୁ କେବଳ ଥାଇ ଗାଲଫ୍ରେଣ୍ଡର ଆବଶ୍ୟକତା ରହିଛି। ସେମାନଙ୍କୁ ଚୀନ ର ଭାଷା ଜଣାଥିବା ଜରୁରୀ। ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିିଛି। ଅନେକ ଜଣ ଏହାକୁ ନେଇ କମେଣ୍ଟ ମଧ୍ୟ ଦେଇଛନ୍ତି।

ତେବେ ଏଭଳି ପୋଷ୍ଟ ଦେଖି ସମସ୍ତେ ରିଆକ୍ଟ କରିବା ବି ଅତି ସାଧାରଣ କଥା। ଯାହାଦ୍ୱାରା କି ଏହା ଭାଇରାଲ ହେଉ ଛି। ଏମିତି ବିବାହ ତଥା ରିଲେସନସିପକୁ ନେଇ ଅନେକ ଖବର ଭାଇରାଲ ହୋଇଥାଏ। ଏହି ଖବର ହୁଏତ ଆମ ଦେଶ ଭାରତର ନୁହେଁ। କିନ୍ତୁ ଆପଣଙ୍କୁ ଏହି ଖବର ଜାଣି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Leave A Reply

Your email address will not be published.