ସ୍ପେଶାଲ

ମାତ୍ର ୯ ମିନିଟରେ ୧୧୧ଟି ଶ୍ଳୋକ ଗାଇ ଚର୍ଚ୍ଚାରେ ଆଦ୍ୟାଜ୍ୟୋତି, ୱାର୍ଲ୍ଡ ରେକର୍ଡ କରି ସାଉଣ୍ଟୁଛନ୍ତି ପ୍ରଶଂସା

ଆଧୁନିକ ଯୁଗରେ ପିଲାଙ୍କ ଭିତରେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଆପଣ ଖୁବ କମ ଦେଖିବାକୁ ପାଉଥିବେ।  କିନ୍ତୁ ଆମେ ଏମିତି ଜଣଙ୍କ ଠିକଣା ପାଇଯାଇଚୁ ଯେଉଁଠି ଭାଇ ଭଉଣୀ ଉଭୟ   ଆଧ୍ୟାତ୍ମିକତା ପ୍ରତି ରୁଚି ରଖି ୱାର୍ଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଏଭଳି ଆଧ୍ୟାତ୍ମିକତା ର ପ୍ରଚାର କରି ସେ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ରେକର୍ଡ କରିପାରିଛନ୍ତି । ଯାଜପୁର ସହରର ବିବିସରାଇ ଅଂଚଳର ଭାଈ ଓ ଭଉଣୀ  ସାଇ ଆଦ୍ୟାଜ୍ୟୋତି ଦାସ ଏବଂ ଅଭିରାମ ଦାସ ଙ୍କର ଆଧ୍ୟାତ୍ମିକା ପ୍ରତି ରହିଥିବା ରୁଚି ତାଙ୍କୁ ଆଜି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଉଭୟ ଗୀତା, ଭାଗବତ, ମହାଭାରତ, ରାମାୟଣ, ରାମଚରିତ ମାନସ, ବିଷ୍ଣୁପୁରାଣ ଭଳି ପୌରାଣିକ କଥାବସ୍ତୁ ଉପରେ ନିଜର ଦଖଲ କରିପାରିଛନ୍ତି । ଏଥିପାଇଁ ନିକଟରେ ଭଉଣୀ ଆଦ୍ୟାଜ୍ୟୋତି ୱାର୍ଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସମ୍ବର୍ଦ୍ଧିତ କରି ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି ।
ବିବିସରାଇ ଅଂଚଳରେ ଏହି ଭାଈ ଓ ଭଉଣୀଙ୍କ ଆଧ୍ୟାତ୍ମିକତା ର ପ୍ରଚାର ପ୍ରସାର କୁ ନେଇ ଏବେ ଚର୍ଚ୍ଚାରେ । ବାପା ଆଦିତ୍ୱ ଦାସ ଏବଂ ମା ଜ୍ୟୋତି ପ୍ରଭା ଦାସ ଙ୍କ ଏହି ଦୁଇ ଭାଈ ଭଉଣୀ ଙ୍କ ଭକ୍ତିଭାବ ଏବଂ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ସବୁ ଆଡେ ଛୁଟୁଛି ପ୍ରଶଂସାର ସୁଅ । ମାତ୍ର ୧୩ ବର୍ଷ ବୟସରେ ଭଉଣୀ ଆଦ୍ୟା ଜ୍ୟୋତି ଗୀତା,ଭାଗବତ, ମହାଭାରତ ,ରାମାୟଣ, ରାମଚରିତ ମାନ,ବିଷ୍ଣୁପୁରାଣ ଭଳି ପୌରାଣିକ କଥାବସ୍ତୁ ଉପରେ ନିଜର ଦଖଲ କରିପାରିଛନ୍ତି । ଗୀତାର ୧୮ ଅଧ୍ୟାୟରୁ ୧୩ ଅଧ୍ୟାୟ ସଂପୁର୍ଣ୍ଣ କଣ୍ଠସ୍ଥ କରିସାରିଛନ୍ତି । ସେହିଭଳି ସାନଭାଇ ଅଭିରାମ ମଧ୍ୟ ୯ମ ଅଧ୍ୟାୟ ପର୍ଯ୍ୟନ୍ତ କଣ୍ଠସ୍ଥ କରିସାରିଛନ୍ତି । ପୂର୍ବରୁ ଆଦ୍ୟାଜ୍ୟୋତି ୧ ମିନିଟରେ ୧୭ ଟି ସ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକଡ୍ସରେ ସ୍ଥାନ ପାଇଥିବା ବେଳେ ନିକଟରେ ୯ ମିନିଟରେ ୧୧୧ ଟି ସ୍ଲୋକ ଗାଇ ୱାର୍ଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ରେ ସ୍ଥାନ ପାଇ ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି ।
ଉଭୟ ଏବେ ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ନାନା ପ୍ରଶଂସା ସାଉଂଟୁଛନ୍ତି । ବାପା ଆଦିତ୍ୱ ଜଣେ ଅଭିରାମ ପରମହଂସଙ୍କ ଆଶ୍ରିତ ଭକ୍ତ । ଏଥିପାଇଁ ଉଭୟ ସାଧୁସନ୍ଥ ମାନଙ୍କ ସହିତ ମିଶିବାର ସୁଯୋଗ ପାଇଥିଲେ । ସେହି ଠାରୁ ବିଭିନ୍ନ ସାଧୁସନ୍ଥଙ୍କ ପ୍ରେରଣା ପାଇ ସେମାନେ ଆଜି ଏଭଳି ବିରଳ ସପଂଳତା ପାଇଛନ୍ତି ବୋଲି ବାପା କହିଛନ୍ତି । ଏଥିସହିତ ଉଭୟ ଭାଇ ଭଉଣୀ ରାଜ୍ୟର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ରୁ ପୁରସ୍କୃତ ହୋଇଛନ୍ତି ।

D Sonali

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

5 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

5 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago