ଏଠାର ମହିଳାମାନେ ଅର୍ଦ୍ଧନଗ୍ନ ହୋଇ ରାଜାଙ୍କ ସାମ୍ନାରେ କରିଥାନ୍ତି ନୃତ୍ୟ, ଜାଣନ୍ତୁ କେଉଁ ଦେଶରେ ଏମିତି ପରମ୍ପରା

ବିଶ୍ବରେ ଏଭଳି କିଛି ଦେଶ ରହିଛି ଯାହା ନିଜର ଭିନ୍ନ ଭିନ୍ନ ପ୍ରକାର ନିୟମକୁ ନେଇ ବିଶ୍ବ ବିଖ୍ୟାତ। ଏଭଳି ଏକ ଦେଶ ହେଉଛି ସୁଇଜରଲ୍ୟାଣ୍ଡ, ଯେଉଁଠାର ଭିନ୍ନ ପରମ୍ପରା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ସୁଇଜରଲ୍ୟାଣ୍ଡ ହେଉଛି ଏକ ଆଫ୍ରିକୀୟ ଦେଶ। ଗତ ବର୍ଷ ଏଠାର ରାଜା ମସ୍ବାତୀ ତୃତୀୟ ଦେଶର ନାମ ବଦଳାଇ ‘ଦ କିଙ୍ଗଡମ ଅଫ ଇସ୍ବାତିନୀ’ ରଖିଥିଲେ। ଦେଶ ସ୍ବାଧୀନ ହେବାର ୫୦ ବର୍ଷ ପୂରଣ ପରେ ଏଠାରେ ଅଦ୍ଭୁତ ଘୋଷଣା କରାଯାଇଥିଲା।

swaziland-ଏହି ଦେଶରେ ପ୍ରତ୍ୟେକ ବର୍ଷ ଅଗଷ୍ଟ- ସେପ୍ଟେମ୍ବର ମାସରେ ମହାରାଣୀଙ୍କ ମା’ ଙ୍କ ଗାଁ ଲୁଦଜିଜିନୀରେ ‘ଉମଲାଲାଙ୍ଗା ସେରିମନି’  ହୋଇଥାଏ। ଯେଉଁଥିରେ ୧୦ ହଜାରୁ ଅଧିକ କୁଆଁରୀ ଝିଅ ଏବଂ ପିଲାମାନେ ଭାଗ ନେଇଥାନ୍ତି। ଏହି ଉତ୍ସବରେ କୁଆଁରୀ ଝିଅମାନେ ରାଜାଙ୍କ ସାମ୍ନାରେ ନୃତ୍ୟ କରିଥାନ୍ତି। ନ୍ୟାସନାଲ ଜୋଗ୍ରାଫିକ୍ ରିପୋର୍ଟ ଅନୁଯାୟୀ, ଏହି ଝିଅମାନଙ୍କ ମଧ୍ୟରେ ରାଜା ତାଙ୍କର ନୂଆ ରାଣୀ ବାଛିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଝିଅମାନେ ବିନା ପୋଷାକରେ ରାଜା ଏବଂ ସମସ୍ତ ପ୍ରଜାଙ୍କ ସାମ୍ନାରେ ନୃତ୍ୟ କରିଥାନ୍ତି।

Swazilandଏଠାର ବୟସ୍କ ମହିଳାମାନେ ଝିଅମାନଙ୍କୁ ବିବାହ ହେବା ପର୍ଯ୍ୟନ୍ତ ନିଜର ଶରୀରକୁ ସୁନ୍ଦର ରଖିବା ପାଇଁ ଶିଖାଇଥାନ୍ତି। ଏହି ଫେଷ୍ଟିଭାଲର ଖାସ୍ କଥା ହେଉଛି ଏଥିରେ ଝିଅମାନେ ନିଜ ପରମ୍ପରା ବିଷୟରେ ବୁଝିବା ସହ ଶିଖିବାର ସୁଯୋଗ ମଧ୍ୟ ପାଇଥାନ୍ତି।
ରିପୋର୍ଟ ଅନୁଯାୟୀ ଯଦି ଏଠାର ଝିଅମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥାନ୍ତି ତେବେ ତାଙ୍କର ପରିବାରକୁ ଜରିମନା ଦେବାକୁ ପଡ଼ିଥାଏ। ଜରିମନା ହିସାବରେ ଲୋକମାନଙ୍କୁ ଏକ ଗାଈ ଦେବାକୁ ପଡ଼ିଥାଏ।

ଏହି ଦେଶର ରାଜା ୧୪ ଥର ବିବାହ କରିଛନ୍ତି। ତାଙ୍କର ୨୫ ଜଣ ପିଲାମଧ୍ୟ ରହିଛନ୍ତି। ରିପୋର୍ଟ ଅନୁଯାୟୀ ଏଠାର ଲୋକମାନେ ଦୁଇ ଜଣଙ୍କୁ ବିବାହ କରିବା ପାଇଁ ରାଜା ଆଦେଶ ଦେଇଥାନ୍ତି, ନଚେତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଏ। କିନ୍ତୁ ଏହି ସୂଚନାକୁ ରାଜା ଖାରଜ କରିଛନ୍ତି।ସେ ଏଭଳି କୌଣସି ଆଦେଶ ଜାରି କରିନଥିବା କଥା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.