ବିବାହର ୧୭ ଦିନ ପରେ ସ୍ୱାମୀ ନେଲେ ଏଭଳି ନିଷ୍ପତ୍ତି: ନବବିବାହିତା ସ୍ତ୍ରୀକୁ ପ୍ରେମିକ ସହିତ କରାଇଲେ ବିବାହ

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥିବେ, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇବାକୁ ନେଇ ଚର୍ଚ୍ଚାରେ। କେବଳ ଏତିକି ନୁହେଁ ଉକ୍ତ ପ୍ରେମିକଙ୍କୁ ସ୍ତ୍ରୀଙ୍କୁ ଦେବା ପୂର୍ବରୁ ସେ ପୋଲିସ ଷ୍ଟେଶନରେ ଏକ ଚୁକ୍ତି କରିଥିଲେ। ଏହି ପ୍ରକ୍ରିୟା ଶେଷ ହେବା ପରେ ନବବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କୁ ହସ୍ତାନ୍ତର କରାଯାଇଥିଲା।

ରାଞ୍ଚି ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ନିକଟସ୍ଥ ଚିପ୍ରାର ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ସେ ବିବାହ ପରେ ସ୍ବାମୀଙ୍କ ନିକଟତର ହେବା ତ ଦୂରର କଥା ପାଖ ମାଡ଼ି ନ ଥିଲେ । ୧୭ ଦିନ ପରେ ସୁଯୋଗ ମିଳିବା କ୍ଷଣି ସେ ଘରୁ ପଳାଇ ଯାଇଥିଲେ। ଉକ୍ତ ଯୁବକଙ୍କ ଘରଲୋକ ଜାଣିବା ପରେ ଯୁବତୀଙ୍କ ପରିବାରଲୋକଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ସନ୍ଦେହ ଆଧାରରେ ତୁରନ୍ତ ଯୁବତୀଙ୍କ ପୁରୁଣା ପ୍ରେମିକଙ୍କ ଘରେ ସମସ୍ତେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଇଥିଲେ। ସେଠାରେ ଉଭୟ ପରିବାରଲୋକେ ନବବିବାହିତାଙ୍କୁ ବହୁତ ବୁଝାଇଥିଲେ। ହେଲେ ସେ ପ୍ରଥମେ ଫେରିବାକୁ ମନା କରିଥିଲେ। ପରେ ବହୁ ମନାଇବା ପରେ ଶାଶୁଘରକୁ ଆସିଥିଲେ। ସେଠାରେ ରହିବାକୁ ମଧ୍ୟ ସେ ପ୍ରସ୍ତୁତ ନ ଥିଲେ। ଧିରେ ଧିରେ ସେ ସ୍ବାମୀ ଓ ପରିବାରସଦସ୍ୟଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଏହାପରେ ପୁଅ ମଧ୍ୟ ବଧୂ ସହ ରହିବାକୁ ମନା କରିଦେଇଥିଲେ।

ଶେଷରେ ସେ ପତ୍ନୀ ପୂର୍ବରୁ ଜଣଙ୍କୁ ପ୍ରେମ କରୁଥିବା ଜାଣିଥିଲେ। ପରିବାରଲୋକେ ତାଙ୍କୁ ବାଧ୍ୟରେ ବିବାହ କରାଇଥିବା ବରର ମା’ ଜାଣିଥିଲେ। ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକଙ୍କ ସହ ଲଗାତାର ଫୋନରେ କଥା ହେଉଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ ନିଶ୍ଚିତ କରିଥିଲେ। ପୋଲିସ ଷ୍ଟେଶନରେ ଏକ ଚୁକ୍ତିନାମା କାଗଜ ପ୍ରସ୍ତୁତ କରାଯାଇଥିଲା। ସେଥିରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ରହିବାକୁ ରାଜି ଥିବା ନେଇ କହିଥିଲେ। ତାହା ହିଁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.