୫୦ ବର୍ଷ ପରେ ପଡ଼ୁଛି ଅଦ୍ଭୁତ ସଂଯୋଗ! ମଙ୍ଗଳ ରୋହିଣୀ ନକ୍ଷତ୍ରରେ ଏଥର ପାଳନ କରାଯିବ ଅକ୍ଷୟ ତୃତୀୟା; ୪ ଗ୍ରହର ରହିବ ବିଶେଷ ସ୍ଥିତି

ବୈଶାଖ ଶୁକ୍ଳର ଅକ୍ଷୟ ତୃତୀୟା ପର୍ବ ଏଥର ମେ’ ୩ ମଙ୍ଗଳବାର ଦିନ ପାଳନ କରାଯିବ। ଜ୍ୟୋତିଷ ଗଣନା ଅନୁସାରେ, ଅକ୍ଷୟ ତୃତୀୟା ମଙ୍ଗଳ ରୋହିଣୀ ନକ୍ଷତ୍ରର ଶୋଭନ ଯୋଗରେ ପଡ଼ୁଛି। ଶୁଭ ଯୋଗରେ ଅକ୍ଷୟ ତୃତୀୟା ପାଳନର ଏହି ଅଦ୍ଭୁତ ସଂଯୋଗ ୩୦ ବର୍ଷ ପରେ ସୃଷ୍ଟି ହେଉଛି। ଏତିକି ନୁହେଁ, ୫୦ ବର୍ଷ ପରେ ଗ୍ରହମାନଙ୍କର ବିଶେଷ ସ୍ଥିତି ବି ରହୁଛି। ଅକ୍ଷୟ ତୃତୀୟାରେ ଦୁଇଟି ଗ୍ରହ ଉଚ୍ଚ ରାଶିରେ ବିଦ୍ୟମାନ ହେବେ ଏବଂ ଦୁଇ ପ୍ରମୁଖ ଗ୍ରହ ସ୍ୱରାଶିରେ ବିରାଜମାନ ରହିବେ। ଶୁଭ ସଂଯୋଗ ଏବଂ ଗ୍ରହମାନଙ୍କର ବିଶେଷ ସ୍ଥିତି ଯୋଗୁ ଅକ୍ଷୟ ତୃତୀୟାରେ ଦାନ କଲେ ପୁଣ୍ୟପ୍ରାପ୍ତି ହୋଇପାରିବ।

ଏହି ପବିତ୍ର ଦିନରେ ଜଳପୂର୍ଣ୍ଣ କଳସ ଉପରେ ଫଳ ରଖି ଦାନ କରିବା ବହୁତ ଶୁଭ ହୋଇଥାଏ। ଅବୁଜ ମୁହୂର୍ତ୍ତରେ କୌଣସି ବି ପ୍ରକାର ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରିବ। ଏଥର ଅକ୍ଷୟ ତୃତୀୟା ରୋହିଣୀ ନକ୍ଷତ୍ର, ଶୋଭନ ଯୋଗ, ତୈତିଲ କରଣ ଏବଂ ବୃଷ ରାଶିର ଚନ୍ଦ୍ର ସହିତ ଆସୁଛି। ଏହି ଦିନ ମଙ୍ଗଳବାର ଏବଂ ରୋହିଣୀ ନକ୍ଷତ୍ର ରହିଥିବାରୁ ମଙ୍ଗଳ ରୋହିଣୀ ଯୋଗ ନିର୍ମାଣ ହେବାକୁ ଯାଉଛି। ଶୋଭନ ଯୋଗ ଏହାକୁ ଆହୁରି ଅଧିକ ଖାସ୍‌ କରୁଛି। ଏଥି ସହିତ ୫ ଦଶକ ପରେ ଗ୍ରହଗୁଡ଼ିକର ବିଶେଷ ଯୋଗ ବି ସୃଷ୍ଟି ହେଉଛି।

ଅକ୍ଷୟ ତୃତୀୟାରେ ଚନ୍ଦ୍ର ନିଜ ଉଚ୍ଚ ରାଶି ବୃଷ ଏବଂ ଶୁକ୍ର ନିଜ ଉଚ୍ଚ ରାଶି ମୀନରେ ରହିବେ। ସେହିପରି ଶନି ସ୍ୱରାଶି କୁମ୍ଭ ଏବଂ ବୃହସ୍ପତି ସ୍ୱରାଶି ମୀନରେ ବିରାଜମାନ ହେବେ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ୪ଟି ଗ୍ରହ ଅନୁକୂଳ ସ୍ଥିତିରେ ରହିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

ନିଶ୍ଚୟ କରନ୍ତୁ ଏହି ଉପାୟ

ଅକ୍ଷୟ ତୃତୀୟାକୁ କେତେକ ଜାଗାରେ ଆଖା ତିଜ୍‌ ମଧ୍ୟ କୁହାଯାଏ। ଆଖା ତିଜ୍‌ରେ ଦୁଇଟି କଳସର ଦାନ ବିଶେଷ ଗୁରୁତ୍ୱ ରଖିଥାଏ। ଏଥିରୁ ଗୋଟିଏ କଳସ ପିତୃପୁରୁଷଙ୍କର ହୋଇଥିବା ବେଳେ ଅନ୍ୟଟି ଭଗବାନ ବିଷ୍ଣୁଙ୍କର। ପିତୃପୁରୁଷ କଳସରେ ଜଳପୂର୍ଣ୍ଣ କରି ସେଥିରେ କଳା ରାଶି, ଚନ୍ଦନ ଓ ଧଳା ଫୁଲ ପକାନ୍ତୁ। ଭଗବାନ ବିଷ୍ଣୁଙ୍କ କଳସରେ ଜଳ ଭରି ସେଥିରେ ଧଳା ଯଅ, ହଳଦିଆ ଫୁଲ, ଚନ୍ଦନ ଓ ପଞ୍ଚାମୃତ ପକାଇ ଉପରେ ଫଳ ରଖନ୍ତୁ। ଏହାଦ୍ୱାରା ପିତୃପୁରୁଷ ଏବଂ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୋଇଥାଏ। ଏଥି ସହିତ ପରିବାରରେ ସୁଖ, ସମୃଦ୍ଧି ବଜାୟ ରହିଥାଏ।

Leave A Reply

Your email address will not be published.