ସ୍ପେଶାଲ

ହାତର କନିଷ୍ଠ ଆଙ୍ଗୁଠିରେ ତିଳକ ଲଗାଇଲେ ମୃତ୍ୟୁ ପରେ ହୋଇଥାଏ ମୋକ୍ଷ ପ୍ରାପ୍ତି ! ଜାଣନ୍ତୁ ଅନ୍ୟ ଆଙ୍ଗୁଠିର କ’ଣ ରହିଛି ମହତ୍ତ୍ୱ

ହିନ୍ଦୁ ଧର୍ମରେ ତିଳକକୁ ବହୁତ ଶୁଭ ବୋଲି ଗଣାଯାଏ। ଭଗବାନଙ୍କ ପୂଜା ସମୟରେ ତିଳକ ଲଗାଇଲେ ବ୍ୟକ୍ତିକୁ ସୁଖ, ଶାନ୍ତି ପ୍ରାପ୍ତ ହୋଇଥାଏ। ଏହାସହ ତିଳକକୁ ବିଜୟର ପ୍ରତୀକ ରୂପେ ମଧ୍ୟ ଲଗାଯାଇଥାଏ। ତିଳକ ଲଗାଇଲା ବେଳେ ସବୁବେଳେ ରିଂ ଫିଙ୍ଗର ବା ଅନାମିକା ଆଙ୍ଗୁଠି ପ୍ରୟୋଗ କରାଯାଇଥାଏ। କିନ୍ତୁ ଶାସ୍ତ୍ରରେ ଅନ୍ୟ ଆଙ୍ଗୁଠିଗୁଡ଼ିକରେ ତିଳକ ଲଗାଇବା ବିଷୟରେ ବର୍ଣ୍ଣିତ ରହିଛି। ଆସନ୍ତୁ ଜାଣିବା।

୧. ଯଦି କେହି ବ୍ୟକ୍ତି କୌଣସି ଭଲ କାମରେ ଘରୁ ବାହାରକୁ ଯାଉଥିବ, ତ ତାଙ୍କୁ ମଝି ବା ମଧ୍ୟମା ଆଙ୍ଗୁଠିରେ ତିଳକ ଲଗାଇଲେ ଶୁଭ ହୋଇଥାଏ। ଏହା ସଫଳତାର ପ୍ରତୀକ। ମଧ୍ୟମା ଆଙ୍ଗୁଠି ଶନି ଗ୍ରହ ସହିତ ସମ୍ବନ୍ଧିତ ରହିଛି। ଯଦି ଆପଣ ପରୀକ୍ଷା, ଇଣ୍ଟରଭ୍ୟୁ କିମ୍ବା ବିଜିନେସ ମିଟିଂ ପାଇଁ ଯାଉଛନ୍ତି, ତା’ହେଲେ ଏହି ଆଙ୍ଗୁଠିରେ ତିଳକ ଲଗାନ୍ତୁ।

୨. ହିନ୍ଦୁ ଧର୍ମରେ ଭଗବାନଙ୍କୁ ସବୁବେଳେ ଅନାମିକା ଆଙ୍ଗୁଠିରେ ତିଳକ ଲଗାଯାଇଥାଏ। ଏଥିରେ ତିଳକ ଲଗାଇଲେ ସମୃଦ୍ଧି ଆସିଥାଏ। ଅନାମିକା ଆଙ୍ଗୁଠିକୁ ସୂର୍ଯ୍ୟଙ୍କ ବାସ ଭାବେ ଜଣାଯାଇଥାଏ। ଏଥିପାଇଁ ସମାଜରେ ମାନ, ସମ୍ମାନ ପାଇବା ଏବଂ କୌଣସି ଖାସ କାମରେ ବିଜୟ ହାସଲ କରିବା ଲକ୍ଷ୍ୟରେ ଅନାମିକା ଆଙ୍ଗୁଠିରେ ତିଳକ ଲଗାଯାଇଥାଏ।

୩. ହସ୍ତଶାସ୍ତ୍ର ଅନୁସାରେ, ବୃଦ୍ଧାଙ୍ଗୁଳିରେ ଶୁକ୍ର ଗ୍ରହଙ୍କ ବାସ ହୋଇଥାଏ। ଏଥିରେ ତିଳକ ଲଗାଇଲେ ବ୍ୟକ୍ତିର ଭାଗ୍ୟ ତେଜ ହୋଇଥାଏ। ଏହାଦ୍ୱାରା ମନପସନ୍ଦର ଚାକିରି ମିଳିଥାଏ ଏବଂ ବ୍ୟାପାରରେ ସଫଳତା ପ୍ରାପ୍ତ ହୋଇଥାଏ।

୪. ଯଦି ଘରେ କେହି ସଦସ୍ୟ ଲମ୍ବା ସମୟ ଧରି ରୋଗରେ ପୀଡ଼ିତ ରହିଛନ୍ତି, ତାଙ୍କ ମଥାରେ ବୃଦ୍ଧାଙ୍ଗୁଳିରେ ଚନ୍ଦନ ଟୀକା ଲଗାଇବା ଦରକାର। ଏହି ପ୍ରକ୍ରିୟା ପ୍ରତିଦିନ କରିବା ଉଚିତ। ଏମିତି କଲେ ରୋଗୀ ବହୁତ ଜଲଦି ଭଲ ହୋଇଯିବେ। ସେହିପରି ଯଦି ରକ୍ଷା ବନ୍ଧନରେ ଭଉଣୀ, ଭାଇ ମଥାରେ ବୃଦ୍ଧାଙ୍ଗୁଳିରେ ତିଳକ ଲଗାଇବ, ତେବେ ଭାଇ-ଭଉଣୀର ସମ୍ପର୍କ ସେତେ ମଧୁର ହେବ।

୫. ହାତର ସବୁଠୁ ଛୋଟ ଆଙ୍ଗୁଠିକୁ ମୋକ୍ଷ ପ୍ରାପ୍ତିର ଜରିଆ କୁହାଯାଇଥାଏ। ଏଥିପାଇଁ ଏହି ଆଙ୍ଗୁଠିରେ ତିଳକ ଲଗାଇଲେ ମୃତ୍ୟୁ ପରେ ବ୍ୟକ୍ତିକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

Roshni

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

49 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

3 hours ago