ବିଷ ପାନ ପରେ ଭଗବାନ ଶିବ ଏଠାରେ କରିଥିଲେ ତପସ୍ୟା, ଜାଣନ୍ତୁ କାଲିଞ୍ଜର ଅନେକ ରହସ୍ୟ

ଦେଶରେ ଅନେକ କେତେକ ରହସ୍ୟମୟୀ ସ୍ଥାନ ରହିଛି, ଯାହାର ସତ୍ୟତା ଏପର୍ଯ୍ୟନ୍ତ କୌଣସି ଲୋକ ଜାଣିନାହାନ୍ତି। ଏହା ମଧ୍ୟରେ ସାମିଲ ରହିଛି ବୁନ୍ଦେଲଖଣ୍ଡର କାଲିଞ୍ଜର କିଲ୍ଲା ଅନ୍ୟତମ । ଦଶମ ଶତାବ୍ଦୀର ଚନ୍ଦେଲ ରାଜପୁତ ଏବଂ ପରେ ସୋଲାଙ୍କୀଙ୍କ ଅଧିନରେ ରହିଥିବା ଏହି କିଲ୍ଲା ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି। କାଲିଞ୍ଜର ଉପରେ ମହମଦ ଗଜନୀ, କୁତବୁଦ୍ଦିନ ଆଇବାକ, ଶେର ଶାହା ସୁରୀ ଏବଂ ହ୍ୟୁମାୟୁ ଭଳି ଯୋଦ୍ଧା ଆକ୍ରମଣ କରିଥିଲେ କିନ୍ତୁ କେହି ବି ବିଜୟ ପାଇଁ ନଥିଲେ। କାଲିଞ୍ଜର ବିଜୟ ଅଭିଯାନ ସମୟରେ ହିଁ ତୋପ ଗୁଳିରେ ଶେରଶାହଙ୍କ ମୃତ୍ୟୁ ହୋଇଥିଲା।

ପରେ ମୋଗଲ ବାଦଶାହ ଆକବର ଏହାକୁ ଅଧିକାର କରି ବିରବଲକୁ ଉପହାର ଭାବେ ପ୍ରଦାନ କରିଥିଲେ। ଏହି କିଲ୍ଲାରେ ବହୁତ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିର ତୃତୀୟ କିମ୍ବା ପଞ୍ଚମ ଶତାବ୍ଦୀର ବୋଲି ଜଣାପଡିଛି।

555

ପୌରାଣିକ ଧର୍ମ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ଭଗବାନ ଶିବ ପାନ କରିଥିଲେ। ଏହା ପରେ ବୁନ୍ଦେଲଖଣ୍ଡର ଏହି ଶିବ ମନ୍ଦିରରେ ତପସ୍ୟା କରିବାକୁ ଆସିଥିଲେ। ଏଠାରେ ହିଁ ସେ ନିଜର ଜ୍ୱଳନ ଶାନ୍ତ କରିଥିଲେ।

22

ଏହି ଶିବ ମନ୍ଦିର ନୀଳକଣ୍ଠ ନାମରେ ପରିଚିତ। ଗ୍ରୀଷ୍ମ ଦିନରେ ଏଠାରେ ମରୁଡି ପଡୁଥିବା ବେଳେ ଏହି ମନ୍ଦିର ଉପରେ ଥିବା ପ୍ରାକୃତିକ ସ୍ରୋତ କେବେ ବି ଶୁଖିନଥାଏ। ପ୍ରତିଦିନ ଏହି ଜଳ ସାହାଯ୍ୟରେ ଶିବଙ୍କ ଅଭିଷେକ ହୁଏ।

କାଲିଞ୍ଜର ଏହି କିଲ୍ଲାରେ ଅନେକ ରହସ୍ୟ ରହିଛି। ଏଠାରେ ଅନେକ ଛୋଟ ବଡ ଗୁମ୍ଫା ରହିଛି। କିଲ୍ଲାରେ ପ୍ରବେଶ କରିବାକୁ ସାତଟି ଦ୍ୱାର ରହିଛି ଏବଂ ସବୁ ଦ୍ୱାର ଗୋଟେ ଠାରୁ ଅନ୍ୟଟି ଭିନ୍ନ ରହିଛି। ଏହାର ସ୍ତମ୍ଭ ଏବଂ କାନ୍ଥରେ ଅନେକ ପ୍ରତିଲିପି ଦେଖିବାକୁ ମିଳେ। ଏଠାରେ ଅପାର ଖଜାନା ରହିଛି ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏହା ପର୍ଯ୍ୟନ୍ତ ପହଞ୍ଚିବାକୁ ଯିଏ ଯାଇଛି ଆଉ ଫେରିନାହିଁ।

66

ଏହି କିଲ୍ଲା ୮୦୦ ଫୁଟ ଉଚ୍ଚ ପାହାଡ ଉପରେ ଅବସ୍ଥିତ। ଏଠିକାର ମାହୋଲ ଦିନରେ ଯେତିକି ଶାନ୍ତ ରାତିରେ ସେତିକି ଭୟଙ୍କର। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହା ପାଖରେ ଏକ ରାଣୀ ମହଲ ରହିଛି। ଯେଉଁଠି ପ୍ରତି ରାତିରେ ଘୁଙ୍ଘୁର ଶବ୍ଦ ଶୁଣିବାକୁ ମିଳିଥାଏ।

223

ଏହି କିଲ୍ଲାରେ ସୀତା ସେଜ ନାମକ ଏକ ଛୋଟ ଗୁମ୍ଫା ରହିଛି। ଯେଉଁଠାରେ ପଥରର ଖଟ ଏବଂ ତକିଆ ରହିଛି। କୁହାଯାଏ, ଏଠାରେ ମାତା ସୀତା ବିଶ୍ରାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.