ଭ୍ୟାକ୍ସିନ ନେବା ପରେ ରାସ୍ତାରେ ବିନା ମାସ୍କରେ ବୁଲୁଥିଲେ ବୃଦ୍ଧ, ଏମିତି ବୁଦ୍ଧି ଶିଖାଇଲେ ଯୁବତୀ; ଦେଖନ୍ତୁ ଭିଡିଓ

କରୋନାର ଦ୍ଵିତୀୟ ଲହରୀ ଲୋକଙ୍କ ପାଇଁ ବେଶ୍ ଘାତକ ସାବ୍ୟସ୍ତ ହୋଇଛି। ଏ ଅବସରରେ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। ସଂକ୍ରମଣକୁ କମାଇବା ପାଇଁ ଏବେ ଦେଶରେ ଟିକାକରଣ ଚାଲିଛି। ତେବେ ଟିକା ନେଇ ସାରିବା ପରେ ବି ସମସ୍ତ ନିୟମ ପାଳନ କରିବାକୁ ବାରମ୍ବାର ବିଶେଷଜ୍ଞ କହୁଛନ୍ତି। ମାତ୍ର ଏବେ ବି କିଛି ଅମାନିଆ କରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁନାହାନ୍ତି। ଏବେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଉଛି ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତାରେ ମାସ୍କକୁ ନାକରୁ ତଳକୁ ଖସାଇ ଯାଉଛନ୍ତି। ଏହି ସମୟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଅଟକି ଯାଇ ବୃଦ୍ଧଙ୍କୁ କେଉଁଠୁ ଆସୁଛନ୍ତି ବୋଲି ପଚାରୁଛନ୍ତି। ସେ କହୁଛନ୍ତି ଟିକା ନେଇ। ଏଣୁ ସେ ମାସ୍କ ପିନ୍ଧିବା ଆଉ ଦରକାର ନାହିଁ। କିନ୍ତୁ ଝିଅଟି ତାଙ୍କୁ ବୁଝାଇ ଦେଉଛି ଯେ ଟିକା ନେବା ପରେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରିବା ଜରୁରୀ। ବୃଦ୍ଧ ଜଣକ ଯୁବତୀଙ୍କ କଥାକୁ ବୁଝିଯାଉଛନ୍ତି ଓ ମାସ୍କ ପିନ୍ଧୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଟ୍ୱିଟରରେ ଇଣ୍ଡିଆନ ପୋଲିସ ସର୍ଭିସର ଅଧିକାରୀ ଦୀପାଂଶୁ କାବରା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଏକ ମଜାଳିଆ କ୍ୟାପସନ ବି ଲେଖିଛନ୍ତି। ସେ ଲେଖିଛନ୍ତି, ଯେବେ ବୁଦ୍ଧିମାନଙ୍କ ସଂଖ୍ୟା ବଢ଼ିବ, ସେତେବେଳେ କରୋନା ସଂକ୍ରମଣ କମିବ। ଏବେ ଏହି ଭିଡିଓ ଖୁବ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.