ବିବାହ ପରେ ପତ୍ନୀଙ୍କ ମୁହଁରେ ନିଶ ଦାଢି ଉଠିବାରୁ ଛାଡପତ୍ର ଦେଇଦେଲେ ସ୍ୱାମୀ, ଏବେ ଏମିତି କଟୁଛି ମହିଳାଙ୍କ ଜୀବନ

ପଞ୍ଜାବ ନିବାସୀ ମନଦୀପଙ୍କୁ ତାଙ୍କ ସ୍ୱାମୀ ଏହି କାରଣରୁ ଛାଡପତ୍ର ଦେଇଥିଲେ ଯେ ମନଦୀପଙ୍କ ମୁହଁରେ ଅସ୍ବଭାବିକ ଭାବେ ନିଶ ଦାଢି ଉଠିବାକୁ ଲାଗିଲା। ତେବେ ଏହି ଘଟଣା ପରେ ମନଦୀପଙ୍କ ଜୀବନ ବଦଳିଗଲା ଏବଂ ସେ ନିଜକୁ ସେହି ରୂପରେ ହିଁ ଗ୍ରହଣ କଲେ।

ଆମ ସମାଜରେ ଏମିତି ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ସେମାନଙ୍କର ନାମ,ପଦ,ପଦବୀ, ପ୍ରତିଷ୍ଠା, ଧନ, ଖ୍ୟାତି ଏବଂ ଦକ୍ଷତା ପାଇଁ ବେଶ୍ ଜଣାଶୁଣା। ତେବେ, ଏପରି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ଲୋକର ବିଚାର ଶକ୍ତି,ତା ଭଲ ଗୁଣ,ବ୍ଯବହାର ପାଇଁ ନୁହେଁ ବରଂ ଚେହେରା ଦେଖି ନିଜର ମତ ଦେଇଥାନ୍ତି । ଏହିପରି ଲୋକମାନେ ଅନ୍ୟମାନଙ୍କ ବିଷୟରେ କିଛି ନଜାଣି ବି ମନଗଢା କାହାଣୀ ଚାରିଆଡେ ଗପି ପକାନ୍ତି। ଯେଉଁମାନଙ୍କ ପାଇଁ କିଛି ସମ୍ପର୍କ ଭାଙ୍ଗିଯାଏ। ମନଦୀପ କୌରଙ୍କ ସହ ମଧ୍ୟ ସମାନ ଏମିତି କିଛି ଘଟଣା ଘଟିଥିଲା। ​​ଯିଏ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଆଗରେ ହାର ନମାନି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଭାବପ୍ରବଣ କାହାଣୀ କେବଳ ଲୋକଙ୍କୁ ନିମ୍ନମାନର ମାନସିକତାରୁ ବାହାରିବାରେ ସାହାଯ୍ୟ କରିବ ନାହିଁ ବରଂ ଅନେକଙ୍କୁ ପ୍ରେରଣା ଯୋଗାଇବ |

ଏହି ଚିତ୍ରଟି କୌଣସି ଶକ୍ତିଶାଳୀ ପଞ୍ଜାବୀ ଯୁବକଙ୍କର ନୁହେଁ ବରଂ ଜଣେ ମହିଳାଙ୍କର। ଯାହାଙ୍କ ନା ମନଦୀପ କୌର। ଯାହାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ମୂଳତ ପଞ୍ଜାବ ନିବାସୀ ମନଦୀପଙ୍କୁ ତାଙ୍କ ସ୍ୱାମୀ ଏହି କାରଣରୁ ଛାଡପତ୍ର ଦେଇଥିଲେ ଯେ ମନଦୀପଙ୍କ ମୁହଁରେ ଅସ୍ବଭାବିକ ଭାବେ ନିଶ ଦାଢି ଉଠିବାକୁ ଲାଗିଲା। ତେବେ ଏହି ଘଟଣା ପରେ ମନଦୀପଙ୍କ ଜୀବନ ବଦଳିଗଲା ଏବଂ ସେ ନିଜକୁ ସେହି ରୂପରେ ହିଁ ଗ୍ରହଣ କଲେ। ତେବେ ଆଜି ଏହି ନୂତନ ପରିଚୟ ପାଇଁ ସେ ଲଜ୍ଜିତ ନୁହେଁ ବରଂ ମନଦୀପ ନିଜ ପାଇଁ ଗର୍ବ ଅନୁଭବ କରୁଛନ୍ତି।

ଆଜି ମନଦୀପ ତାଙ୍କ ପରିବାରକୁ ନେଇ ବହୁତ ଖୁସିରେ ଅଛନ୍ତି ଏବଂ ପୁରା ସମ୍ମାନର ସହିତ ନିଜ ଜୀବନ ବିତାଉଛନ୍ତି। ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏହି କୃଷକ କହିଛନ୍ତି ଯେ ସେ କିପରି ନିଜର ଦାଢି କାଟିବାକୁ ମନା କଲେ। ତେବେ ଯେପର୍ଯ୍ୟନ୍ତ ସେ ନିଜ ସ୍ୱରରେ କଥାବାର୍ତ୍ତା ନ କରନ୍ତି, ତାଙ୍କୁ ଦେଖି କିଏ ବି ଜାଣିପାରିନନଥାନ୍ତି ଯେ ପୁରୁଷ ନୁହେଁ ଜଣେ ମହିଳା। ଆଜି ସେ ନିଜ ଭାଇମାନଙ୍କ ସହିତ ଚାଷ କାର୍ଯ୍ୟ ପରିଚାଳନା କରୁଛନ୍ତି ଏବଂ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ଖୋଲାଖୋଲି ଭାବରେ ଜୀବନଯାପନ କରୁଛନ୍ତି।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନଦୀପ ୨୦୧୨ ମସିହାରେ ବିବାହ କରିଥିଲେ ଏବଂ କିଛି ବର୍ଷ ପାଇଁ ସୁଖମୟ ଜୀବନ ବିତାଇଥିଲେ। ଯେତେବେଳେ ତାଙ୍କ ମୁହଁରେ କେଶ ବଢିବାକୁ ଲାଗିଲା ସେତେବେଳେ ସମସ୍ୟା ସାମ୍ନାକୁ ଆସିଲା। ଏହି ଘଟଣା ପରେ ମନଦୀପଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇଥିଲେ । ଯାହାପରେ ମନଦୀପ ଅବସାଦଗ୍ରସ୍ତ ହୋଇପଡିଥିଲେ। ହେଲେ ଦୁଃଖ ସମୟରେ ମନଦୀପ ଭାଙ୍ଗିବା ପରିବର୍ତ୍ତେ ଗୁରୁଦ୍ୱାର ଯିବାକୁ ଲାଗିଲେ।

ସେ ଗୁରୁଦ୍ୱାର ପରିଦର୍ଶନ କରି ମାନସିକ ଶାନ୍ତି ପାଇଲେ। ଯାହାଫଳରେ ମନଦୀପଙ୍କର ପୁରା ଚାପ ଦୂର ହୋଇଗଲା ଏବଂ ସେବେଠାରୁ ସେ ନିଜ ଶରୀରରେ ଆସିଥିବା ପରିବର୍ତ୍ତନକୁ ଗ୍ରହଣ କରିବାକୁ ପ୍ରେରଣା ପାଇଲେ। ଏହା ପରେ ସେ ମୁହଁର କେଶ ରିମୁଭ୍ କରିବା ବନ୍ଦ କରି ତାଙ୍କ ମୁଣ୍ଡରେ ପଗଡ଼ି ପିନ୍ଧିବା ଆରମ୍ଭ କଲେ। ଆଜି ସେ ବହୁତ ଶାନ୍ତ ଜୀବନ ଅତିବାହିତ କରୁଛନ୍ତି । ମନଦୀପ ନି.ଜେ ବୁଲେଟ୍ ମଧ୍ଯ ଚଳାଉଛନ୍ତି। ସେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରି ଏକ ନୂତନ ପରିଚୟ ଏବଂ ସମାଜରେ ନିଜର ସ୍ଥିତିକୁ ବିକଶିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.