ପିପିଲି ପରେ ଏବେ ସାହାଜପାଳ ଚନ୍ଦୁଆର ରହିଛି ଖୁବ ଚାହିଦା, କାରିଗର ମାଲାମାଲ୍

ବୌଦ୍ଧ: ରାତି ପାହିଲେ ସମସ୍ତେ ଲାଗି ପଡନ୍ତି ଚାନ୍ଦୁଆ ପ୍ରସ୍ତୁତିରେ । ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ପରିବାରର ସମସ୍ତ ସଦସ୍ୟ ଚାନ୍ଦୁଆ ତିଆରିରେ ଲାଗି ଥାନ୍ତି । ବିଭିନ୍ନ ଡିଜାଇନର ଚିକିମିକ ଜରି ଓ ମୋତି ବ୍ୟବହାର କରି ଚାନ୍ଦୁଆ, ଛତ୍ର, ତୋରଣ ସମେତ ବିଭିନ୍ନ ଘର ସଜା ସାମଗ୍ରୀ ପସ୍ତୁତ କରିଥାନ୍ତି । ଏହି ଚାନ୍ଦୁଆ ଶିଳ୍ପରେ ଏ ସବୁ ତିଆରି କରିବା ପାଇଁ ସେମାନଙ୍କୁ ବେଶ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ବିଭିନ୍ନ ଦେବଦେବୀ ପୀଠ ଓ ଚୈତ୍ରମାସରେ ଏହାର ବହୁଳ ବ୍ୟବହାର ଯୋଗୁଁ କାରିଗରମାନେ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।
ଆମେ କହୁଛୁ ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ସାହାଜପାଳ ଗାଁ ବିଷୟରେ । ରଙ୍ଗ ବେରଙ୍ଗର ଚାନ୍ଦୁଆ ତିଆରି କରି ଏଠାକାର ଗ୍ରାମବାସୀ ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ । ନିଜର ହସ୍ତକଳାର ଯାଦୁରେ କାରିଗରମାନେ ଅନେକ ସୁନ୍ଦର ସୁନ୍ଦର ଚାନ୍ଦୁଆ ତିଆରି କରିପାରୁଛନ୍ତି । ବୌଦ୍ଧ ଜିଲ୍ଲା ସାହାଜପାଳ ଗାଁରେ ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଏହି ଚାନ୍ଦୁଆ ଶିଳ୍ପକୁ ନିଜର କୌଳିକ ବୃତ୍ତି ଭାବେ ଆଦରି ନେଇଛନ୍ତି ।
ପୁରୀ ଜିଲ୍ଲାର ପ୍ରସିଦ୍ଧ ପିପିଲି ଚାନ୍ଦୁଆ ପରେ ଏହି ଗାଁର ଚାନ୍ଦୁଆର ନା ବେଶ ପ୍ରସିଦ୍ଧ ରହିଛି । ଏହି ଅଞ୍ଚଳରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସମେତ ରାଜ୍ୟକୁ ଚାନ୍ଦୁଆ ରପ୍ତାନି କରି ଭଲ ରୋଜଗାର କରିଥାନ୍ତି ଚନ୍ଦୁଆ କରିଗର । ବିଶେଷ କରି ବୌଦ୍ଧ ସହରର ବୁଟୁପାଲି ପରେ ସାହାଜପାଳ ଚାନ୍ଦୁଆ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଚାହିଦା ରହିଛି । ଏବେ ଚାନ୍ଦୁଆର ଭଲ ଚାହିଦା ରହିବା ସହ ରାଜ୍ୟ ବାହାରର ବ୍ୟବସାୟୀମାନେ କାରବାର କରୁଥିବା କହିଛନ୍ତି ।
Also read: ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା, ମାର୍ଚ୍ଚ ୬ ତାରିଖରେ ମଧ୍ୟ ଖସି ଥିଲା