ସେକ୍ସ ପରେ ଫିମେଲ୍‌ ବୁଢ଼ିଆଣୀ କବଳରୁ ଏମିତି ବଞ୍ଚିଯାଉଛି ମେଲ୍‌ ବୁଢ଼ିଆଣୀ…ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

ଯୌନ ସମ୍ବନ୍ଧ ପ୍ରକ୍ରିୟା ବହୁତ ସୁଖଦ ଅନୁଭବ ହୋଇପାରେ, କିନ୍ତୁ ଏହା କିଛି ପ୍ରାଣୀଙ୍କ ପାଇଁ ଜୀବନ ଓ ମୃତ୍ୟୁର ପ୍ରଶ୍ନ ହୋଇଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିଲୋପୋନେଲା ପ୍ରୋମିନେନ୍ସ ପ୍ରଜାତିର ଏକ ବୁଢ଼ିଆଣୀ ସେକ୍ସ ପରେ ନିଜ ପାର୍ଟନରକୁ ହିଁ ମାରି ଖାଇଯାଇଥାଏ। ହେଲେ କୁହାଯାଏ, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଠିକ୍‌ ସେଇଆ ହୋଇଛି ଏଠି ପୁରୁଷ ବୁଢ଼ିଆଣୀ କ୍ଷେତ୍ରରେ। ନିଜ ପାର୍ଟନରଠୁ ବଞ୍ଚିବାର ଇଚ୍ଛା ତାକୁ ବୁଦ୍ଧିମାନ କରି ଦେଇଛି। ଏବେ ଯୌନ ସମ୍ବନ୍ଧ ପରେ ପୁରୁଷ ବୁଢ଼ିଆଣୀ ଦ୍ରୁତ ଗତିରେ ନିଜ ପାର୍ଟନର କବଳରୁ ଖସି ଆସୁଛି ଏବଂ ତାକୁ ନିଜକୁ ଖାଇବାକୁ ଦେଉନାହିଁ। ଅନ୍ୟପକ୍ଷରେ ପାର୍ଟନର କବଳରୁ ଦ୍ରୁତ ବେଗରେ ଖସି ଆସିବାର ପ୍ରକ୍ରିୟାକୁ ବୈଜ୍ଞାନିକମାନେ ‘post-coital catapult’ ବୋଲି କହିଛନ୍ତି।

କରେଣ୍ଟ ବାୟୋଲୋଜିରେ ନିକଟରେ ଏକ ପେପର୍‌ ପ୍ରକାଶିତ ହୋଇଛି, ଯେଉଁଥିରେ ଏହି ଅଦ୍ଭୁତ ପ୍ରକାର କ୍ରିୟା ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ସେକ୍ସ ପରେ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁରୁଷ ବୁଢ଼ିଆଣୀ ନିଜ ଗୋଡ଼ ସାହାଯ୍ୟରେ ଖୁବ୍‌ ଜୋର୍‌ରେ ଲମ୍ଫ ପ୍ରଦାନ କରିଥାଏ। ଫିମେଲ୍‌ ବୁଢ଼ିଆଣୀକୁ ଚକମା ଦେଇ ପୁରୁଷ ବୁଢ଼ିଆଣୀ ୮୮ ସେଣ୍ଟିମିଟର ପ୍ରତି ସେକେଣ୍ଡ (୩୪.୬ ଇଞ୍ଚ ପ୍ରତି ସେକେଣ୍ଡ) ଗତିରେ ନିଜକୁ ଦୂରେଇ ନେଇଥାଏ।

ସେକ୍ସ ପରେ ଏହି କ୍ରିୟା Tibia-Metatarsus Joint ସାହାଯ୍ୟରେ ହୋଇଥାଏ, ଯଦ୍ଦ୍ଵାରା ପୁରୁଷ ବୁଢ଼ିଆଣୀ ସାଥୀକୁ ପଛକୁ ଠେଲିଥାଏ। ଗବେଷକଙ୍କ ମୁତାବକ, ସେକ୍ସ ପରେ ଗୋଡ଼ଗୁଡ଼ିକ ମୁକୁଳି ଯାଇଥାଏ ଏବଂ ହାଇଡ୍ରୋଲିକ୍‌ ଚାପ କାରଣରୁ ଏହାର ଗତି ବଢ଼ିଯାଇଥାଏ। ଯାହାଫଳରେ ବୁଢ଼ିଆଣୀ ପବନରେ ଖୁବ୍‌ ବେଗରେ ଯାଉଥିବାର ଦେଖାଯାଇଥାଏ। ଚୀନର ହୁବେଇ ୟୁନିଭର୍ସିଟିର ଶିଚାଙ୍ଗ ଝାଙ୍ଗ୍‌ ଏହି ପେପର୍‌ର ଲେଖକ। ସେ କହିଥିଲେ, ଏହି ପ୍ରକ୍ରିୟା ଏତେ ଦ୍ରୁତ ଥିଲା ଯେ ଏହାକୁ ରେକର୍ଡ କରିବା ଆମ ପକ୍ଷେ ବହୁତ ମୁସ୍କିଲ ହୋଇଥିଲା। ସାଧାରଣ କ୍ୟାମେରାରେ ଏହାକୁ ସ୍ପଷ୍ଟ ରୂପେ ରେକର୍ଡ କରାଯାଇ ପାରିବ ନାହିଁ।

ଗବେଷକଙ୍କ ମୁତାବକ, ଏହି ପ୍ରଜାତିର ବୁଢ଼ିଆଣୀ ଦଳଗତ ଭାବରେ ରହିଛନ୍ତି ଏବଂ ଗୋଟିଏ ଜାଲରେ ପାଖାପାଖି ୩୦୦ ବୁଢ଼ିଆଣୀ ଅଛନ୍ତି। ସେମାନଙ୍କୁ ପାଖରୁ ଦେଖିବା ପାଇଁ କ୍ୟାମେରା ଲଗାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି, ସେକ୍ସ ପରେ ଯେଉଁ ବି ବୁଢ଼ିଆଣୀ ବାହାରକୁ ଚାଲିଆସିଥିଲେ, ସେମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ। ତେବେ ୧୫୫ ମାମଲା ଭିତରୁ ୧୫୨ଟି ମାମଲାରେ ବୁଢ଼ିଆଣୀ ନିଜକୁ ବଞ୍ଚାଇ ନେଇଥିଲେ। ଯେତେବେଳେ ବି, ୩ଟି ବୁଢ଼ିଆଣୀ ବାହାରକୁ ବାହାରି ପାରି ନ ଥିଲେ, ଯାହାଫଳରେ ସେମାନେ ମରି ଯାଇଥିଲେ। ସେହିପରି ଯେଉଁ ୩୦ଟି ବୁଢ଼ିଆଣୀଙ୍କୁ ସେକ୍ସ ପରେ ଅଟକାଯାଇଥିଲା, ସେମାନେ ମଧ୍ୟ ବର୍ତ୍ତିପାରି ନ ଥିଲେ। ଗବେଷକଙ୍କ କହିବା ହେଲା, ଏହି କ୍ରିୟା ଯୌନ ନରଭକ୍ଷଣରୁ ବଞ୍ଚିବାର ଉପାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.