ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ ବାନ୍ଧି ଦେଇଥିଲେ। ଏହାପରେ ପିଲାଟି ଉପରେ ବାଲ୍ଟି ବାଲ୍ଟି ପାଣି ଢାଳିବା ଆରମ୍ଭ କରିଥିଲେ। ଅନେକ ପରିଶ୍ରମ ପରେ ସେମାନେ ତା’ର ଜୀବନ ବଞ୍ଚାଇ ପାରିଥିଲେ।

ମାମଲା ଉତ୍ତର ପ୍ରଦେଶର ଇଟାଓ୍ଵା ଅଞ୍ଚଳର। ଏଠାକାର ଉସରାହାର ଅଞ୍ଚଳରେ ସ୍ଥାନୀୟ ବିଜେପି ନେତା ପ୍ରଶାନ୍ତ ମିଶ୍ରାଙ୍କ ଘର ନିର୍ମାଣ ଚାଲୁଥିଲା। ପୁରୁଣା ଘରକୁ ଭାଙ୍ଗି ନୂଆ କରି ନିର୍ମାଣ କରାଯାଉଥିଲା। ଏହି ସମୟରେ ବିଜେପି ନେତାଙ୍କ ୧୦ ବର୍ଷର ପୁଅ ସେଠାରେ ଖେଳୁଥିଲା। ଏତିକି ବେଳେ ହଠାତ୍‌ କେଉଁଆଡ଼ୁ ଏକ ସାପ ଆସି ତାକୁ କାମୁଡ଼ି ଦେଇଥିଲା। ଘଟଣାଟି ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଯାଇଥିଲା। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଏକାଠି ହୋଇଥିଲେ।

ସେମାନେ ସାପର ଫଟୋ ଉଠାଇ ହ୍ଵାଟସଆପ ଜରିଆରେ ଡାକ୍ତର ଓ ସର୍ପ ମିତ୍ରଙ୍କୁ ପଠାଇଥିଲେ। ଡାକ୍ତର ତୁରନ୍ତ ସାପ କାମୁଡ଼ିଥିବା ସ୍ଥାନକୁ ଡେଟଲରେ ଧୋଇବାକୁ ପରାମର୍ଶ ଦେଇଥିଲେ। ଡାକ୍ତର କହିଥିଲେ, ପିଲାଟିକୁ କମନ ସ୍ୟାଣ୍ଡ ବୋଆ କାମୁଡ଼ିଛି। ଏହି ସାପ ଏତେ ବିଷାକ୍ତ ହୋଇ ନ ଥାଏ। ଗାଁ ଲୋକେ ବୁଦ୍ଧି ଖଟାଇ ପିଲା ଉପରେ ବିଲ୍‌କୁଲ ବି ଏହାର ପ୍ରଭାବ ପଡ଼ିବାକୁ ଦେଇ ନ ଥିଲେ। ସୂଚନାଥାଉ କି, ଏହି ସାପ ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେପାଳ ଭଳି ଦେଶରେ ଦେଖାଯାଇଥାଏ।

Leave A Reply

Your email address will not be published.