IIT, IIM ରୁ ପଢି ଲଣ୍ଡନରେ ପାଇଲେ ବଡ଼ ଚାକିରି, ଭାରତ ଫେରି ହେଲେ IAS

IAS ଦିବ୍ୟା ମିତ୍ତଲ । କୌଣସି ପ୍ରେରଣା ଠାରୁ କମ୍ ନୁହେଁ ସଫଳତାର କାହାଣୀ । ଯିଏ IIT, IIMରୁ ପାଠପଢ଼ିବା ପରେ ଲଣ୍ଡନରେ ଏକ ଭଲ ଚାକିରି ମଧ୍ୟ ପାଇଥିଲେ । କିନ୍ତୁ ତା’ପରେ ଭାରତ ଫେରି ପ୍ରଥମ ପ୍ରୟାସରେ ହିଁ IPS ଅଧିକାରୀ ଏବଂ ପରେ ଦ୍ୱିତୀୟ ପ୍ରୟାସରେ IAS ହେବାର ସ୍ୱପ୍ନ ପୂରଣ କରିଥିଲେ । କେବଳ ଏତିକି ନୁହେଁ, ତାଙ୍କ ସ୍ୱାମୀ ଗଗନଦୀପ ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ । ତେବେ ଆସନ୍ତୁ ତାଙ୍କ ଆକର୍ଷିଣୀୟ କାହାଣୀ ବିଷୟରେ ଜାଣିବା ।
IAS ଦିବ୍ୟା ମିତ୍ତଲ କିଏ?
ହରିୟାଣାର ରେୱାଡ଼ିର ବାସିନ୍ଦା ଆଇଏଏସ୍ ଦିବ୍ୟା ମିତ୍ତଲ ମାର୍ଚ୍ଚ ୨୦୨୫ରେ ୟୁପିର ଦେଓରିଆ ଜିଲ୍ଲାର ଡିଏମ ଥିଲେ । ଏହା ପୂର୍ବରୁ ସେ ମିର୍ଜାପୁର ଏବଂ ସନ୍ଥ କବୀର ନଗର ଜିଲ୍ଲାରେ ଜିଲ୍ଲା ମାଜିଷ୍ଟ୍ରେଟ ଅର୍ଥାତ୍ ଡିଏମ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ୨୦୧୨ ମସିହାରେ ଦ୍ୱିତୀୟ ପ୍ରୟାସରେ ୬୮ତମ ରାଙ୍କ ସହିତ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହା ପୂର୍ବରୁ ସେ ପ୍ରଥମ ପ୍ରୟାସରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IPS ଅଧିକାରୀ ହୋଇଥିଲେ ।
ଆଇଏଏସ୍ ଦିବ୍ୟାଙ୍କ ସ୍ୱାମୀ ଗଗନଦୀପ ମଧ୍ୟ ୟୁପିରେ ଜଣେ ଆଇଏଏସ୍ ଅଧିକାରୀ ଏବଂ ସେ ପ୍ରଥମ ପ୍ରୟାସରେ ହିଁ ଆଇଏଏସ୍ ହେବାର ସ୍ୱପ୍ନ ପୂରଣ କରିଥିଲେ । ସିଭିଲ ସର୍ଭିସ୍ ଅଫିସର ହେବାର ଏହି ସଫଳତାର କାହାଣୀ ପୂର୍ବରୁ, ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଲଣ୍ଡନରେ ଉଚ୍ଚ ଦରମା ପ୍ୟାକେଜ୍ ସହିତ ଚାକିରି କରୁଥିଲେ । କିନ୍ତୁ ନିଜ ଜନ୍ମଭୂମିରୁ ଦୂରରେ ଏକ ବିଦେଶୀ ଦେଶରେ ସେମାନେ ଶାନ୍ତିରେ ରହିପାରିନଥିଲେ ଯାହାପରେ ଉଭୟ ଭାରତ ଫେରିବାକୁ ନିଷ୍ପତ୍ତି ନେଇଥିଲେ ।
ଦିବ୍ୟା ଏବଂ ଗଗନଦୀପ ଦୁହେଁ ବିଦେଶରେ ଚାକିରି ଛାଡି ଦେଶକୁ ଫେରିବାକୁ ନିଷ୍ପତ୍ତି ନେଲେ । ଏହି ସମୟରେ, ଦିବ୍ୟା ଲଣ୍ଡନର ପ୍ରତିଷ୍ଠିତ ଜେପି ମୋର୍ଗାନ୍ କମ୍ପାନୀରେ କାମ କରୁଥିଲେ । ଭାରତ ଫେରିବା ପରେ, ସ୍ୱାମୀ-ସ୍ତ୍ରୀ କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ବିନା ଦିଲ୍ଲୀରେ ରହି ପ୍ରସ୍ତୁତି ଆରମ୍ଭ କଲେ । ତାଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ, ସଫଳତା ତାଙ୍କଠାରୁ ଅଧିକ ସମୟ ଦୂରରେ ରହିପାରିଲା ନାହିଁ । ଶେଷରେ ସ୍ୱାମୀ ଓ ସ୍ତ୍ରୀ ଉଭୟ IAS ଅଧିକାରୀ ହେବାର ସ୍ୱପ୍ନ ପୂରଣ କଲେ ।
ଆଇଏଏସ୍ ଦିବ୍ୟା ମିତ୍ତଲ ଜଣେ ସିଭିଲ୍ ସର୍ଭିସ୍ ଅଫିସର ହେବା ପୂର୍ବରୁ JEE ପରୀକ୍ଷା ଦେଇ IIT ଦିଲ୍ଲୀରୁ ବି ଟେକ୍ ସହିତ ତାଙ୍କର ସ୍ନାତକ ସମାପ୍ତ କରିଥିଲେ । ଏହା ପରେ, ସେ CAT ପରୀକ୍ଷାରେ ପାସ୍ କଲେ ଏବଂ IIT ବାଙ୍ଗାଲୋରରୁ MBA କଲେ । ସତରେ ଏହି ଦମ୍ପତିଙ୍କ ଜୀବନ ଆଜିକାଲିର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
Also read: ସଫଳତାର କାହାଣୀ: ବସ୍ କଣ୍ଡକ୍ଟରଙ୍କ ଝିଅ ପ୍ରଥମେ ଡାକ୍ତର, ତା’ପରେ ହେଲେ IAS ଅଧିକାରୀ