ପ୍ରିୟଜନଙ୍କ ମୃତ୍ୟୁ ପରେ ତାଙ୍କୁ ମନେ ପକାଇ ଆପଣ ବ୍ୟବହାର କରୁଛନ୍ତି କି ତାଙ୍କ କପଡ଼ା? ଭୁଲ୍ରେ ବି କରନ୍ତୁ ନାହିଁ ଏମିତି କାମ

ଆପଣ ଶୁଣିଥିବେ କି, କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ କପଡ଼ା ପିନ୍ଧିବା ଉଚିତ ନୁହେଁ। କିନ୍ତୁ ବହୁତ ଲୋକ ମୃତ ପ୍ରିୟଜନଙ୍କ ସ୍ମୃତିରେ ତାଙ୍କ ସହ ଜଡ଼ିତ ଜିନିଷଗୁଡ଼ିକୁ ବ୍ୟବହାର କରିଥାଆନ୍ତି ନଚେତ୍ ନିଜ ପାଖରେ ରଖି ଥାଆନ୍ତି। ଏମିତି ହିଁ ଏକ ଜିନିଷ ହେଉଛି କପଡ଼ା। କିନ୍ତୁ ଆପଣ ଜାଣନ୍ତି କି, ସନାତନ ଧର୍ମରେ ପ୍ରତ୍ୟେକ କଥା ଏବଂ ପ୍ରତ୍ୟେକ କର୍ମରେ ଏକ ମଜଭୁତ କାରଣ ଓ ତର୍କ ରହିଛି। ଆସନ୍ତୁ ଜାଣିବା ମୃତ ବ୍ୟକ୍ତିର କପଡ଼ାକୁ କାହିଁକି ବ୍ୟବହାର କରିବା ଉଚିତ ନୁହେଁ।
-ଜ୍ୟୋତିଷ ଶାସ୍ତ୍ର ମୁତାବକ, ଯଦି ଆମେ ମୃତ ବ୍ୟକ୍ତିର ଜିନିଷ ନିଜ ପାଖରେ ରଖୁଛେ କିମ୍ବା ଉପଯୋଗ କରୁଛେ, ତା’ହେଲେ ଏହା ଆମକୁ ମାନସିକ ରୂପେ ଦୁର୍ବଳ କରିବ ଏବଂ ସେହି ବ୍ୟକ୍ତିଙ୍କୁ ଭୁଲିବାକୁ ଦେବ ନାହିଁ। ଏମିତିରେ ଜରୁରୀ କି, ଆପଣ ମୃତ ବ୍ୟକ୍ତିର ଜିନିଷ କାହାକୁ ଦାନ କରି ଦିଅନ୍ତୁ।
-ମୃତକଙ୍କ କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷ ପାଖରେ ରଖିବା ଅର୍ଥ ବ୍ୟକ୍ତିର ଆତ୍ମାକୁ ଅଟକାଇ ରଖିବା। ବିଶ୍ୱାସ କରାଯାଏ କି, ଜୀବନ ତ୍ୟାଗ କରିବା ପରେ ଆତ୍ମା କୌଣସି ଏକ ନୂଆ ଶରୀର ଖୋଜିବାକୁ ଲାଗିଥାଏ। ଏଥିପାଇଁ ତାହାକୁ ରୋକନ୍ତୁ ନାହିଁ। ମୃତ ବ୍ୟକ୍ତିର ଜିନିଷ ବ୍ୟବହାର କରିବାଠୁ ଦୂରେଇ ରୁହନ୍ତୁ।
-ମୃତ ବ୍ୟକ୍ତିର ଜିନିଷ ଅଥବା କପଡ଼ାକୁ ସର୍ବଦା ଦାନ କରିଦେବା ଉଚିତ। ସେହି କପଡ଼ାଗୁଡ଼ିକୁ ସବୁ ସମୟରେ ଦେଖିଲେ ସେମାନେ ଆଖପାଖରେ ଥିବା ଅନୁଭବ ହୋଇଥାଏ।