ମା’ ମମତାର ନାହିଁ ତୁଳନା, ହିଂସ୍ର ହେଲେ ବି କ୍ଷୀର ଦେଇ ବାଘ ଛୁଆ ପାଳିଲା ଗାଈ

ମା’। ଏହା ଏମିତି ଏକ ଶବ୍ଦ, ଯାହାର ତୁଳନା କାହା ସହିତ ବି ହୋଇପାରିବ ନାହିଁ। ମା’ର ମମତା ଏମିତି, ଯାହା କେବଳ ମଣିଷ ନୁହେଁ ବରଂ ସବୁ ପ୍ରାଣୀ ଅନୁଭବ କରିଥାଏ। ତେବେ କୌଣସି ପ୍ରାଣୀ କେବଳ ନିଜ ପିଲା ନୁହେଁ ବରଂ ଅନ୍ଯ ପିଲା ପାଇଁ ମଧ୍ୟ ସେଭଳି ମମତା ଦେଖାଇଥାଏ। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଣେ ଗାଈ ଏବଂ ବାଘ ଛୁଆର ଅନାବିଳ ସମ୍ପର୍କ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଗାଈ ଏବଂ ବାଘ ଛୁଆର ଫଟୋ ଦେଖି ଆପଣ ଭାବୁଥିବେ କି, ଜଙ୍ଗଲୀ ଜନ୍ତୁ ଜଞ୍ଜିରରେ ବନ୍ଧା ହୋଇଥିବା ଗାଈକୁ ବହୁତ ସହଜରେ ମାରି ଖାଇପାରିଥାନ୍ତା କିନ୍ତୁ ଏହି ବାଘ ଛୁଆ ଆସି ଗାଈର କୋଳରେ ବସୁଛି। ଆପଣ ଭାବୁଥିବେ ବାଘ ଛୁଆଟି କାହିଁକି ଏପରି କରୁଛି। କିନ୍ତୁ ଏହା ପଛର କାହାଣୀ ଆପଣ ଜାଣିଲେ ନିଶ୍ଚିତ ବୁଝପାରିବେ ମା’ର ମମତା ବିଷୟରେ।

cow

ଏହି ମାମଲା ୨୦୦୩ ମସିହାରେ ସାମ୍ନାକୁ ଆସିଥିଲା। ଗୁଜରାଟ ଭଦୋଦରାରେ ଏହି ଘଟଣା ଘଟିଥିଲା। ଏହି ବାଘ ଛୁଆଟି ପ୍ରତିଦିନ ରାତି ୯ଟାରୁ ୧୦ ବେଳେ ଗାଈକୁ ଦେଖାକରିବାକୁ ଆସିଥାଏ। ଏହି ସମୟରେ ବୁଲା କୁକୁର ବହୁତ ଭୁକିଥାନ୍ତି। କିନ୍ତୁ ବାଘ ଛୁଆଟି ନଡରି ପ୍ରତିଦିନ ଗାଈକୁ ଦେଖାକରିବାକୁ ଆସିଥାଏ। ଏହାର କାରଣ ମଧ୍ୟ ପଛରେ ଜାଣିବାକୁ ମିଳିଥିଲା।

88

କଥା କ’ଣ କି, ବାଘ ଛୁଆ ମାତ୍ର ୨୦ ଦିନର ଥିଲା, ସେତେବେଳେ ତାଙ୍କ ମା’ର ମ୍‌ତୁ ହୋଇଥିଲା। ଏହା ପରେ ଏହି ଗାଈଟି ବାଘ ଛୁଆକୁ କ୍ଷୀର ଦେଇଥିଲା। ସେବେ ଠାରୁ ଏହି ବାଘ ଛୁଆ ଗାଈକୁ ନିଜର ମା’ ଭାବି କ୍ଷୀର ପିଇବାକୁ ସବୁଦିନ ଚାଲିଆସେ। ସବୁଦିନ ରାତିରେ ଗାଈକୁ ଦେଖାକରିବା ପାଇଁ ଚାଲିଆସେ।

ଗ୍ରାମବାସୀଙ୍କୁ ଏହି ଦୁଇ ଜନ୍ତୁଙ୍କର ବନ୍ଧୁତା ବେଶ ପସନ୍ଦ ଆସିଲା। ବାଘ ଛୁଆଟି ଗାଁର କୌଣସି ଲୋକଙ୍କର କିଛି ବି କ୍ଷତି କରୁନଥିଲା। ଏହି ବାଘ ଛୁଆ ଯୋଗୁଁ ଅନ୍ଯ ଜନ୍ତୁ ଗାଁ ଫସଲକୁ କ୍ଷତି କରିବାକୁ ଆସିପାରିଲେ ନାହିଁ। ଏଥିପାଇଁ ସେମାନଙ୍କର ଫସଲ ଉତ୍ପାଦନ ମଧ୍ୟ ବଢିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like