ଜୀବନ ପଛେ ଯାଉ ହେଲେ ମଦ ରହିଯାଉ, ଏହି ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଦିଲ୍ଲୀ ଏନସିଆରରେ ଭୂକମ୍ପ ବେଳେ ଜ‌ଣେ ବ୍ୟକ୍ତି ଘରୁ ବାହାରକୁ ଆସିବା ବଦଳରେ ସେ ଘରେ ରଖିଥିବା ତାଙ୍କ ମଦ ବୋତଲକୁ ସୁରକ୍ଷା ଦେଇଥିଲେ। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଦିଲ୍ଲୀ: ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ, ଯାହାକୁ ଦେଖି ଆପଣ ତାଜୁବ୍ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦିଲ୍ଲୀରେ ଗତ ମଙ୍ଗଳବାର ଓ ବୁଧବାର ଦୁଇ ଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହେବାପରେ ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଚାଲି ଆସିଥିଲେ।

ଘରେ ଥିବା ସାମଗ୍ରୀ ମଧ୍ୟ ଭୂକମ୍ପରେ ଥରି ଉଠିଥିଲା। କିଛି ଜିନିଷ ତଳେ ପଡ଼ି ନଷ୍ଟ ମଧ୍ଯ ହୋଇଥିଲା। ହେଲେ ଏହି ସମୟରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ବେଳେ ଜ‌ଣେ ବ୍ୟକ୍ତି ଘରୁ ବାହାରକୁ ଆସିବା ବଦଳରେ ସେ ଘରେ ରଖିଥିବା ତାଙ୍କ ମଦ ବୋତଲକୁ ସୁରକ୍ଷା ଦେଇଥିଲେ।

ଅର୍ଥାତ ଭୂମିକମ୍ପ ଝଟକାରେ ଘର ଥରୁଥିବା ବେଳେ ସେ ମଦ ବୋତଲ ଗୁଡ଼ିକୁ ଧରି ସେମିତି ଘର ଭିତରେ ରହିଥିଲେ। ଯେମିତି ଭୂମିକମ୍ପରେ ମଦ ତଳେ ପଡ଼ି ନଷ୍ଟ ନହେଉ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ  ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଥାଉକି, ଦିଲ୍ଲୀରେ ଗତ ବୁଧବାର ଅପରାହ୍ନ ୪ଟା ୪୨ରେ ଆସିଥିବା ଭୂକମ୍ପର ତୀବ୍ରତା ୨.୭ ରହିଥିବା ବେଳେ ଏହାର କେନ୍ଦ୍ର ପଶ୍ଚିମ ଦିଲ୍ଲୀରେ ୫ କିମି ଗଭୀରତାରେ ରହିଥିଲା। ସେହିପରି ମଙ୍ଗଳବାର ରାତି ୧୦ଟା ୨୦ରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।