ସ୍ପେଶାଲ

ଚାଲବୁଲ କରୁଥିବା କାଲକୁଲେଟର, ବଡ ବଡ ଗଣିତକୁ ଚୁଟକିରେ ସମାଧାନ କରୁଛି ସ୍କୁଲ ମାଟି ମାଡିନଥିବା ଏହି ବାଳକ

ମଣିଷ ଜନ୍ମ ହେବା ପରଠାରୁ ତା ସାଙ୍ଗରେ ଗଣିତ ବା ଅଙ୍କ ଯୋଡି ହୋଇ ରହିଥାଏ । ସେ ବୟସର ଗଣନା ହେଉ କିମ୍ବା ଟଙ୍କା ପଇସାର ଗଣନା ସମସ୍ତ କ୍ଷେତ୍ରରେ ଆମେ ଗଣିତକୁ ସାଥିରେ ନେଇ ଚାଲିଥାଉ । ସାଧାରଣତଃ ଆପଣ ଦେଖିଥିବେ ପ୍ରାୟତଃ ଭଲ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଗଣିତର ନାମ ଶୁଣିଲା ମାତ୍ରେ ନାକ ଟେକନ୍ତି । ଏହାର କାରଣ ହେଉଛି ଗଣିତ ପ୍ରତି ଥିବା ତାଙ୍କର ବିରକ୍ତି ଭାବ । ସ୍କୁଲ ଯାଇ ପାଠ ପଢି ମଧ୍ୟ ଅନେକ ପିଲା ଗଣିତ କରିବାରେ ଅସମର୍ଥ ହେଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପିଲାର ଭିଡିଓ ଦେଖାଇବୁ ଯିଏ ତା ଜିବନରେ କେବେ ବି ସ୍କୁଲର ମାଟି ମାଡି ନାହିଁ ତଥାପି ସେ ଆଶ୍ଚର୍ଯ୍ୟଜନକ ଭାବରେ ଆଖିପିଚୁଳାକେ ସମସ୍ତ ଗଣିତର ସଠିକ୍‌ ଉତ୍ତର ଦେଉଛି । ଟେଡି ନାମକ ଏକ ଟ୍ଵିଟର ୟୁଜର ଏହି ପିଲାଟିର ଭିଡିଓକୁ ସେୟାର କରିଛନ୍ତି । ଆପଣ ଦେଖୁଥିବା ଏହି ଭିଡିଓଟି ହେଉଛି ରାଜସ୍ଥାନର ଦୁଦୁ ନାମକ ଗ୍ରାମରେ ରହୁଥିବା ୨୦ ବର୍ଷର ଯୁବକ ଇରଫାନର । ଏହି ଭିଡିଓରେ ଜଣେ ବ୍ୟକ୍ତି ଇରଫାନକୁ ଗଣିତର ଅନେକ ପ୍ରଶ୍ନ ପଚାରୁଛନ୍ତି , ଯାହାର ଉତ୍ତର ସେ ଖୁବ କମ ସମୟ ମଧ୍ୟରେ ସଠିକ ଭାବରେ ଦେଉଛି ।


ବ୍ୟକ୍ତି ଜଣକ ପ୍ରଥମେ ଇରଫାନକୁ ପଚାରିଲେ ଯେ ଯଦି ଜଣେ ମଣିଷକୁ ୧୨ ବର୍ଷ ବୟସ ହୋଇଥାଏ ତେବେ ସେ ମଣିଷଟିର ବୟସ ଦିନରେ କେତେ ? ଇରଫାନ ଏହାର ଉତ୍ତରରେ ସାଙ୍ଗେ ସାଙ୍ଗ କହିଲା ୪୩୮୦ ଦିନ । ଏହା ଶୁଣି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ତାକୁ ଆଗକୁ ଆହୁରି ପ୍ରଶ୍ନ ପଚାରୁଛନ୍ତି । ବ୍ୟକ୍ତି ଜଣକ ପୁଣି ସେହିଭଳି ପ୍ରଶ୍ନ ପଚାରିଲେ, ଯଦି ମଣିଷ ୬୫ ବର୍ଷର ହୁଏ ତେବେ , ଇରଫାନ କହିଲା ୨୩,୭୨୫ ଦିନ । ୨୮ ବର୍ଷ ର ହେଲେ ଇରଫାନ ପୁଣି ସଠିକ ଉତ୍ତର ଦେଇ କହିଲା ୧୦, ୨୨୦ ଦିନର । ଇରଫାନର ଏହିପରି ବିଚକ୍ଷଣ ବୁଦ୍ଧି ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା ? କେମିତି ଜଣେ ପିଲା ତା ଜୀବନ କାଳରେ କେବେ ସ୍କୁଲ ନ ଯାଇ ଏତେ ଶୀଘ୍ର ଓ ସଠିକ୍‌ ଗଣିତର ଉତ୍ତର ଦେଇ ପାରୁଛି । ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଜସ୍ଥାନର ଦୁଦୁ ଅଞ୍ଚଳରେ ରହୁଥିବା ଇରଫାନଙ୍କ ବାପା ମା ଦୁହେଁ ଜଣେ ଦିନ ମଜୁରିଆ । ଇରଫାନ ପିଲାଟି ବେଳୁ ପାଠ ପଢିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୁଣ୍ଡରେ ଜମିରହିଥିବା ପାଣି ପାଇଁ ସେ କେବେ ସ୍କୁଲ ଯାଇ ପାରିନ ଥିଲେ । ପରେ ଜୟପୁରର ସବାଇମାନ ହସ୍ପିଟାଲରେ ତାଙ୍କ ମୁଣ୍ଡର ଚିକିତ୍ସା ହୋଇ ଅପରେସନ ହୋଇଥିଲା ବୋଲି ଇରଫାନଙ୍କ ଜେଜେମା ମିଡିଆକୁ କହିଥିଲେ । ଅପରେସନ ପରେ ପରେ ତାଙ୍କର ଗଣିତ ଏଭଳି ତୀକ୍ଷ ହୋଇଯାଇଥିଲା । ବର୍ତ୍ତମାନ ଇରଫାନଙ୍କୁ ତାଙ୍କ ଅଞ୍ଚଳରେ ସମସ୍ତେ ଚଳ ପ୍ରଚଳ କରୁଥିବା କାଲକୁଲେଟର ବୋଲି କହୁଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେଲା ପରେ ଅନେକ ଲୋକ ତାଙ୍କୁ ଖୁବ ପସନ୍ଦ କରିଛନ୍ତି। କିଛି ଲୋକ ଇରଫାନଙ୍କ ବୁଦ୍ଧିର ମଧ୍ୟ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ଏହି ଭିଡିଓରେ ଲୋକେ ଟ୍ୟାଗ କରିଛନ୍ତି ଓ ଇରଫାନକୁ ସାହାଯ୍ୟ କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

3 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

16 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

16 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago