IIT ବମ୍ବେ ହଷ୍ଟେଲ ଭିତରେ ପଶିଲା ଗାଈ, ଚୋବାଇ ଖାଇଗଲା ବହି
ଆଇଆଇଟି ବମ୍ବେ ପୁଣି ଥରେ ରହିଛି ଚର୍ଚ୍ଚାରେ ଏବଂ ଏଥର ମଧ୍ୟ ଗାଈ ପାଇଁ ଚର୍ଚ୍ଚାରେ ରହିଛି। ଗୋଟେ ଗାଈକୁ ଆଇଆଇଟିର ହଷ୍ଟେଲ ଭିତରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ହଷ୍ଟେଲ ଭିତରେ ରଖାଯାଇଥିବା ବହିକୁ ସେ ଚୋବାଉଥିଲା।
ସୋସିଆଲ ମିଡିଆରେ ଏକ ଗାଈର ଫଟୋ ଭାଇରାଲ ହେଉଛି। କୁହାଯାଉଛି ଯେ ଆଇଆଇଟି ବମ୍ବେର ତିନି ନମ୍ବର ହଷ୍ଟେଲରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।
ଜଣେ ୟୁଜର ଲେଖିଛନ୍ତି ଏହି ଫଟୋରୁ ଜଣାପଡୁଛି ଆଇଆଇଟି ବମ୍ବେର ସ୍ଥିତି କେମିତି। ସେ ଆଉ ଗୋଟେ ଫଟୋ ସେୟାର କରି ପ୍ରଶ୍ନ କରିଛନ୍ତି କଣ ଆଇଆଇଟି ବମ୍ବେରେ ଗାଈଙ୍କ ପାଇଁ ଅଲଗା କୋଟା ଦିଆଯାଇଛି।
ଏହାସହ ପଢନ୍ତୁ : ଆରେ ମଣିଷ ପିମ୍ପୁଡି ଠାରୁ କିଛି ତ ଶିଖ ! ଭିଡିଓରୁ ଦେଖନ୍ତୁ ଏକତାର ପାଓ୍ଵାର
ଏହାପୂର୍ବରୁ ଜୁଲାଇରେ ମଧ୍ୟ ଗାଈ ଆଇଆଇଟି ବମ୍ବେର କ୍ଲାସରୁମରେ ପଶିଯାଇଥିଲା। ସେତେବେଳର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମ୍ୟାନେଜମେଣ୍ଟ ଏହି ମାମଲାକୁ ଦେଖିବା ପାଇଁ ଏକ କମିଟି ଗଠନ କରିଥିଲେ। କେବଳ ଏତିକି ନୁହେଁ ସେହି ଗାଈଟି ଜଣେ ଇଣ୍ଟର୍ଣ୍ଣ ଛାତ୍ରଙ୍କୁ ଆହତ କରିଦେଇଥିଲେ। ଭିଡିଓକୁ ଦେଖିଲା ପରେ ଲୋକମାନେ କହିଥିଲେ ଯେ ଗାଈଟି ଜେଇଇ ପାସ୍ କରିଦେଲା।