ସ୍ପେଶାଲ

ସଣ୍ଡେ ହୋୟା ମଣ୍ଡେ, ରୋଜ ଫୈକୋ ଅଣ୍ଡେ ! ଓଡ଼ିଶାରେ ପୁଣି ମାତିଛି ଅଣ୍ଡା ମାଡ଼ ଟ୍ରେଣ୍ଡ

ବେଳେ ବେଳେ ଏମିତି ହୁଏ । କଣ ଗୋଟେ ଆରମ୍ଭ ହୋଇଗଲେ ତାହା କିଛି ଦିନ ପାଇଁ ଧାରା ବନି ଯାଏ । ଯେମିତି ଏବେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରି ଦେଇଛନ୍ତି । ପରସ୍ପର ନେତାଙ୍କ ଉପରେ ଅଣ୍ଡା ମାଡ଼ କରୁଛନ୍ତି । ବିଜେପି ବିଜେଡିକୁ, ବିଜେଡି ବିଜେପିକୁ ଆଉ କଂଗ୍ରେସ ମଧ୍ୟ ଉଭୟଙ୍କୁ । ଅବଶ୍ୟ ଏଇ ଅଣ୍ଡାମାଡ଼ ଟ୍ରେଣ୍ଡଟି ବହୁ ପୁରୁଣା । ତେବେ ଏବେ ପୁଣି ଆରମ୍ଭ ହେବା ଯୋଗୁଁ ଚର୍ଚ୍ଚାକୁ ଆସିଛି ।

ବିଗତ ବର୍ଷରେ ଏହି ଅଣ୍ଡାମାଡ଼କୁ ନେଇ ଅନେକ ଝଡ଼ ଉଠିଛି । ତଥାପି ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ନାହିଁ । କାରଣ ବୋଧହୁଏ ଏହାକୁ ଦୂରରୁ ଥାଇ ଫିଙ୍ଗିବା ଭାରି ସୁବିଧା ଏବଂ ଫିଙ୍ଗା ଯାଉଥିବା ଲୋକକୁ ଅସୁବିଧା । ତେବେ ଏହା ପକାୁଥିବା ଲୋକ ଓ ପଡୁଥିବା ଲୋକ ପାଇଁ କେତେ ଲାଭ ଓ କ୍ଷତିକର ସେକଥା ଆମକୁ ଜଣାନାହିଁ । ତଥାପି ଆମେ କହିବୁ କି ଏହା ଏକ ଅସମ୍ମାନଜନକ ପରମ୍ପରା । ଏକଦା ଟମାଟୋ ଫିଙ୍ଗା ଟ୍ରେଣ୍ଡ ମଧ୍ୟ ଚାଲିଥିଲା । ଯାହା ଏବେ କାଁଭାଁ ଘଟୁଛି । ସେହିଭଳି ଅଣ୍ଡା ଫିଙ୍ଗା ପରମ୍ପରା ମଧ୍ୟ ଧୀରେ ଧୀରେ ମରିବାକୁ ବସିଥିବା ବେଳେ ଓଡ଼ିଶାରେ ଟିକେ କାୟା ମେଲାଇଛି । ଏ କାମ ତ ବଡ଼ ନେତାମାନେ କେବେବି କରନ୍ତି ନାହିଁ। କିଛି କର୍ମୀ କିମ୍ବା ସେମାନଙ୍କ ଲିଡର ବନିଥିବା ବ୍ୟକ୍ତିବିଶେଷ ପ୍ରାୟତଃ ଯୁବନେତା ହିଁ ଏଭଳି ସାସ ଦେଖାନ୍ତି । ସେମାନେ ଭୁଲି ଯାଆନ୍ତି ଯେ ଯେକୌଣସି ନେତା ପ୍ରତି ଏଭଳି ଅଣ୍ଡା ଫିଙ୍ଗା ଅତ୍ୟନ୍ତ ମର୍ଯ୍ୟାଦାହୀନ କାମ ।

ପ୍ରତିବାଦ କରିବାର ଅନ୍ୟ ଅନେକ ବାଟ ରହିଛି । ହେଲେ ଅଣ୍ଡା ଟମାଟୋ ଫିଙ୍ଗି କିଭଳି ଦାବି ଉପସ୍ଥାପନ କରନ୍ତି ଲୋକେ ଏହା ବୁଝିବା କଷ୍ଟକର । କେବଳ ବାହାଦୂରୀ ନିଅନ୍ତି ଯେ ମୁଁ ତାଙ୍କୁ ଅଣ୍ଡାମାଡ଼ କରି ଦେଲି ।
ଯଦି ଆମେ ଇତିହାସକୁ ଦେଖିବା ତେବେ ଜଣେ ନିନ୍ଦିତ ବ୍ୟକ୍ତିକୁ ଅସମ୍ମାନିତ କରିବା ପାଇଁ ପଚା ଟମାଟୋ ଏବଂ ଅଣ୍ଡା ଫିଙ୍ଗିବାର ରାସ୍ତା ଖୋଜା ଯାଇଥିଲା । କାରଣ ଏସବୁ ଶସ୍ତାରେ ମିଳେ ଓ ସହଜରେ ଫିଙ୍ଗି ହୁଏ । ତେବେ ଏହାର କିଛି ପ୍ରତୀକାତ୍ମକ ମୂଲ୍ୟ ରହିଛି ବୋଲି ମନେ ହୁଏ ନାହିଁ ।

ତଥାପି ଏହା ଏକ ଅତି ଅସମ୍ମାନଜନକ ପରମ୍ପରାରେ ପରିଣତ ହୋଇଥିବାରୁ ଲୋକେ ସଚେତନ ରହିବା ଦରକାର । କାରଣ ପ୍ରଥମତଃ ଆପଣ ଖାଦ୍ୟକୁ ଅସମ୍ମାନ କରୁଛନ୍ତି ଆଉ ଦ୍ୱିତୀୟରେ ଏବେ ଉଭୟ ଅଣ୍ଡା ଓ ଟମାଟୋ ଦର ଯାହା ହେଲାଣି ତାକୁ ନଷ୍ଟ କରିବାର ଅଧିକାର ଆମର ନାହିଁ କହିଲେ ଭୁଲ ହେବ ନାହିଁ । କାରଣ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଆଦି ଦେଶ ଓ ରାଜ୍ୟ ଚଳାଉଥିବା ବ୍ୟକ୍ତିମାନଙ୍କୁ ଅଣ୍ଡାମାଡ଼ କରିବା ଘଟଣାକୁ ପ୍ରତିବାଦ କୁହାଯିବ ନାହିଁ । କାରଣ ଏହା ରାଜ୍ୟର ମର୍ଯ୍ୟାଦାକୁ ପ୍ରତିହତ କରୁଛି ।

‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’ ବଦଳରେ ଆମେ ଏବେ କହିବା ଆରମ୍ଭ କଲୁଣି ‘ରୋଜ ଫୈକୋ ଅଣ୍ଡେ’ । ଟିକେ ସୁଧୁରି ଯାଆନ୍ତୁ ଭାଇମାନେ । କିଛି ନୂଆ ଟ୍ରେଣ୍ଡରେ ପ୍ରତିବାଦ କରନ୍ତୁ, ଯାହା ଲୋକଙ୍କୁ ପ୍ରଭାବିତ କରିବ । ୟାକୁ ଦେଖି ତାକୁ ଦେଖି ସେଇ ପୁରୁଣା ପରମ୍ପରା ଧରି କେତେଦିନ ଚାଲିବେ ????

ହିମାଂଶୁ ପତି ମିଶ୍ର

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

4 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

14 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

43 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago