ବୟସ ୨୩, କିନ୍ତୁ ମହିଳା ୨୧ ଛୁଆର ମାଆ! ୧୦୫ ଛୁଆ ଜନ୍ମ କରିବାର ଘାରିଛି ନିଶା

ରୁଷରେ ଏମିତି ଜଣେ ଦମ୍ପତି ଅଛନ୍ତି, ଯାହାଙ୍କୁ ଅଧିକରୁ ଅଧିକ ଛୁଆ ଜନ୍ମ କରିବାର ନିଶା ଘାରିଛି। ବର୍ତ୍ତମାନ ତାଙ୍କର ୨୧ ଛୁଆ ଅଛନ୍ତି ଏବଂ ଆହୁରି ଛୁଆ ଜନ୍ମ କରିବାକୁ ଇଚ୍ଛା ରଖିଛନ୍ତି। ୫୬ ବର୍ଷୀୟ ସ୍ୱାମୀ ଚାହୁଁଛନ୍ତି କି, ସେମାନଙ୍କର ମୋଟ ୧୦୫ ଛୁଆ ହୁଅନ୍ତୁ।

ମେକ୍ସିକୋରେ ରହୁଥିବା କ୍ରିଷ୍ଟିନା ଓଜତୁର୍କ ଓ ତାଙ୍କ ସ୍ୱାମୀ ଗ୍ୟାଲିପଙ୍କର କିଛି ବର୍ଷ ପୂର୍ବେ ଜର୍ଜିଆରେ ଦେଖା ହୋଇଥିଲା। ଏହି ସମୟରେ କ୍ରିଷ୍ଟିନାଙ୍କ ବୟସ ୧୭ ଥିଲା ଏବଂ ସେହି ସମୟରେ ମଧ୍ୟ ସେ ଏକ ପିଲାର ସିଙ୍ଗଲ ମଦର ଥିଲେ। ଏହି ଦେଖା ପରେ କ୍ରିଷ୍ଟିନା ଓ ଗ୍ୟାଲିପଙ୍କ ମଧ୍ୟରେ ନିବିଡ଼ତା ବଢ଼ି ଯାଇଥିଲା ଏବଂ ସେମାନେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗ୍ୟାଲିପ ଜଣେ ଅରବପତି ବିଜନେସମ୍ୟାନ।

କ୍ରିଷ୍ଟିନା ଗତ ୧୦ ମାସ ଭିତରେ ସରୋଗେସୀ ଜରିଆରେ ୧୦ ଛୁଆଙ୍କୁ ଜନ୍ମ ଦେଇଛନ୍ତି। ଦମ୍ପତିଙ୍କର ସରୋଗେସୀରୁ ପ୍ରଥମ ଛୁଆ ୨୦୨୦ ମାର୍ଚ୍ଚରେ ହୋଇଥିଲା ଏବଂ ୧୦ମ ଛୁଆ ୨୦୨୧ ଜାନୁୟାରୀରେ ହୋଇଛି। ଯେହେତୁ ଦମ୍ପତି ଅଧିକ ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି, ତ ସେମାନେ ସରୋଗେସୀ ରାସ୍ତାକୁ ଆପଣାଇଛନ୍ତି।

ପିଲାମାନଙ୍କର ଦେଖାଶୁଣା ପାଇଁ ଦମ୍ପତି ଜଣେ କେୟାରଟେକରଙ୍କୁ ରଖିଛନ୍ତି। ସରୋଗେସୀରେ ଏକ ପିଲା ପାଇଁ ଦମ୍ପତି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି।

You might also like