ଚୀନର ଜେଓ୍ଵାଇବି ଲିଲୀ ଏୟାରଲାଇନ୍ ଅନାଥ ପିଲାଙ୍କୁ ବିମାନ ଉଡାଇବାର ସ୍ପେଶାଲ ଟ୍ରେନିଂ ଦେଉଛି। ଯାହାଦ୍ୱାରା ଭବିଷ୍ୟତରେ ନିଜ ଗୋଡ ଉପରେ ନିଜେ ଠିଆ ହୋଇପାରିବେ ଏବଂ ପାଇଲଟ ହୋଇପାରିବେ। ଚାଇନା ଏୟାରଲାଇନ୍ ଏହି ଟ୍ରେନିଂ ସମରକ୍ୟାମ୍ପ ଦ୍ୱାରା ଆରମ୍ଭ କରିଛି। ଏହି କ୍ୟାମ୍ପ ପାଇଁ ଏୟାରଲାଇନର ଅଫିସର ୧୩୦ ପିଲାଙ୍କୁ ଚୟନ କରିଛନ୍ତି। ଟ୍ରେନିଂ ପାଇଁ ଅଫିସରମାନେ ଏକ ଟେଷ୍ଟ କରାଇଥିଲେ। ଏହାପରେ ପ୍ରଥମ ବ୍ୟାଚ୍ ଆରମ୍ଭ ହେଲା। ଏହି ଟ୍ରେନିଂ ହୁନାନ ପ୍ରାନ୍ତରେ କୁନମିଂ ସିଟିରେ ଦିଆଯିବ। ଅନୁଭବୀ ପାଇଲଟ ପିଲାଙ୍କୁ ବିମାନ ଉଡାଣ ଶିକ୍ଷା ଦେବେ।
ଏୟାରଲାଇନର ଫ୍ଲାଇଟ ଇନଷ୍ଟ୍ରକଟର କହିଛନ୍ତି, ‘ଏହି ପିଲା ମାନଙ୍କୁ ଉଡାଣ ଭରିବାକୁ ତାଲିମ ଦିଆଯାଉଛି। ଆମେ ସେମାନଙ୍କୁ ଆଗକୁ ବଢ଼ାଇବା ଉତ୍ସାହ କରୁଛୁ ଯେଉଁମାନେ ଉଡିବା ପାଇଁ ସ୍ୱପ୍ନ ଦେଖୁଛନ୍ତି। ଆଗାମୀ ଦିନରେ ଏହି ପିଲା ଆକାଶରେ ଉଡିବା ପାଇଁ ନିଜର ସ୍ୱପ୍ନ ନିଶ୍ଚୟ ପୂରା କରିବେ।’
ପାଇଲଟ ବନାଇବା ପାଇଁ ପିଲାଙ୍କୁ ଅନାଥ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ଚୟନ କରାଗଲା। ୧୯୬୫ରେ ସ୍ଥାପିତ ହୋଇଥିବା ଏହି ସ୍କୁଲ ଏବେ ପଯ୍ୟର୍ନ୍ତ ୩୦୦୦ରୁ ଅଧିକ ଅନାଥ ପିଲାଙ୍କୁ ସମର୍ଥ ବନାଇଛି।
ଏହାସହ ପଢନ୍ତୁ : ଏହି ଗାଁରେ ମଣିଷଙ୍କ ଠାରୁ ନେଇ ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ, ଆଶ୍ଚର୍ଯ୍ୟ କରିଦେବ ଏହା ପଛର କାରଣ
ଚୟନ କରାଯାଇଥିବା ପିଲାଙ୍କୁ ବିମାନ ଉଡାଣର ଟ୍ରେନିଂ ସହିତ ସ୍ଥାନୀୟ ନର୍ଥଇଷ୍ଟ ଇଣ୍ଡରନାସନାଲ ହସିପିଟାଲ ଦ୍ୱାରା ବିମାନ ସହିତ ଜଡିତ ସୁରକ୍ଷା ଏବଂ ସୁରକ୍ଷାର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।
କୋର୍ସ ଇନଷ୍ଟ୍ରକଟରଙ୍କ ମୁତାବକ ଆମର ଲକ୍ଷ୍ୟ କେବଳ ଅନାଥ ପିଲାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ଏବଂ ତାଙ୍କୁ ସମର୍ଥ ବନାଇବା। ସବୁଠୁ ଖାସ୍ କଥା ଏହା ଶିକ୍ଷା କରାଯାଉଛି ଯେ ସ୍ୱତନ୍ତ୍ର ଏବଂ ଆପାତକାଳୀନ ପରିସ୍ଥିତିରେ ସେମାନଙ୍କୁ କେମିତି କାମ କରିବା ଉଚିତ।