ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ମିଳିବ ୪ଧାମର ପୁଣ୍ୟ ଫଳ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ଆସନ୍ତା ମେ ମାସ ୩ ତାରିଖ ମଙ୍ଗଳବାରରେ ଏହିଶୁଭ ପର୍ବ ପଡ଼ୁଛି । ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କୌଣସି ଶୁଭ କାର୍ଯ୍ୟରେ ବିଘ୍ନ ଘଟିନଥାଏ। ସେହିପରି ଏହି ଦିନ କିଛି ନୂଆ ଜିନିଷ କିଣିବା ଶୁଭ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଶୁଭ ତିଥି ଦେଖାଯାଇଥାଏ। ସେହିପରି ଅକ୍ଷୟତୃତୀୟା ସହ ଅନେକ ମହାତ୍ମ୍ୟ ଯୋଡ଼ି ରହିଛି। ଏହି ଦିନ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। କାରଣ ଅକ୍ଷୟତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଜନ୍ମ ହୋଇଥିଲେ। ଏହା ବ୍ୟତୀତ ଏହି ଦିନ ଜନ୍ମ ହୋଇଥିବା ନର ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାନ୍ତି। ଏହି ତିଥି ରୁ ହିଁ ତ୍ରେତା ଯୁଗର ଆରମ୍ଭ ହୋଇଥିଲା। ଶାସ୍ତ୍ରରେ ଏହି ଦିନର ମହତ୍ତ୍ୱ ଏତେ ଯେ ଏହି ଦିନ ପାପର ବିନାଶ ହେବା ସହିତ ସୁଖ ପ୍ରାପ୍ତି ହୋଇଥାଏ।

କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଶୁଭ ମୁହୂର୍ତ୍ତ ଦେଖାଯାଇଥାଏ। କାରଣ ଶୁଭ ମୁହୂର୍ତ୍ତକୁ ଧ୍ୟାନ ରଖି କାର୍ଯ୍ୟ କରିବା ଦ୍ବାରା ସଫଳତା ପ୍ରାପ୍ତ ହୋଇଥାଏ। କିନ୍ତୁ ଅକ୍ଷୟ ତୃତୀୟା ଏପରି ଏକ ଦିନ ଯେଉଁ ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବିଶେଷ ମୁହୂର୍ତ୍ତ ଦେଖିବା ଆବଶ୍ୟକତା ହୋଇନଥାଏ। ଏହି ଦିନ ସୁନା କିଣିବା ବହୁତ ଶୁଭ ହୋଇଥାଏ। ଏହି ଦିନ ଉପବାସ କରିଲେ ଏବଂ ଦାନ କରିବା ଦ୍ବାରା ଜୀବନରେ କୌଣସି ଜିନିଷରେ ଅଭାବ ଦେଖା ଯାଇନଥାଏ। ଅକ୍ଷୟ ତୃତୀୟା ଦିନ ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଦେବୀ ଉପାସନା କରିବା ଉଚିତ୍‌। ଏହାଦ୍ୱାରା ମାନସିକ ଏବଂ ଶାରୀରିକ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହି ପବିତ୍ର ଦିନରେ ଆଭୂଷଣ ଏବଂ ସୁନାଚାନ୍ଦି କିଣିବାର ପ୍ରଥା ମଧ୍ୟ ରହି ଆସିଛି। ଏଥିପାଇଁ ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଉପାସନା, ଦାନ, ଜପ ଆଦି କରି ଏହାର ପୂର୍ଣ୍ଣଫଳ ନିଶ୍ଚୟ ପ୍ରାପ୍ତ କରନ୍ତୁ। ଆସନ୍ତୁ ଜାଣିବା, ଏହି ଦିନ କ’ଣ କଲେ ଶୁଭ ହୋଇଥାଏ।

ଅକ୍ଷୟ ତୃତୀୟା ମଙ୍ଗଳ ରୋହିଣୀ ନକ୍ଷତ୍ର ଯୋଗରେ ପଡ଼ୁଛି। ଶୁଭ ଯୋଗରେ ଅକ୍ଷୟ ତୃତୀୟା ପାଳନର ଏହି ଅଦ୍ଭୁତ ସଂଯୋଗ ୩୦ ବର୍ଷ ପରେ ସୃଷ୍ଟି ହେଉଛି। ଏତିକି ନୁହେଁ, ୫୦ ବର୍ଷ ପରେ ଗ୍ରହମାନଙ୍କର ବିଶେଷ ସ୍ଥିତି ବି ରହୁଛି। । ଶୁଭ ସଂଯୋଗ ଏବଂ ଗ୍ରହମାନଙ୍କର ବିଶେଷ ସ୍ଥିତି ଯୋଗୁ ଅକ୍ଷୟ ତୃତୀୟାରେ ଦାନ କଲେ ପୁଣ୍ୟପ୍ରାପ୍ତି ହୋଇପାରିବ।

ଏହିଦିନ ବିଷ୍ଣୁ ଭଗବାନ ଓ ମାତା ଲକ୍ଷ୍ମୀଙ୍କ ବିଧି ବିଧାନ ରୂପେ ପୂଜା କରାଯାଏ। ନୂଆ ଜିନିଷ କିଣିବା ସହ ଏହିଦିନ ଦାନ କଲେ ମଧ୍ୟ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଏହିଦିନ ଦାନ କରିବା ନିହାତି ଜରୁରୀ। ଶାସ୍ତ୍ର ମୁତାବିକ ଅକ୍ଷୟ ତୃତୀୟା ଦିନ ଜଳଦାନ କରିବା ଖୁବ ଶୁଭ ହୋଇଥାଏ। ଜଳ ପୂର୍ଣ୍ଣ କଳସ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିରୁ ଗୋଟିଏ କଳସ ପିତୃପୁରୁଷଙ୍କର ହୋଇଥିବା ବେଳେ ଅନ୍ୟଟି ଭଗବାନ ବିଷ୍ଣୁଙ୍କର। ପିତୃପୁରୁଷ କଳସରେ ଜଳପୂର୍ଣ୍ଣ କରି ସେଥିରେ କଳା ରାଶି, ଚନ୍ଦନ ଓ ଧଳା ଫୁଲ ପକାନ୍ତୁ। ଭଗବାନ ବିଷ୍ଣୁଙ୍କ କଳସରେ ଜଳ ଭରି ସେଥିରେ ହଳଦିଆ ଫୁଲ, ଚନ୍ଦନ ଓ ପଞ୍ଚାମୃତ ପକାଇ ଉପରେ ଫଳ ରଖନ୍ତୁ।

ଏହାଦ୍ୱାରା ପିତୃପୁରୁଷ ଏବଂ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୋଇଥାଏ। ଏଥି ସହିତ ପରିବାରରେ ସୁଖ, ସମୃଦ୍ଧି ବଜାୟ ରହିଥାଏ। ପଶୁ ପକ୍ଷୀଙ୍କ ୁ ଆପଣ ଏହିଦିନ ଖାଇବା କୁ ଦେଲେ ମଧ୍ୟ ଅନେକ ଦୋଷ ଦୂର ହୋଇଥାଏ। କୁହାଯାଏ ଏସବୁ କଲେ ଚରିଧାମ ତୀର୍ଥ କରିବା ଭଳି ପୁଣ୍ୟ ଫଳ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.