ଅକ୍ଷୟ ତୃତୀୟା ଦିନ ମା’ବିନ୍ଧ୍ୟବାସିନୀଙ୍କ ପୂଜା କରିବାର ରହିଛି ବିଶେଷ ମହତ୍ୱ, ଜାଣନ୍ତୁ କାହିଁକି

ହିନ୍ଦୁ ରୀତିନୀତିରେ କୌଣସି ବି କାର୍ଯ୍ୟ ଶୁଭ ମୁହୂର୍ତ୍ତରେ ଆରମ୍ଭ କରାଯାଇଥାଏ କିନ୍ତୁ ବର୍ଷ ସାରା ମଧ୍ୟରେ ଏଭଳି ଏକ ଦିନ ରହିଛି, ଯାହାକୁ ସର୍ବାସିଦ୍ଧ ମୁହୁର୍ତ୍ତ କୁହାଯାଇଥାଏ। ଏହି ଦିନଟି ହେଉଛି ଅକ୍ଷୟ ତୃତୀୟା, ଯାହା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡିଥାଏ। ଚଳିତ ବର୍ଷ ଅକ୍ଷୟ ତୃତୀୟା ଆସନ୍ତା ରବିବାର ୨୬ଏପ୍ରିଲରେ ପାଳନ କରାଯିବ। ମାନ୍ୟତା ରହିଛି ଏହିଦିନ କୌଣସି ଶୁଭ ମୁହୁର୍ତ୍ତ ନଦେଖି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଏଥିସହ ଏହିଦିନ ଦାନ କରିବା ଦ୍ୱାରା ମଧ୍ୟ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ।

vindhyavasini-mandir

ଅକ୍ଷୟ ତୃତୀୟା ଦିନ ମା ବିନ୍ଧ୍ୟବାସିନୀଙ୍କ ଶୃଙ୍ଗାର ଏବଂ ଆଳତି କରିବାର ଅତ୍ୟନ୍ତ ମହତ୍ୱ ରହିଛି। ମା ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବିନ୍ଧ୍ୟାଞ୍ଚଳ ନାମକ ତୀର୍ଥରେ ଅବସ୍ଥିତ। କୁହାଯାଇଥାଏ ଏଠାରେ ମା ଜଗଦମ୍ବା ବିରାଜମାନ କରିଛନ୍ତି। ଏହିକାରଣରୁ ଏହି ସ୍ଥାନ ମା ଦୁର୍ଗାଙ୍କ ୫୧ଟି ଶକ୍ତିପୀଠ ମଧ୍ୟରୁ ଏକ। ମା ବିନ୍ଧ୍ୟବାସିନୀ ମନ୍ଦିରକୁ ନେଇ ଅନେକ ମାନ୍ୟତା ରହିଛି।

akshaya-tritiya

ଆଜି ମଧ୍ୟ ପ୍ରତିଦିନ ମା ବିନ୍ଧ୍ୟାବାସିନୀଙ୍କ ଦିନରେ ୪ଥର ଆଳତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ମଧ୍ୟ ମା’ଙ୍କ ଆଲତିରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ ଜମିଥାଏ। କିନ୍ତୁ ଚଳିତ ବର୍ଷ ଲକଡାଉନ ଜାରି ରାହୁଥିବାରି ମନ୍ଦିରର ପୂଜାରୀଙ୍କ ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.