ଦୃଢ଼ ମନୋବଳ ଆଗରେ ହାର ମାନିଲା ପରିଶ୍ରମ: ୧୪ ଘଣ୍ଟା ଅଫିସ୍‌ରେ କାମ କରି ପ୍ରଥମ ଚେଷ୍ଟାରେ IAS ହେଇଗଲେ ଏହି ମହିଳା

ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବା ଏତେ ସହଜ ନୁହେଁ। ଏଥିପାଇଁ ଦରକାର କଡ଼ା ପରିଶ୍ରମ , ଲଗନ୍‌ ଓ ଦୃଢ଼ ମନୋବଳ। IAS ଅଧିକାରୀ ଆଇଏଏସ୍ ଅକ୍ଷିତା ଗୁପ୍ତା ସେମିତି ମହିଳାଙ୍କ ମଧ୍ୟରୁ ଜଣେ। ଯିଏକି ନିଜ କଡ଼ା ପରିଶ୍ରମ ବଳରେ ହୋଇଛନ୍ତି IAS ଅଧିକାରୀ । ୧୪ ଘଣ୍ଟା ଅଫିସ୍‌ରେ କାମ କରି ପ୍ରଥମ ଚେଷ୍ଟାରେ ଆଇଏଏସ୍ ଅଫିସର ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଅକ୍ଷିତା ଗୁପ୍ତା ଦିନ ରାତି ଲାଗି ପଡ଼ିଥିଲେ। ଆଉ କ୍ରମାଗତ ଭାବେ ପ୍ରସ୍ତୁତି ଜାରି ରଖିଥିଲେ ।

ଏଭଳି ପରିସ୍ଥିତିରେ ଆଜି ଆମେ ଆଇଏଏସ୍ ଅକ୍ଷିତା ଗୁପ୍ତାଙ୍କ କାହାଣୀ ବିଷୟରେ କହିବୁ, ଯିଏ ଚାକିରି କରିବା ସହିତ UPSC ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ। ଅକ୍ଷିତା ଗୁପ୍ତା ୨୦୨୦ରେ UPSC ପାସ୍ କରି ୬୯ ରାଙ୍କ୍ ପାଇଥିଲେ। ପ୍ରଥମ ପ୍ରୟାସରେ ଅକ୍ଷିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୫୦୦ ମାର୍କରୁ ୨୯୯ ପାଇଥିଲେ। ତେବେ ଆସନ୍ତୁ ଜାଣିବା ଅକ୍ଷିତାଙ୍କ ପ୍ରେରଣାଦାୟକ କାହାଣୀ ଯିଏ ୨୩ ବର୍ଷ ବୟସରେ IAS ହୋଇଥିଲେ।

ଅକ୍ଷିତା ଡାକ୍ତରଖାନାରେ ଦିନକୁ ୧୪ ଘଣ୍ଟା କାମ କରିବା ସହିତ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଯେତେବେଳେ ସେ ସମୟ ପାଉଥିଲେ ପାଠପଢୁ ଥିଲେ। ଏମିତିକି ଡାକ୍ତରଖାନାରେ ଯେତେବେଳେ ତାଙ୍କୁ ୧୫ ମିନିଟ୍ ବି ସମୟ ମିଳୁଥିଲା ସେ ପଢିବସି ଯାଉଥିଲେ ବୋଲି ସେ କୁହନ୍ତି। ସାଧାରଣତଃ ଏକ ଅପ୍‌ସନାଲ ବିଷୟ ବାଛିବା UPSC ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ପ୍ରସ୍ତୁତି ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଡାକ୍ତରୀ ବହି ଗୁଡିକରୁ UPSC ସିଲାବସ୍ ସହିତ ଜଡିତ ପୃଷ୍ଠାକୁ ସେ ଆଣିଥିଲେ । ସମସ୍ତ ପୃଷ୍ଠାଗୁଡ଼ିକୁ ଷ୍ଟାପଲ କରି ସେଥିରୁ ଚାପ୍ଟର ତିଆରି କରିଥିଲେ ଯାହା ଅଧ୍ୟୟନରେ ସାହାଯ୍ୟ କଲା। ସେ ଏପରି ବିଷୟ ବାଛିଥିଲେ, ଯାହା ଚିକିତ୍ସା ସହିତ ଜଡିତ ଥିଲା। ସ୍ମାର୍ଟ ଭାବରେ ଅଧ୍ୟୟନ କରି । ଚାକିରି ସହିତ UPSC ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.