କାଠ ରୁ ପ୍ରସ୍ତୁତ କରାଯାଉଛି ଆଲକହଲ , ଜାଣନ୍ତୁ କିପରି ହେଲା ସମ୍ଭବ

ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବା ପାଇଁ ଉପାୟ ବାହାର କରିଛି । ଜାପାନ ର ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ, ବିଶ୍ୱରେ ଆଲକହଲ ପ୍ରସ୍ତୁତ କରିବା ପ୍ରଣାଳୀରେ ପରିବର୍ତ୍ତନ ଆସିବ ତାହା ନୁହେଁ ଏହା ଦ୍ୱାରା ଜଙ୍ଗଲ ବୃଦ୍ଧି ହେବ ।

(କେନ୍ୟୁଜ ବ୍ୟୁରୋ) : ଆଲକହଲ ସାଧାରଣତଃ ଅଙ୍ଗୁର, ଆଖୁ, ମକ୍କା, ଆଳୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଦ୍ୱାରା ପ୍ରସ୍ତୁତ ହୁଏ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବା ପାଇଁ ଉପାୟ ବାହାର କରିଛି । ଜାପାନ ର ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ, ବିଶ୍ୱରେ ଆଲକହଲ ପ୍ରସ୍ତୁତ କରିବା ପ୍ରଣାଳୀରେ ପରିବର୍ତ୍ତନ ଆସିବ ତାହା ନୁହେଁ ଏହା ଦ୍ୱାରା ଜଙ୍ଗଲ ବୃଦ୍ଧି ହେବ । ଏହା ଦ୍ୱାରା ଲୋକଙ୍କୁ ଆଲକହଲ ମିଳିବ ଏବଂ ପୃଥିବୀରେ ଅକ୍ସିଜେନ ର ମାତ୍ରା ବୃଦ୍ଧି ପାଇବ ।

ଜାପାନର ତୋହକା ଅଞ୍ଚଳରେ ୧୬୦୦ ମସିହାରେ ଏକ ଗଛ ଲଗାଯାଇଥିଲା, ଯାହାର ନାମ ସିଦାର ଥିଲା । ଏହି ଗଛ ରୁ ୧୯୧୬ ମସିହାରେ ହଠାତ ଧଳା ରଙ୍ଗର ତରଳ ପଦାର୍ଥ ବାହାର ହେବା ଆରମ୍ଭ କରିଥିଲା । ଏହି ଗଛରୁ ପାଖାପାଖି ୩୫ ଲିଟରରୁ ଅଧିକ ଧଳା ତରଳ ପଦାର୍ଥ ବାହାରିଥିଲା । ବିଶେଷଜ୍ଞ ଏହି ସିଦାର ଗଛରୁ ଯେଉଁ ଧଳା ପଦାର୍ଥ ବାହାରିଥିଲା ସେଥିରୁ ଆଲକହଲ ପ୍ରସ୍ତୁତ କରିବା ପାଇଁ ଉପାୟ ଖୋଜି ପାଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ସିଦାର ଏବଂ ଚେରୀ ଗଛ କାଠରୁ ମିଥେନାଲ ମିଳେ, ଯାହା ପିଇବା ଉପଯୋଗୀ ନୁହେଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ବିଶେଷଜ୍ଞଙ୍କ ଅନୁସାରେ ମିଥେନାଲର ବ୍ୟବହାର ରଙ୍ଗ ଏବଂ ପ୍ଲାଷ୍ଟିକ ପ୍ରସ୍ତୁତ କରିବା ପାଇଁ ହୋଇଥାଏ । ଏହା ଇନ୍ଧନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଜାପାନର ବିଶେଷଜ୍ଞ ଆତ୍ସୁକା ଏହି ଗଛ ର କାଠରୁ ଏଥେନାଲ ପ୍ରସ୍ତୁତ କରିବା ପାଇଁ ଉପାୟ ଖୋଜି ପାଇଛନ୍ତି । ମଦ, ବିୟର, ଭୋଟକା ଏବଂ ଓ୍ଵାଇନ ପ୍ରସ୍ତୁତ କରିବା ପାଇଁ ଏଥେନାଲ ବ୍ୟବହାର ହୋଇଥାଏ ।

ଜାପାନର ବିଶେଷଜ୍ଞ ଏହି ଗଛର କାଠରୁ ଏଥେନାଲ ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଉପାୟ ଆପଣାଇଛନ୍ତି । ପ୍ରଥମେ କାଠ ର ପେଷ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ପେଷ୍ଟରେ ୟିଷ୍ଟ ଏବଂ ଏନଜାଇମ ମିଶ୍ରଣ କରି ଏହାର ଫର୍ମଟେସନ ବାହାର କରାଯାଇଥିଲା । ଏହି ପ୍ରଣାଳୀ ଦ୍ୱାରା ୪ କିଲୋଗ୍ରାମ କାଠରୁ ଚାରି ଲିଟର ତରଳ ପଦାର୍ଥ ବାହାର କରାଯାଇଥିଲା । ଏହି ତରଳ ପଦାର୍ଥରେ ୧୫ ପ୍ରତିଶତ ଆଲକହଲ ରହିଥିଲା । ଏକ ଲିଟର ତରଳ ପଦାର୍ଥରେ ବିଶେଷଜ୍ଞଙ୍କୁ ୩.୭୫ ପ୍ରତିଶତ ପିଇବାଯୁକ୍ତ ଆଲକହଲ ପ୍ରସ୍ତୁତ କରିବା ପାଇଁ ସଫଳତା ମିଳିଥିଲା । ବର୍ତ୍ତମାନ ଜାପାନରେ ସିଦାର ଏବଂ ଚେରୀ ଗଛର କାଠ ବ୍ୟତୀତ ବିର୍ଚ ଗଛ କାଠରୁ ମଧ୍ୟ ଆଲକହଲ ପ୍ରସ୍ତୁତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.