Categories: ସ୍ପେଶାଲ

ପଶ୍ଚିମବଙ୍ଗର ରହସ୍ୟମୟ ‘ଅଲେୟା ଘୋଷ୍ଟ୍‍ ଲାଇଟ୍‌’, ଯାହା ଲୋକଙ୍କୁ ପାଣିରେ ବୁଡ଼ାଇଦିଏ

ଯଦି ଆପଣଙ୍କ ପାଖରେ ଦୁନିଆର କିଛି ଅଜବ ପ୍ରକାର ଗତିବିଧି ଜାଣିବାର ଝୁଙ୍କ ଥାଏ, ତା’ହେଲେ ପଶ୍ଚିମବଙ୍ଗର ‘ଅଲେୟା ଘୋଷ୍ଟ ଲାଇଟ୍‌’ ନିଶ୍ଚିତ ଭାବେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବ। ବେଙ୍ଗଲ୍‌ର ସନ୍ତସନ୍ତିଆ ଜାଗା ବା ପଙ୍କଭୂମି ପରିଭ୍ରମଣରେ ଗଲେ, କିଛି ଦୂରରେ ଝକମକ୍‌ ହେଉଥିବା ରଙ୍ଗିନ ଆଲୁଅ ଦେଖିପାରିବେ। ଯେତେବେଳେ ଏହା ନିକଟକୁ ଯିବେ, ଏହି ରଙ୍ଗିନ ଆଲୁଅ ଆପଣଙ୍କୁ ପାଣିରେ ବୁଡ଼ାଇଦେବ।

ପଶ୍ଚିମବଙ୍ଗର ସନ୍ତସନ୍ତିଆ ପଡ଼ିଆ, ପଙ୍କଭୂମି କିମ୍ବା ଜଳାଶୟ ଥିବା ସ୍ଥାନରେ ଅଲେୟା ଘୋଷ୍ଟ ଲାଇଟ୍‌ ଦେଖାଯାଇଥାଏ। ଲୋକକଥା ଅନୁସାରେ, ଯେଉଁ ମତ୍ସ୍ୟଜୀବୀ ଏହି ସ୍ଥାନରେ ନିଜ ଜୀବନ ହାରିଛନ୍ତି, ସେମାନଙ୍କ ଆତ୍ମାରୁ ଏହି ଆଲୋକ ବାହାରିଥାଏ। ପଶ୍ଚିମବଙ୍ଗ ତଥା ଭାରତର ସବୁଠାରୁ ଭୂତପ୍ରେତଗସ୍ତ ସ୍ଥାନ ଭାବେ ଏହାକୁ ଗଣାଯାଏ। ଅଲେୟା ଘୋଷ୍ଟ ଲାଇଟ୍‌ ଏଠାକାର ସବୁଠାରୁ ରହସ୍ୟମୟ ସ୍ଥାନ ମଧ୍ୟରୁ ଅନ୍ୟତମ।

 

 

ପାଣିରେ ବୁଡ଼ାଇ ମାରିଦିଏ ‘ଭୂତ ଆଲୁଅ’

ଅଲେୟା ଘୋଷ୍ଟ ଲାଇଟ୍‌ କେବଳ ପଶ୍ଚିମବଙ୍ଗର ଘଟଣା ନୁହେଁ, ଏହି ଭୂତ ଆଲୁଅ ଦୁନିଆର ଅନେକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ସେଗୁଡ଼ିକ ଅଲଗା ଅଲଗା ନାମରେ ଜଣାଣୁଣା ରହିଛି। ଯେମିତି will-o’-the-wisp ଏବଂ jack-o’-lantern। ଏହି ଅଦ୍ଭୁତ ଦୃଶ୍ୟ ଶହ ଶହ ବର୍ଷ ଧରି ଉଭୟ ବୈଜ୍ଞାନିକ ଏବଂ ଧାର୍ମିକ ଲୋକଙ୍କୁ ଚକିତ କରିଆସିଛି।

ଅଦ୍ୱିତୀୟ ତଥା ଆକର୍ଷକ ସୁନ୍ଦରବନର ବୁଦାଗଛଗୁଡ଼ିକ ପାଣିକୂଳ ପଙ୍କଭୂମିରେ ବଢ଼ିଥାଏ, ଯେଉଁ ସ୍ଥାନକୁ ପଶ୍ଚିମବଙ୍ଗର ଭୂତପ୍ରେତଗସ୍ତ ସ୍ଥାନ ବୋଲି ଗଣାଯାଏ। କୁହାଯାଏ କି, ଅଞ୍ଚଳର ମତ୍ସ୍ୟଜୀବୀମାନେ ପ୍ରାୟତଃ ଅନେକ ସମୟରେ ଏହି ଝକମକ୍‌ ଆଲୁଅକୁ ଠାବ କରିଥାଆନ୍ତି ଏବଂ ଯେତେବେଳେ ସେମାନେ ଏହା ନିକଟକୁ ଯାଆନ୍ତି, ସେତେବେଳେ ଏହି ଆଲୁଅ ସେମାନଙ୍କୁ ପାଣିରେ ବୁଡ଼ାଇ ମାରିଦେଇଥାଏ। ବିଶ୍ୱାସ ରହିଛି ଯେ କେତେକ ଦୁଷ୍ଟ ଆତ୍ମା ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ରାସ୍ତାରୁ ହଟାଇ ସେମାନଙ୍କ ହତ୍ୟା କରିଦିଅନ୍ତି। ଆଉ କେତେକ ଆତ୍ମା ସେମାନଙ୍କୁ ଠିକ୍‌ ରାସ୍ତା ଦେଖାନ୍ତି।

ଏହାସହ ପଢନ୍ତୁ: ୨୦୦ ବର୍ଷର ଏହି କିଲ୍ଲା ଉପରେ କାହିଁକି ହୋଇଥାଏ ‘ବଜ୍ରପାତ’? ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି ରହସ୍ୟ

ସେପଟେ ବୈଜ୍ଞାନିକଙ୍କ କହିବା ହେଲା, ଏଭଳି ଘଟଣା ମିଥେନ୍‌(ହାଇଡ୍ରୋକାର୍ବନ ବାଷ୍ପ)ର ଆୟତନରେ ପରିବର୍ତ୍ତନ ହେବା ଏବଂ ଭୂତତ୍ତ୍ୱସମ୍ବନ୍ଧୀୟ କୌଣସି ତ୍ରୁଟି ଯୋଗୁ ଘଟୁଛି। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ଅଲଗା ପ୍ରକାରେ ଗ୍ରହଣ କରିଛନ୍ତି। ୟୁରୋପର କେତେକ ସ୍ଥାନରେ ଏହାକୁ ‘ପରୀ ଆଲୁଅ’ କୁହାଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ କୌଣସି ମୂଲ୍ୟବାନ ଧାତୁ ବୋଲି କୁହାଯାଏ।

ଥରେ ଭାବନ୍ତୁ ତ, ଯେତେବେଳେ ଆପଣ ଘନ ଅନ୍ଧାରରେ ଏହି ସ୍ଥାନରେ ଫସିଯାଇଥିବେ ଏବଂ ସୀମା ପଯ୍ୟର୍ନ୍ତ ଆସିବା ପାଇଁ ରାସ୍ତା ଖୋଜୁଥିବେ, ହଠାତ୍‌ ଆପଣଙ୍କ ସାମ୍ନାରେ ଝକମକ୍‌ ଆଲୁଅ ନଜର ଆସିବ, ତା’ହେଲେ କିପରି ଲାଗିବ? ଏହା ଆପଣଙ୍କୁ ‘କାରାବିୟନ ସମୁଦ୍ର ଟାପୁ’ ଭଳି ମନେ ହେବ। ତେବେ ସେ ଯାହା ହେଉନା କାହିଁକି, ଥରେ ଏହି ସ୍ଥାନକୁ ପରିଭ୍ରମଣରେ ଯାଆନ୍ତୁ ଏବଂ ଏହାର ରୋମାଞ୍ଚକର ଅନୁଭବ ନିଅନ୍ତୁ।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

17 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

51 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

58 mins ago