ସମୁଦ୍ରରେ ଖସିପଡ଼ିଲା ଏଲିଏନଙ୍କ ବିମାନ, ବୈଜ୍ଞାନିକମାନେ ପ୍ରକାଶ କଲେ ଆଶ୍ଚର୍ଯ୍ୟଜନକ ତଥ୍ୟ

ଆପଣ ଜାଣିଛନ୍ତି ପ୍ରତିଦିନ ଏଲିଏନଙ୍କୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି। ଏମିତିକି ନିକଟରେ ଏମାନଙ୍କୁ ଆକାଶରେ ଚୀନ୍ ପାଇଲଟ୍ ଦେଖିଥିବାର ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ। ଯାହାକି ଅଧିକ ମାତ୍ରାରେ ଭାଇରାଲ ହେବାକୁ ମଧ୍ୟ ଲାଗିଥିଲା। ତେବେ ବର୍ତ୍ତମାନ ମଧ୍ୟ ଏମିତି କିଛି ଘଟଣା ବିଷୟରେ ବୈଜ୍ଞାନିକମାନେ କହିଛନ୍ତି ଯେ ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ମହାକାଶରେ ଏଲିଏନଙ୍କର ଅସ୍ତିତ୍ୱ ହେଉଛି ସବୁଠାରୁ ବଡ ରହସ୍ୟ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କ’ଣ ବ୍ରହ୍ମାଣ୍ଡରେ ଏଲିଅନ୍ ସତରେ ଅଛନ୍ତି ?

ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଏଲିଏନଙ୍କ ବିଷୟରେ କୌଣସି ଠୋସ୍ ପ୍ରମାଣ ପାଇ ନାହାଁନ୍ତି। କିନ୍ତୁ ପ୍ରତିଦିନ ଏମାନଙ୍କ ବିଷୟରେ ଅଜବ ଦାବି କରାଯାଉଛି। କିଛି ଲୋକ ପୃଥିବୀରେ ଏଲିଏନ୍ ଏବଂ UFO ଦେଖିଥିବାର ଦାବି ମଧ୍ୟ କରିଛନ୍ତି । ବର୍ତ୍ତମାନ ଏହି ସମୟରେ, ହାର୍ଭାର୍ଡ ବୈଜ୍ଞାନିକ ଅନ୍ୟ ଜଗତର ଜୀବ ବିଷୟରେ ଏକ ନୂଆ ଦାବି କରିଛନ୍ତି।

ବୈଜ୍ଞାନିକ ଦାବି କରିଛନ୍ତି ଯେ ପ୍ରଶାନ୍ତ ମହାସାଗରରେ ଏଲିଏନ୍ସର ଏକ ବିମାନ (UFO) ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏହି ଦାବିକୁ ପ୍ରମାଣ କରିବା ପାଇଁ ବୈଜ୍ଞାନିକମାନେ ଏକ ମିଶନ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ କେବଳ ଆଗାମୀ ସମୟରେ ଏହା ଜଣା ପଡିବ ଯେ ବୈଜ୍ଞାନିକଙ୍କ ଦାବିରେ କେତେ ସତ୍ୟ ଅଛି।

ତେବେ ଆସନ୍ତୁ ଜାଣିବା ସେମାନେ ଏଲିଏନଙ୍କ ବିଷୟରେ କ’ଣ ଦାବି କରିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ ଆଷ୍ଟ୍ରୋଫିଜିସିଷ୍ଟ ଆଭି ଲୋବ ଦାବି କରିଛନ୍ତି ଯେ ମହାକାଶଯାନ ପରି ଏକ ବସ୍ତୁ ପୃଥିବୀକୁ ଖସିପଡ଼ିଛି ଏବଂ ପାପୁଆ ନ୍ୟୁ ଗିନିର ମାନସ ଦ୍ୱୀପ ଉପକୂଳରେ ମୁହାଁମୁହିଁ ଧକ୍କା ହୋଇଛି।

ଆମେରିକାର ସ୍ପେସ୍ କମାଣ୍ଡ ଏହା ବିଷୟରେ କହିଛି ଯେ ଏହା କେବଳ ଏକ ମେଟେରାଇଟ୍ ବା ଉଲ୍କାପିଣ୍ଡ ଥିଲା। ଆଭି ଲୋବ ପୂର୍ବରୁ ମଧ୍ୟ ଏପରି ଦାବି କରିଛନ୍ତି ଯାହା ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ସେ ଦୀର୍ଘ ସମୟ ଧରି ଅନ୍ତରିକ୍ଷରେ ଉପରେ ଗବେଷଣା କରୁଛନ୍ତି। କିନ୍ତୁ ତାଙ୍କ ଦାବିକୁ ଅନେକ ସମୟରେ ସହମତ କରନ୍ତି ନାହିଁ ବୈଜ୍ଞାନିକମାନେ। ତାଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ସେ କହିଛନ୍ତି ଯେ ଆମର ମେଟେରାଇଟ୍ ଉପରେ ସନ୍ଧାନ ଏକ ନୂତନ ଅନୁସନ୍ଧାନ ଆରମ୍ଭ କରିଛି। ଲୋବ ତାଙ୍କ ଥିଓରି ଉପରେ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ କିପରି ସମୁଦ୍ରରୁ ଏହି ଜିନିଷକୁ ବାହାର କରିବେ ସେ କହିଛନ୍ତି।

ଲୋବ ଏହା ମଧ୍ୟ କହିଛନ୍ତି ଯେ ମହାସାଗରରୁ ମହାକାଶର ପ୍ରତ୍ୟେକ ଜିନିଷ ସଂଗ୍ରହ କରି ସେମାନଙ୍କ ପ୍ରକୃତି ଏବଂ ଗଠନ ଉପରେ ଗବେଷଣା କରାଯାଇପାରିବ। ଏହା ପରେ ଜଣା ପଡ଼ିବ ଏହା ସତରେ ଏଲିଏନଙ୍କ ଉଡନ୍ତା ଥାଳି କି ଅନ୍ୟ କିଛି। ବର୍ତ୍ତମାନ ଲୋଏବଙ୍କ ଏହି ଦାବି ପୁଣି ଥରେ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଏଲିଅନ ସତରେ ଏହି ଜଗତରେ ଅଛନ୍ତି ନା ନାହାଁନ୍ତି ତାହା ସମୟ ଆସିଲେ ଜଣା ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.