ପୃଥିବୀକୁ ଆସିବାକୁ ବ୍ଯଗ୍ର ରହିଛନ୍ତି ଏଲିୟନ, ବୈଜ୍ଞାନିକଙ୍କୁ ପଠାଉଛନ୍ତି ରେଡିଓ ସିଗନାଲ୍

ଫିଲ୍ମ ‘କୋଇ ମିଲ୍ ଗୈୟା’ରେ ଆମେ ଏଲିୟନ ବିଷୟରେ ଜାଣିଥିଲେ। ଏମାନେ ଅନ୍ଯ ଗ୍ରହରେ ରହୁଥିବା ଜୀବ। କେମିତି ପୃଥିବୀ ପୃଷ୍ଠକୁ ଆସିବାକୁ ସେମାନେ ଚାହାନ୍ତି… ଏମିତି ଅନେକ କିଛି ଦେଖିବାକୁ ମିଳିଥିଲା। କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି, ସତରେ କ’ଣ ବିଶ୍ବରେ ଏଲିୟନଙ୍କର (alien)ଅସ୍ତିତ୍ବ ଅଛି? କ’ଣ ସେମାନେ ଅନ୍ୟ ଗ୍ରହରେ ରୁହନ୍ତି? ଏଭଳି ପ୍ରଶ୍ନର ଜବାବ୍ ବୈଜ୍ଞାନିକଙ୍କଠାରୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିବାକୁ ଚାହାନ୍ତି। ଗତ କିଛିଦିନ ଧରି ବୈଜ୍ଞାନିକଙ୍କୁ ଏଲିୟନଙ୍କ ବାର୍ତ୍ତା ଆସୁଛି। ଏଥିରୁ ଏହା ପ୍ରମାଣିତ ହୋଇପାରେ, ପୃଥିବୀ ବ୍ୟତୀତ ମଧ୍ୟ ଅନ୍ୟ ଗ୍ରହରେ ଜୀବନ ସତ୍ତା ରହିଛି। ଏଲିୟନଙ୍କମାନେ ଦେଉଥିବା ବାର୍ତ୍ତାରୁ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଲା ସତରେ କ’ଣ ଏଲିୟନମାନେ ପୃଥିବୀ ପୃଷ୍ଠକୁ ଆସିବାକୁ ଚାହାନ୍ତି କି?

ଏବେ ବୈଜ୍ଞାନିକଙ୍କ ଏକ ଇଣ୍ଟରନ୍ୟାସନାଲ ଟିମଙ୍କୁ ବହୁତ ଦୂରରୁ ଗୋଟିଏ ଗ୍ରହର ରେଡିଓ ସିଗନାଲ ମିଳିଛି। ଏହା ଗ୍ରହ ତାଉ ବୁଟସ୍ ନାମକ ତାରାର ପ୍ରଣାଳୀରେ ରହିଛି। ଏହା ଗ୍ରହଠାରୁ ୫୧ ପ୍ରକାଶବର୍ଷ ଦୂରରେ ରହିଛି। ସିଷ୍ଟମର ଏକ ବାଇନରୀ ଷ୍ଟାର ଓ ଏକ ଏକ୍ସୋପ୍ଲାନେଟ୍ ରହିଥାଏ। ବୈଜ୍ଞାନିକଙ୍କ ଏହି ଟିମକୁ ଜ୍ୟାକ୍ ଟର୍ନର ନେତୃତ୍ବ ନେଉଛନ୍ତି। ଜ୍ୟାକ୍ ଟର୍ନର କର୍ନେଲ ବିଶ୍ବବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରଲ୍ ରିସର୍ଚ୍ଚର ଅଛନ୍ତି। ତାଙ୍କ ଟିମରେ ଫିଲିପ୍ ଜରକା ଓ ଜିନ୍ ମେଥିୟାସ୍ ଗ୍ରିସ୍ମିୟର ରହିଛନ୍ତି। ଏମାନଙ୍କର ଏଲିୟନଙ୍କ ଉପରେ କରାଯାଇଥିବା ରିସର୍ଚ୍ଚ ସାଇଣ୍ଟିଫିକ୍ ଜର୍ନାଲ ଆଷ୍ଟେ୍ରାନୋମି ଓ ଆଷ୍ଟେ୍ରାଫିଜିକ୍ସରେ ପ୍ରକାଶିତ ହୋଇଥିଲା।

scientist

ଜେନ୍ ଟର୍ନର କହିଛନ୍ତି, ବୈଜ୍ଞାନିକମାନେ ଏହି ସିଗନାଲ ତାଉ ବୁଟସ୍ ସିଷ୍ଟମରୁ ମିଳିଛି। ଏହି ରେଡିଓ ସିଗ୍ନାଲ ଗ୍ରହର ଚୁମ୍ବକୀୟ କ୍ଷେତ୍ରର ଶକ୍ତି ଓ ଧୁବ୍ରୀକରଣ କାରଣରୁ ମିଳିଥାଏ। ବୈଜ୍ଞାନିକ ଜ୍ୟାକ୍ ଟର୍ନର କହିଛନ୍ତି, ତାଙ୍କ ଷ୍ଟଡିରେ ଏଲିୟନଙ୍କ ଦୁନିଆକୁ ନେଇ ବହୁ କଥା ସାମନାକୁ ଆସିଛି। ଏହା ମାଧ୍ୟମରେ ଏଲିୟନଙ୍କ ଦୁନିଆର ଅଧ୍ୟୟନ କରିବାର ସମ୍ଭାବନା ବଢିଯାଇଛି।

Leave A Reply

Your email address will not be published.