ପୃଥିବୀକୁ ଆସି ଯାଇଛନ୍ତି ଏଲିୟନ୍ସ! ନାସା କଲା ଆଶ୍ଚର୍ଯ୍ୟଜନକ ଖୁଲାସା; ସାରା ବିଶ୍ୱର ବୈଜ୍ଞାନିକ ଚକିତ

ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଏହି ଖୁଲାସା ପରେ ସାରା ବିଶ୍ୱରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। ନାସା କହିଛି ଯେ ଏଲିୟନମାନେ ପୂର୍ବରୁ ହିଁ ପୃଥିବୀକୁ ଆସି ଯାଇଥିବେ। ଆମେରିକୀୟ ମହାକାଶ ଏଜେନ୍ସିର କହିବା ହେଲା କି, ଆମେ ଦ୍ୱିତୀୟ ଦୁନିଆକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରି ପାରିବା ନାହିଁ। ନାସା କହିଛି, ଆମ ପାଖରେ ଏହାକୁ ନେଇ ଯଦିଓ କୌଣସି ପ୍ରମାଣ ନାହିଁ, କିନ୍ତୁ ଆମେ ଏହା ଉପରେ ଅନୁସନ୍ଧାନ କରୁଛୁ।

ନାସା ନିଜର ସାଇନ୍ସ ମିଶନ ମାଧ୍ୟମରେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକରେ ମଧ୍ୟ ଜୀବନ ସଙ୍କେତକୁ ସନ୍ଧାନ କରୁଛି। ଏକ ସରକାରୀ ସଂସ୍ଥାର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଏ ବିଷୟରେ ଆମେରିକୀୟ ମହାକାଶ ଏଜେନ୍ସିକୁ ପ୍ରଶ୍ନ ପଚରା ଯାଇଥିଲା। ଏହି ପ୍ରଶ୍ନର ଉତ୍ତର ନାସା ୩୦ ନଭେମ୍ବରରେ ଦେଇଥିଲା। ଜାରି ଡକ୍ୟୁମେଣ୍ଟ ମୁତାବକ, UFOର ଅନୁସନ୍ଧାନ ସମୟରେ ବୈଜ୍ଞାନିକମାନଙ୍କ ସାମ୍ନାରେ ବିଜ୍ଞାନ ସମ୍ବନ୍ଧିତ ଅନେକ ପ୍ରଶ୍ନ ଆସିଥିଲା।

ଆମେରିକାର ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ (ପେଣ୍ଟାଗନ୍) ନାସାର ଏହି ଖୁଲାସା ପୂର୍ବରୁ ଏକ ରିପୋର୍ଟ ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା କି, ଗତ କିଛି ବର୍ଷ ମଧ୍ୟରେ ସାମରିକ ଏୟାରଫିଲ୍ଡ ଅଞ୍ଚଳରେ ରହସ୍ୟମୟ ଉଡ଼ନ୍ତା ବସ୍ତୁ (UFO) ଦେଖା ଯାଇଥିଲା।

ଏ ବିଷୟରେ ଆମେରିକା ସରକାରଙ୍କ ପାଖରେ କ’ଣ ସୂଚନା ଅଛି

ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଏକ ରିପୋର୍ଟ ମୁତାବକ, ୧୪୪ଟି UFO ଘଟଣାର ଅନୁସନ୍ଧାନ କରାଯାଇଛି। ଏହି ଘଟଣାଗୁଡ଼ିକୁ ସରକାର ସ୍ୱୀକାର ମଧ୍ୟ କରିଛନ୍ତି ଯେ ଅଜ୍ଞାତ ଉଡ଼ନ୍ତା ବସ୍ତୁ ଘଟଣା ଘଟିଛି। କିନ୍ତୁ ଗବେଷକମାନେ କେବଳ ଗୋଟିଏ ହିଁ ଘଟଣା ବିଷୟରେ କହିବାକୁ ସକ୍ଷମ ହୋଇଛନ୍ତି। ଏହାକୁ ବାୟୁରେ ହେଉଥିବା ଅବ୍ୟବସ୍ଥା ବୋଲି କୁହାଯାଇଛି, ଯାହାର ସମ୍ବନ୍ଧ ରାଡାର ସହ ଜଡିତ ରହିଛି।

ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଅନୁସନ୍ଧାନ ସମୟରେ ଏମିତି କୌଣସି ପ୍ରମାଣ ପାଇ ନାହାନ୍ତି, ଯଦ୍ଦ୍ଵାରା ଏହି ଘଟଣାଗୁଡ଼ିକୁ ଏଲିୟନ୍ସ ଜୀବନ ସହିତ ଯୋଡ଼ା ଯାଇପାରିବ। ଏହି କଥାର ମଧ୍ୟ କିଛି ପ୍ରମାଣ ମିଳି ନାହିଁ, ଯାହାକୁ ଚୀନ୍ ଏବଂ ରୁଷ ଭଳି ଦେଶର ବୈଷୟିକ ପ୍ରଗତି ସହିତ ଯୋଡ଼ା ଯାଇପାରିବ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ ୧୪୪ଟି ଘଟଣାର ଅନୁସନ୍ଧାନ କରାଯାଉଛି, ସେଗୁଡ଼ିକ ବିଷୟରେ ଆମ ପାଖରେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। କିନ୍ତୁ ଆମେ ବର୍ତ୍ତମାନର ତଥ୍ୟ ଆଧାରରେ ଆଗକୁ ଅନୁସନ୍ଧାନ ଜାରି ରଖିବୁ।

ଆମେରିକା କହିଛି ଯେ ତା’ ପାଖରେ ଏହି କଥାର ସୂଚନା ନାହିଁ କି, UFO କୌଣସି ଦେଶର ଟେକ୍ନିକ ହୋଇଥିବ, ଯାହାକୁ ପ୍ରମାଣ କିମ୍ବା ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ସୈନ୍ୟ କ୍ଷେତ୍ରକୁ ପଠା ଯାଇଥିବ। ଏପରି କି, ସେମାନଙ୍କର ଏଲିୟନ୍ସଙ୍କ ସହିତ ସମ୍ପର୍କ ଅଛି ବୋଲି କୌଣସି ପ୍ରମାଣ ନାହିଁ। ତେଣୁ ଏହାକୁ ନେଇ ଆଗକୁ ଅଧିକ ତଦନ୍ତ ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.