କଟକରେ ରହିଛି ଆମ ଗର୍ବ ଆଉ ଗୌରବ ମଧୁସୂଦନ ଦାସଙ୍କ କିଛି ଅଭୁଲା ସ୍ମୃତି, ଆଜିବି ଝଲସୁଛି ସେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ

ଉତ୍କଳ ଗୌରବ ମଧୁସୂଦନ ଦାସ। କେବଳ ତାଙ୍କ ନାଁ ଶୁଣିଲେ ହିଁ ଗର୍ବ ଅନୁଭବ କରନ୍ତି ପ୍ରତିଟି ଓଡ଼ିଆ। ତାଙ୍କ ଜୀବନୀ ସବୁବେଳେ ଓଡିଆଙ୍କୁ ପ୍ରେରଣା ଦିଏ। ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ ଆମ ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁ ବାବୁ। ଆଜିବି ଅନେକଙ୍କ ସ୍ବପ୍ନ ତାଙ୍କ ପରି ହେବା ପାଇଁ। ରୂପରେ ଦେଖିବାକୁ ଯେମିତି ଥିଲେ ଗୁଣରେ ବି ସେମିତି।

୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ମଧୁସୂଦନ ଦାସ କଟକ ଠାରୁ ୨୦ କିଲୋମିଟର ଦୂରରେ ଥିବା ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ଗୌରବ ନାମରେ ଲୋକପ୍ରିୟ। କାରଣ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଆଇନ ପାଠରେ। ପ୍ରଥମ ଓଡ଼ିଆ ଓକିଲ ମଧ୍ୟ ଥିଲେ। ସେ ଓଡିଶାର ପ୍ରଥମ ସ୍ନାତକ, MA ଏବଂ BL ଥିଲେ।

ମଧୁସୂଦନ ଦାସ ପୂର୍ବ ଭାରତର ଲୋକଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଉନ୍ନତି ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଜଣେ ସଫଳ ଆଇନଜୀବୀ, ସାମାଜିକ ସଂସ୍କାରକ ତଥା ଦେଶପ୍ରେମୀ ଭାବରେ ଦେଶ ପାଇଁ ତାଙ୍କର ପ୍ରଶଂସନୀୟ ସେବା ପ୍ରଦାନ କରିଥିଲେ। ସେ ଓଡିଆ, ଇଂରାଜୀ ଏବଂ ବଙ୍ଗାଳୀ ଭାଷାରେ ମଧ୍ୟ ଜଣେ ଉତ୍ତମ ବକ୍ତା ଥିଲେ। ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ସେ ଓଡିଆ ଏବଂ ଇଂରାଜୀରେ ଅନେକ କବିତା ଓ ପ୍ରବନ୍ଧ ଲେଖିଥିଲେ। ଗରିବ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ସେ ତାଙ୍କର ସମସ୍ତ ରୋଜଗାରକୁ ଉଦାର ଭାବରେ ପ୍ରଦାନ କରିଥିଲେ।

ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ଯାହା ଓଡିଶାର ସାମାଜିକ ତଥା ଶିଳ୍ପ ବିକାଶରେ ଏକ ବିପ୍ଳବ ଆଣଆଣିଥିଲା। ତାଙ୍କର ଦୀର୍ଘ ରାଜନୈତିକ ଲଢେଇରେ ସେ ସାରା ଓଡ଼ିଶାକୁ ଏକତ୍ର କରିଥିଲେ ଏବଂ ଖାସ ତାଙ୍କ ପ୍ରୟାସ ପାଇଁ ଆଧୁନିକ ଓଡ଼ିଶା ୧ ଏପ୍ରିଲ୍ ୧୯୩୬ ରେ ଜନ୍ମଗ୍ରହଣ କରିଥିଲା। ଯାହାକି ଉତ୍କଳ ଦିବସ ଭାବରେ ପାଳନ କରାଯାଏ। ତାଙ୍କୁ କୂଳ ବୁଦ୍ଧ ମଧ୍ୟ କୁହାଯାଉଥିଲା। ତେବେ ତାଙ୍କର କିଛି ବ୍ୟବହାର କରିଥିବା ଜିନିଷ ଆଜି ଆମେ ଦେଖିବା କଟକରେ ଥିବା ମଧୁସୂଦନ ଦାସ ସଂଗ୍ରାହାଳୟରେ। ଯାହା ମନ ପକାଇ ଦିଏ ତାଙ୍କର ସ୍ମୃତିକୁ।

କଟକରେ ଥିବା ତାଙ୍କ ଝିଅ ଶୈଳବାଳାଙ୍କ କଲେଜ ନିକଟରେ ହିଁ ରହିଛି ମଧୁ ବାବୁଙ୍କ ସାଇତା ସ୍ମୃତି। ଯାହାକୁ ଦେଖିବା ପାଇଁ ଅନେକ ଲୋକ ଏଠାକୁ ଆସନ୍ତି। ଖାସ କରି କଲେଜ ଛାତ୍ର ଛାତ୍ରୀ ଏହି ସ୍ଥାନକୁ ଆସନ୍ତି ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ଜାଣିବା ପାଇଁ। ଏମିତିକି ଏହି ସ୍ଥାନରେ ତାଙ୍କର ଅନେକ ଜିନିଷ ସାଇତା ହୋଇ ରହିଛି। ସେ ଖାଉଥିବା ପିତଳ ଥାଳି ଠାରୁ ଆରମ୍ଭ କରି ଜୋତା, ଛତା, ଖଦୀ ପୋଷାକ ଓ ଚମଡ଼ା ଜୋତା ମଧ୍ୟ ଏହିଠାରେ ରହିଛି।

ଏମିତିକି ଏଠାକୁ ଆସିଥିବା ଛାତ୍ରୀ ମାନେ ମଧ୍ୟ ତାଙ୍କ ସାଇତା ଜିନିଷ ଦେଖି ଖୁବ୍ ଗର୍ବ ଅନୁଭବ କରିଥିବା କଥା କହିଛନ୍ତି। ତେବେ ସମସ୍ତେ ମଧୁ ବାବୁଙ୍କ ଅବଦାନ ମନେ ରଖିବା ଉଚିତ୍। ତାଙ୍କ ହାତ ଲେଖା ପୁସ୍ତକ ମଧ୍ୟ ଏହି ସ୍ଥାନରେ ସାଇତା ହୋଇ ରହିଛି। ମଧୁ ବାବୁ ଫେବୃୟାରୀ ମାସ ୧୯୩୪ ମସିହାରେ ମୃତ୍ୟୁ ବରଣ କରିଥିଲେ। ସେ ଯେଉଁ ଖଟରେ ଶୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସେହି ଖଟ ମଧ୍ୟ ଆଜି ଏଠାରେ ସାଇତା ହୋଇ ରହିଛି। କିନ୍ତୁ ତଥାପି ଏହି ସ୍ଥାନକୁ ଆହୁରି ମଧ୍ୟ ଠିକ୍ ଭାବେ ରଖିବା ପାଇଁ ଏହାର ଉନ୍ନତିକରଣ ଉପରେ ନଜର ଦେବ ଉଚିତ୍। କାରଣ ଆମ ଇତିହାସ ଓ ଆମ ଓଡ଼ିଶା ମାଟିର ଏହି ସ୍ଵାଧୀନତା ସଂଗ୍ରାମୀ ହିଁ ଆମ ଗର୍ବ ଓ ଗୌରବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.