ଦୁର୍ଘଟଣାକୁ ସାମ୍ନା କରିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, ଯଦି ଦେଖୁଛନ୍ତି ହୋଇ ଯାଆନ୍ତୁ ସାବଧାନ
ସଂସାରରେ ଅନେକ ପ୍ରଥା ରହିଛି, ଯାହାକୁ କିଛି ଲୋକ ମାନିଥାନ୍ତି ତ ଆଉ କେହି ମାନି ନଥାନ୍ତି । ପ୍ରତ୍ୟେକ ମଣିଷ ଜୀବନରେ ବିଭିନ୍ନ ଘଟଣା, ଦୁର୍ଘଟଣାକୁ ସାମ୍ନା କରି ଆଗକୁ ବଢ଼ିଥାଏ । ସଂସାରରେ ଏମିତିବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ସୁଦ୍ଧା ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ । ହେଲେ ଏହାକୁ ବିଶ୍ୱାସ କରିବା କିମ୍ବା ନ କରିବା ନିଜ ଉପରେ ହିଁ ନିର୍ଭର କରିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କିଛି ସଙ୍କେତ ବିଷୟରେ…
୧. ଆପଣମାନେ ଜାଣିଥିବେ ଯେ ହଠାତ୍ ତୁଳସୀ ଗଛ ଶୁଖିଯାଏ, ଏହା ପରିବାରରେ କୌଣସି ବଡ଼ ବିପଦ ଆସୁଥିବାର ସଙ୍କେତକୁ ଦର୍ଶାଇଥାଏ ।
୨. ସେହିପରି ଘରେ କିଛି ପୂଜା ପାଠ କରୁଥିଲେ ବାରମ୍ବାର ବାଧା ଉପୁଜୁଥିଲେ କିମ୍ବା ଜଳୁଥିବା ଦୀପ ଲିଭିଗଲେ, ଆମେ ଭୟଭୀତ ହୋଇଯାଆନ୍ତି । ଏହା ସହ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରୁଛି ବୋଲି ସଙ୍କେତ ମିଳିଥାଏ ।
୩. ଏହା ବ୍ୟତୀତ ଘରେ କୌଣସି କାରଣ ପାଇଁ ବାରମ୍ବର କାଚ ଭାଙ୍ଗୁଥିଲେ ଆଗକୁ ଆର୍ଥିକ ସମସ୍ୟା ଉପୁଜିବାର ଅଛି ବୋଲି ସୂଚନା ଦେଇଥାଏ ।
୪.ସେହିଭଳି ସାମାନ୍ୟ କଥାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହେବା ବି ଆର୍ଥିକ ସମସ୍ୟାର ଏକ ସଙ୍କେତ ବୋଲି ବିଶ୍ୱାସ କରାଯାଏ ।