ପଢ଼ାରେ ବହୁତ ଆଗରେ ରହିଥାନ୍ତି ଏହି ନାମର ବ୍ୟକ୍ତି, ଭାବି ଚିନ୍ତି ବାଛିଥାନ୍ତି ନିଜର କ୍ୟାରିଅର

ନାମ ଜ୍ୟୋତିଷରେ କୌଣସି ବ୍ୟକ୍ତିର ନାମ ତାର ପରିଚୟ ସମ୍ପର୍କରେ ବହୁତ କିଛି କହିଥାଏ । ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ମହତ୍ଵପୁର୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମ କେବଳ ବ୍ୟକ୍ତିର ପରିଚୟ ନୁହେଁ ତାଙ୍କର ଜୀବନ ସମ୍ପର୍କରେ ବହୁତ କିଛି କହିଥାଏ ।

ବ୍ୟକ୍ତି ନାମର ପ୍ରଥମ ଅକ୍ଷରରୁ ତାଙ୍କର ଗୁଣ, ସ୍ଵଭାଵ,ପସନ୍ଦ,ଅପସନ୍ଦ,କେରିଅର, ପ୍ରେମ ଓ ଦାମ୍ପତ୍ୟ ଜୀବନର ଭବିଷ୍ୟତ ସମ୍ପର୍କରେ ବହୁତ କିଛି କହିଥାଏ । ନାମ ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିଙ୍କ ନାମ ଯେଉଁ ଅକ୍ଷରରେ ଆରମ୍ଭ ହୋଇଥାଏ ,ତାହାଦ୍ୱାରା ବ୍ୟକ୍ତିର ଜୀବନ ସମ୍ପର୍କରେ ଜାଣିହୁଏ । ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତିଙ୍କ ନାମ ଇଂରାଜୀ ଅକ୍ଷର A, K ଏବଂ P ରେ ଆରମ୍ଭ ହୋଇଥାଏ ।

A ଅକ୍ଷର ନାମ –

ନାମ ଜ୍ୟୋତିଷରେ ଯେଉଁ ଲୋକଙ୍କ ନାମ ଇଂରାଜୀ ଅକ୍ଷର A ରେ ଆରମ୍ଭ ହୋଇଥାଏ, ସେମାନଙ୍କ ମସ୍ତିସ୍କ ବହୁତ ପ୍ରଖର ହୋଇଥାଏ । ଏହି ଲୋକ ପଢ଼ାରେ ବହୁତ ରୁଚି ରଖିଥାନ୍ତି । ଏମାନେ ଆଗକୁ ନିଜର କ୍ୟାରିଅର ଚୟନ ମଧ୍ୟ ବହୁତ ଭାବିଚିନ୍ତି ଚୟନ କରିଥାନ୍ତ । ଏହି ନାମର ବ୍ୟକ୍ତି ସମାଜରେ ବହୁତ ନାମ ଅର୍ଜନ କରିଥାନ୍ତି ।

K ଅକ୍ଷର ନାମ –

ନାମ ଜ୍ୟୋତିଷରେ K ଅକ୍ଷରରେ ଯେଉଁମାନଙ୍କ ନାମ ରହିଥାଏ, ଏହି ଲୋକ କୌଣସି ବି ନିଷ୍ପତି ବହୁତ ସଠିକ ଓ ବୁଝିସୁଝି ନେଇଥାନ୍ତି । ଏମାନଙ୍କୁ ପିଲା ଦିନରୁ ହିଁ ତାଙ୍କର କାମ ପାଇଁ ବହୁତ ପ୍ରଶଂସା ମିଳିଥାଏ । ପଢ଼ା ଲେଖାରେ ରୁଚି ରଖୁଥିବା ଏହି ବ୍ୟକ୍ତି କଳା ପ୍ରତି ମଧ୍ୟ ରୁଚି ରଖିଥାନ୍ତି ।

P ଅକ୍ଷର ନାମ –

ଯଦି P ଅକ୍ଷର କଥା କହିବା ତେବେ ନାମ ଜ୍ୟୋତିଷ ଅନୁସାରେ ଏହି ବ୍ୟକ୍ତିଙ୍କ ପିଲାଦିନ ବହୁତ ନଟଖଟ ବା ମଜାଳିଆ ହୋଇଥାଏ । ଆଗକୁ ଏହି ବ୍ୟକ୍ତି ନିଜର ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ଓ ଦାୟିତ୍ୱବାନ ହୋଇଥାନ୍ତି । ଏହି ନାମର ଲୋକଙ୍କ ମଧ୍ୟରେ ଜିତିବାର ବଡ ଇଚ୍ଛା ରହିଥାଏ ଓ ଭବିଷ୍ୟତରେ ସଫଳତା ମଧ୍ୟ ପାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.