ମା’ ରୋଗିଣା, ତଥାପି ବାଇକ୍‌କୁ ଆମ୍ବୁଲାନ୍ସ କରି କରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି ବାରଣାସୀର ଅମନ୍‌

କରୋନା ଭାଇରସ୍‌ ଯୋଗୁ ଲୋକମାନେ ନିଜ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ବାରଣାସୀର ଜଣେ ଯୁବକ କରୋନା ପୀଡ଼ିତଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚାଇ ସଂସ୍କାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ନିଜ ଦିନ ରାତି ଏକ କରି ଦେଇଛନ୍ତି।

ବାରଣାସୀର ଏହି ଯୁବକ ହେଉଛନ୍ତି ଅମନ୍‌ କବୀର। ଅମନ୍‌ ନିଜ ବାଇକ୍‌ ଆମ୍ବୁଲାନ୍ସ ସାହାଯ୍ୟରେ ୨୪ ଘଣ୍ଟା ପୀଡ଼ିତଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟପଟେ ଅମନ୍‌ଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବି ଗୁରୁତର ଅଛି। ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜୁଛି। ତଥାପି ଅମନ୍‌ ମା’ଙ୍କୁ ଛାଡ଼ି ଅନ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ଦିନ ହେଉ ଅବା ରାତି, ସବୁବେଳେ ଅମନ୍‌ଙ୍କ ମୋବାଇଲ ଫୋନ୍‌ରେ ପୋଲିସଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ମୀ ଓ ଆମାଜନ୍‌ରୁ ଫୋନ୍‌ ଆସୁଛି। ନିକଟରେ ଜୈତପୁରା ଥାନାର ସରୈୟା ପୋଲିସ ଇନ୍‌ଚାର୍ଜ ଅମନ୍‌ଙ୍କୁ ଫୋନ୍‌ କରି ଜଲାଲୀପୁର ରାସ୍ତାରେ ଜଣେ ଗୁରୁତର ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଇଥିଲେ। ପରେ ସେ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା କହିଛନ୍ତି ଅମନ୍‌।

ପ୍ରାୟ ୧୦ ବର୍ଷ ହେବ ଅମନ୍‌ ଲୋକଙ୍କ ସେବା କରି ଆସୁଛନ୍ତି। ଲକ୍‌ଡାଉନ୍‌ରୁ ଆରମ୍ଭ କରି ଅନ୍‌ଲକ୍‌ ପର୍ଯ୍ୟନ୍ତ ଯେତେବେଳେ ସବୁ ଲୋକ ମେଡିକାଲରେ ଜୀବନ ବଞ୍ଚାଇବାକୁ ରକ୍ତ ଚାହୁଁଥିଲେ, ସେତେବେଳେ ଅମନ୍‌ ଶହ ଶହ ରୋଗୀଙ୍କ ରକ୍ତ ଅଭାବ ଦୂର କରିଥିଲେ। କେବଳ ଏତିକି ନୁହେଁ, ଅମନ୍‌ ଶବ ଦାହ କରିବାରେ ବି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ତେବେ ଅମନ୍‌ଙ୍କ ଏଭଳି ସାହାଯ୍ୟ ପାଇଁ ସବୁ ଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.