ଏବେ ପ୍ରାୟ ସବୁ ଲୋକ ଇଂରାଜୀ କହୁଛନ୍ତି । ଆଉ ଯେଉଁମାନେ କହିପାରୁନାହାଁନ୍ତି ସେମାନେ ନିଶ୍ଚିତ ଭାବରେ ଶିଖିବାକୁ ଚେଷ୍ଟା କରୁଛନ୍ତି । କାରଣ ଭାରତରେ ଅବସ୍ଥା ଏପରି ଯଦି ଜଣେ ୨ ଲାଇନ୍ ଇଂରାଜୀ କହିଦିଏ ତେବେ ସାମ୍ନା ବାଲା ତାକୁ ବଡ଼ ଲୋକ ବୋଲି ଭାବିବାକୁ ଲାଗିଥାଏ । ତେବେ ଆଜି ଆମେ ଇଂରାଜୀକୁ ନେଇ ଏମିତି କଛି କଥା କହିବୁ ଯାହା ଆପଣ କେବେ ଜାଣିନଥିବେ ।
– ଇଂରାଜୀ ଭାଷାରେ ପ୍ରାୟ ୮ ଲକ୍ଷ ଶବ୍ଦ ଅଛି ଯାହା ସଂସ୍କୃତ ପରେ ସବୁଠାରୁ ଅଧିକ ।
– ଅନ୍ଯ ଦେଶ ତୁଳନାରେ ଭାରତରେ ସବୁଠାରୁ ଅଧିକ ଲୋକ ଇଂରାଜୀ କୁହନ୍ତି ଏବଂ ବୁଝନ୍ତି ।
– ଇଂରାଜୀ ଡିକ୍ସିନାରୀରେ ପ୍ରାୟ ପ୍ରତି ୨ ଘଂଟାରେ ଗୋଟିଏ ନୂଅ ଶବ୍ଦ ଯୋଡା ଯାଇଥାଏ । ବର୍ଷରେ ପ୍ରାୟ ୪୦୦୦ ହଜାର ଶବ୍ଦ ଇଂରାଜୀ ଶବ୍ଦକୋଷରେ ସାମିଲ୍ ହୋଇଥାଏ । ଇଂରାଜୀର ପ୍ରଥମ ଶବ୍ଦକୋଷ ୧୭୫୫ରେ ଲେଖାଯାଇଥିଲା ।
– ଇଂଲଣ୍ଡଠୁ ଅଧିକ ଇଂରାଜୀ କହୁଥିବା ଲୋକ ନାଇଜେରିଆରେ ଅଛନ୍ତି ।
– ଯଦି ଆପଣ ଇଂରାଜୀରେ ଗଣନା ଲେଖିବା ଆରମ୍ଭ କରିବେ ( ଯେମିତି One, two, three, four. . )ତେବେ ୧ ବିଲିୟନ୍ ପହଂଚିବା ପୂର୍ବରୁ କୋଉଠି ବି B ଲେଟର୍ ଆସିବ ନାହିଁ ।
– ଇଂରାଜୀରେ ସବୁଠାରୁ ଅଧିକ ବ୍ଯବହାର ହେଉଥିବା ଅକ୍ଷର ହେଉଛି E । ଆଉ ସବୁଠାରୁ କମ୍ ବ୍ଯବହାର ହେଉଥିବା ଅକ୍ଷର ହେଉଛି Q । ଆଉ ସବୁଠାରୁ ଅଧିକ ଶବ୍ଦ S ଅକ୍ଷରରୁ ଆରମ୍ଭ ହୋଇଥାଏ ।
– ଇଂରାଜୀ Happy ଶବ୍ଦର ବ୍ଯବହାର Sad ଶବ୍ଦଠାରୁ ୩ ଗୁଣା ବ୍ଯବହାର ହୋଇଥାଏ ।
– ବିଶ୍ବର ପ୍ରାୟ ସମସ୍ତ କମ୍ପ୍ଯୁଟରରେ ଷ୍ଟୋର୍ ଥିବା ୮୦ % ସୂଚନା ଇଂରାଜୀରେ ।
– ଇଂରାଜୀରେ ସବୁଠାରୁ ଛୋଟ ସମ୍ପୂର୍ଣ୍ଣ ବାକ୍ଯ ଯାହା କେବଳ ଗୋଟିଏ ଶବ୍ଦରେ ତାହା ହେଉଛି go
– ଇଂରାଜୀରେ ସବୁଠାରୁ ଅଧିକ ପରିଭାଷା ବା Defination ବାଲା ଶବ୍ଦ ହେଉଛି SET । ବିଶ୍ବାସ କରିବେନି ଏହି ଗୋଟିଏ ଶବ୍ଦର ପ୍ରାୟ ୪୬୪ Defination ଅଛି ।
– Widow (ବିଧବା) ଇଂରାଜୀରେ ଏକ ମାତ୍ର ଶବ୍ଦ ଯାହା ଏହାର ପୁଲିଙ୍ଗ widower ରୁ ଛୋଟ ।
– ଇଂରାଜୀ ଭାଷାର ସବୁଠାରୁ ଲମ୍ବା ଶବ୍ଦ ହେଉଛି pneumonoultramicroscopicsilicovolcanokoniosis ଯାହା ୪୫ ଟି ଅକ୍ଷରର । ଏହାର ଅର୍ଥ ହେଉଛି : ଧୂଳି ଓ ମାଟିରେ ନିଶ୍ବାସ ନେବା ଯୋଗୁଁ କିଡନୀରେ ହେଉଥିବା ରୋଗ silicosis କୁ କହିବାର ଲମ୍ବା ତରିକା ।
– The quick brown fox jumps over the lazy dog ଏକ ଏମିତି ଶବ୍ଦ ଯେଉଁଥିରେ ଇଂରାଜୀର ସମସ୍ତ ୨୬ ଅକ୍ଷର ଆସିଥାଏ ।
– Therein ଏକ ଏମିତି ଶବ୍ଦ ଯେଉଥିରୁ ୧୦ ଟି ନୂଆ ଶବ୍ଦ ତିଆରି ହୋଇପାରେ । ସେଗୁଡିକ ହେଲା ; the, there, he, in, rein, her, here, ere, therein, herein
– ଇଂରାଜୀରେ Startling ଏକ ଏମିତି ଶବ୍ଦ ଯେଉଁ ଥିରୁ ଗୋଟିଏ ସମୟରେ ଗୋଟିଏ ଅକ୍ଷର ବାହାର କଲେ ଏକ ନୂଆ ଶବ୍ଦ ତିଆରି ହୁଏ ।
– ଆଜିର ସମୟରେ Dreamt ଏକ ମାତ୍ର ଶବ୍ଦ ଯାହା Mt ରେ ଶେଷ ହୋଇଥାଏ ।
– ସେହିପରି Queue ଏମିତି ଏକ ଶବ୍ଦ ଯେଉଁଥିରୁ ଯଦି ଶେଷ ଦୁଇ ଅକ୍ଷର ହଟାଇଦିଆଯାଏ ତେବେ ଉଚ୍ଚାରଣ ସମାନ ରହିବ ।
– Hydroxyzine ଏମିତି ଏକ ଶବ୍ଦ ଯେଉଁଥିରେ xyz ଲଗାତାର ଆସିଥାଏ ।
– Invisibility ଏକ ମାତ୍ର ଶବ୍ଦ ଯେଉଁଥିରେ ଗୋଟିଏ ସ୍ବରବର୍ଣ୍ଣ ୫ ଥର ଆସିଥାଏ ।
– ଗୋଟିଏ ନିଶ୍ବାସରେ କୁହାଯାଉଥିବା ସବୁଠାରୁ ଲମ୍ବା ଶବ୍ଦ ହେଉଛି sereeched ।
– i ଏବଂ j ଉପରେ ଯେଉଁ ଡଟ୍ ଥାଏ ତାକୁ title କୁହାଯାଏ ।
– Ok ଶବ୍ଦର ଉଦ୍ଭାବନ ୧୮୩୯ରେ ହୋଇଥିଲା । ଯେତେବେଳେ ଗୋଟିଏ ଖବରକାଗଜ ମଜାରେ ମଜାରେ Oll Korrect କୁ OK ଲେଖିଦେଇଥିଲା । ସେ ସମୟରେ ଭୁଲ୍ ସ୍ପେଲିଙ୍ଗ୍ ଲେଖିବାର ଫ୍ଯାସନ୍ ଥିଲା । ଆଉ ଲୋକମାନେ All Correct କୁ Oll Korrect ଲେଖୁଥିଲେ । ଏହିଠାରୁ ହିଁ OK ଶବ୍ଦ ବନିଗଲା ।