ଇଲୋଜିଙ୍କ ପ୍ରେମରେ ପାଗଳି ଥିଲେ ହୋଲିକା, ଧର୍ମସଙ୍କଟରେ ପଡି ପ୍ରେମ ପାଇଁ ଦେଇଥିଲେ ବଳିଦାନ

ହୋଲିକା ଇଲୋଜିଙ୍କୁ ପ୍ରେମ କରୁଥିଲେ। ହୋଲିକା କେବଳ ନିଜ ଭାଇ ଡରରେ ପ୍ରହ୍ଲାଦଙ୍କୁ ନେଇ ଅଗ୍ନିରେ ବସିଥିଲେ ସେତିକି ନୁହେଁ, ପ୍ରେମ ପାଇଁ ହୋଲିକା ମଧ୍ୟ ଅନେକ ତ୍ୟାଗ କରିଥିଲେ। ଧର୍ମସଙ୍କଟରେ ପଡି ପ୍ରେମ ପାଇଁ ଦେଇଥିଲେ ବଳିଦାନ ।

ହୋଲି ପର୍ବ ଆସିବା ମାତ୍ରେ ଆପଣଙ୍କ ମନରେ ଅନେକ ପ୍ରକାରର କାହାଣୀ ଆସିଥାଏ। ଆଉ ଏହିସବୁ କାହାଣୀରେ ହୋଲିକା ନାମ ଆଗ ଆସିଥାଏ। କିଭଳି ହୋଲିରେ ମିଥ୍ୟା ଉପରେ ସତ୍ୟ ଜୟ ହୋଇଥିଲା । ହୋଲିକା ଦହନ ଫାଲଗୁନ ପୂର୍ଣ୍ଣିମା ଦିନ କରାଯାଇଥାଏ। ମାନ୍ୟତା ରହିଛି ହୋଲିକା ଦହନ ପାଳନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଦ୍ୱାରା ପ୍ରତ୍ୟେକ ଦୁଃଖର ବିନାଶ ଘଟିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ହୋଲିକା କେବଳ ନିଜ ଭାଇ ଡରରେ ପ୍ରହ୍ଲାଦଙ୍କୁ ନେଇ ଅଗ୍ନିରେ ବସିଥିଲେ ସେତିକି ନୁହେଁ, ପ୍ରେମ ପାଇଁ ହୋଲିକା ମଧ୍ୟ ଅନେକ ତ୍ୟାଗ କରିଛନ୍ତି। ଆସନ୍ତୁ ଜାଣିବା , ହୋଲିକାଙ୍କ ପ୍ରେମ କାହାଣୀ ।

ହୋଲିକା ରାକ୍ଷସ ମହାରାଜା ହିରଣ୍ୟକଶ୍ୟପଙ୍କ ଭଉଣୀ ଥିଲା। ତାଙ୍କୁ ଏପରି ବରଦାନ ମିଳିଥିଲା ଯେ, ତାଙ୍କର ଅଗ୍ନି କୌଣସି କ୍ଷତି ପହଞ୍ଚାପାରୁନଥିଲା। ଏଥିପାଇଁ ହିରଣ୍ୟକଶ୍ୟପ ହୋଲିକାଙ୍କୁ ଅଗ୍ନିକୁଣ୍ଡରେ ପ୍ରହ୍ଲାଦଙ୍କୁ ନେଇ ବସିବାକୁ କହିଥିଲେ। ଭାଇଙ୍କ ଆଦେଶ ପାଳନ କରି ହୋଲିକା ଅଗ୍ନିକୁଣ୍ଡରେ ପ୍ରହ୍ଲାଦକୁ ନେଇ ବସିଥିଲେ। କିନ୍ତୁ ଏହି ସମୟରେ ପବନ ଏତେ ଜୋରରେ ହୋଇଥିଲା ଯେ, ଦୁଶାଳା ହୋଲିକାଙ୍କ ଶରୀରରୁ ଉଡି ଭକ୍ତ ପ୍ରହ୍ଲାଦଙ୍କ ଉପରେ ପଡିଥିଲା। ପରେ ପ୍ରହ୍ଲାଦ ତ ବଞ୍ଚିଗଲା କିନ୍ତୁ ହୋଲିକା ଭସ୍ମ ହୋଇଯାଇଥିଲା।

ପ୍ରଚଳିତ କଥା ଅନୁସାରେ, ହୋଲିକାଙ୍କ ପ୍ରେମ କାହାଣୀ ହିମାଚଳ ପ୍ରଦେଶ ସହିତ ଜଡିତ। ହୋଲିକା ଏପରି ଜଣେ ପ୍ରେମିକା ଥିଲା, ଯିଏ ନିଜ ପ୍ରେମକୁ ବଞ୍ଚାଇବା ପାଇଁ ନିଜକୁ ବଳି ଦେଇଥିଲା। ହୋଲିକାଙ୍କ ପ୍ରେମିକ ଇଲୋଜି ମଧ୍ୟ ପାଗଳ ହୋଇଯାଇଥିଲେ। ହୋଲିକାଙ୍କ ପ୍ରେମିକ ଇଲୋଜି କାମରୂପଙ୍କ ଭଳି ଦେଖିବାକୁ ଥିଲା। ଇଲୋଜି ହିରଣ୍ୟକଶ୍ୟପଙ୍କ ପଡୋଶୀ ରାଜ୍ୟର ରାଜକୁମାର ଥିଲେ। ହୋଲିକା ଇଲୋଜିଙ୍କୁ ପ୍ରେମ କରୁଥିଲେ। ଦୁହିଁଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା। କିନ୍ତୁ ଦୁର୍ହିଙ୍କ ଭାଗ୍ୟରେ ଏକ ହେବା ଲେଖାନଥିଲା।

ହିରଣ୍ୟକଶ୍ୟନ ନିଜର ପୁଅ ପ୍ରହ୍ଲାଦଙ୍କ ପ୍ରଭୁ ପ୍ରେମରେ ବହୁତ ଚିନ୍ତିତ ଥିଲା। ପ୍ରହ୍ଲାଦଙ୍କ ପ୍ରଭୁପ୍ରେମ ଛଡାଇବା ପାଇଁ ସେ ଅନେକ ପ୍ରକାର ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇନଥିଲା। ଏଥିପାଇଁ ହୋଲିକାକୁ ଡାକି ପ୍ରହ୍ଲାଦକୁ ମାରିବାକୁ ଯୋଜନା କରିଥିଲା। ପ୍ରହ୍ଲାଦଙ୍କ ବଦ୍ଧ ବିଷୟରେ ହୋଲିକା ଶୁଣି ଚକିତ ହୋଇଥିଲା। ସେ ଏହି କାମ କରିବାକୁ ମନା କରିଦେଇଥିଲା।

ହୋଲିକାଙ୍କ ଏକଥା ଶୁଣି ହିରଣ୍ୟକଶ୍ୟପ ହୋଲିକା ବିବାହ ଇଲୋଜି ସହିତ କରାଇବାକୁ ମନା କରିଦେଲେ। ଭାଇ ହିରଣ୍ୟକଶ୍ୟପଙ୍କ କଥାରେ ଭଉଣୀ ହୋଲିକା ବହୁତ ଚିନ୍ତିତ ଥିଲା। ସେ ନିଜ ପ୍ରେମ ଏବଂ ପୁତୁରା ମଧ୍ୟରେ କାହା ଜୀବନ ମଧ୍ୟ ସକଙ୍କଟରେ ପକାଇବାକୁ ଚାହୁଁଥିଲା। ଧର୍ମସଙ୍କଟରେ ପଡିଥିବା ହୋଲିକା ନିଜର ପାଇଥିବା ବରଦାନ ଯୋଗୁଁ ହିରଣ୍ୟକଶ୍ୟପକୁ ନେଇ କାଳରେ ବସାଇ ଅଗ୍ନିଗୁଣ୍ଡରେ ବସିଥିଲା। କିନ୍ତୁ ହୋଲିକାର ଏହି ବଳିଦାନ କାହାକୁ ମଧ୍ୟ ଜଣାନଥିଲା।

ଯେଉଁ ତିଥିରେ ହୋଲିକା ପ୍ରହ୍ଲାଦକୁ ନେଇ ଅଗ୍ନିରେ ପ୍ରବେଶ କରିଥିଲେ, ସେହି ତିଥିରେ ହିଁ ହୋଲିକା ଏବଂ ଇଲୋଜିଙ୍କ ବିବାହ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହିସବୁ କଥାକୁ ଅଜଣା ଇଲୋଜି ଯେତେବେଳେ ରାଜମହଲରେ ପହଞ୍ଚିଥିଲେ ହୋଲିକା ବିଷୟରେଜାଣି ସ୍ତବ୍ଧ ହୋଇଗଲେ। ଇଲୋଜି ନିଜର ମାନସିକ ସନ୍ତୁଳନ ହରାଇ ବସିଲେ। ଯେଉଁ ସ୍ଥାନରେ ହୋଲିକା ଜଳିଥିଲେ, ସେହିସ୍ଥାନରେ ଶୋଇପଡିଲେ। କୁହାଯାଏ, ଯେପର୍ଯ୍ୟନ୍ତ ଇଲୋଜି ଜୀବତ ରହିଥିଲେ, ହୋଲିକାକୁ ହିଁ ମନରେ ଝୁରୁଥିଲେ।

ହୋଲିକା ଏବଂ ଇଲୋଜୀଙ୍କ ଏହି ପ୍ରେମ କାହାଣୀକୁ ହିମାଚଳ ପ୍ରଦେଶରେ ଆଜି ମଧ୍ୟ ସମ୍ମାନପୂର୍ବକ ଭାବେ ସ୍ମରଣ କରାଯାଏ। ଏପର୍ଯ୍ୟନ୍ତ ମଧ୍ୟ ସେଠାରେ ହୋଲିକା-ଇଲୋଜିଙ୍କ ପ୍ରେମ କାହାଣୀ ଜୀବତ ରହିଛି।

Leave A Reply

Your email address will not be published.