ବେଳେବେଳେ ଅନେକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହା ବର୍ତ୍ତମାନ ଆମେରିକାରେ ଅସ୍ତ୍ରୋପଚାର ହେଉଥିବା ସମୟରେ ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଡାରକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।
ସୂଚନାନୁଯାୟୀ, ଜଣେ ୩୮ ବର୍ଷୀୟ ମହିଳା ଡାନିଏଲା ଗାଲେଗୋସ୍ କୋମାକୁ ଚାଲିଯାଇଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ଡ଼ାକ୍ତରମାନେ ଆଶା ଉଠାଇଦେଇଥିଲେ ଏବଂ ପରିବାର ଲୋକଙ୍କୁ କହିଥିଲେ ଯେ, ସେ ସୁସ୍ଥ ହେବାର ସମ୍ଭାବନା କମ୍ । ଯାହା ସେମାନେ ପରେ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ମାଧ୍ୟମରେ ଅଙ୍ଗ ଦାନ କରିବାକୁ ରାଜି ହୋଇଥିଲେ । ଅଙ୍ଗଦାନ ଅସ୍ତ୍ରୋପଚାର ସମୟରେ ଆଲୋଚନା ଆରମ୍ଭ ହୋଇଥିଲା । ସେହି ସମୟରେ ଗାଲେଗୋସଙ୍କ ଆଖିରୁ ଲୁହ ବାହାରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏପରି ଗତିବିଧ୍ ଦେଖିବା ପରେ ଡ଼ାକ୍ତର ଗାଲେଗୋସଭ୍କୁ ଆଖି ଖୋଲିବାକୁ କହିଥିଲେ । ଯାହା ମଧ୍ୟ ସେ କରିପାରିଥିଲେ । ସେ ଏପର୍ଯ୍ୟନ୍ତ ବଞ୍ଚିଥିବା ସ୍ପଷ୍ଟ ହୋଇଥିଲା । ଏସବୁ ଦେଖିବା ପରେ ହସ୍ପିଟାଲ କର୍ମଚାରୀଙ୍କୁ ଅଗକୁ ବଢିବାକୁ ଚାପ ପକାଇବା ସହ ଗତିବିଧି କମାଇବା ପାଇଁ ମର୍ଫିନ୍ ଦେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଅସ୍ତ୍ରୋପଚାର ବନ୍ଦ କରାଯାଇଥିଲା । ଯାହା ଦ୍ବାରା ଗାଲେଗୋସେନଙ୍କ ଜୀବନ ରକ୍ଷା ପାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।
ଅନ୍ୟପଟେ ମହିଳା ଜଣକ ସୁସ୍ଥ ହେବା ପରେ ସ୍ବାସ୍ଥ୍ୟ ଏବଂ ମାନବ ସେବା ବିଭାଗରେ ଏକ ଅଭିଯୋଗ ଦାକଲ କରିଥିଲେ । ଯାହା ପରେ ଝଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଦାନ ପ୍ରକ୍ରିୟା ପାଇଁ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ଦାୟୀ ବୋଲି କହିଛି ହସ୍ପିଟାଲ ।
Also Read : ସୋସିଆଲ ମିଡିଆରେ ଭାଇରଲ ହେଉଛି ବାପା-ଝିଅଙ୍କ ପ୍ରେମ କାହାଣୀ, ସାମ୍ନାକୁ ଆସିଲା ସତ