ସ୍ପେଶାଲ

ପାଗ ଖରାପ ଥିବାରୁ ହୋଇପାରିଲାନି ଆମେରିକା ହ୍ଯୁମାନ୍ ସ୍ପେସ୍ ମିସନର ଲଞ୍ଚିଂ, ଆସନ୍ତା ୩୦ ମେ’କୁ ଘୁଞ୍ଚିଲା

ଆମେରିକା ଅନ୍ତରିକ୍ଷ ଏଜେନ୍ସି ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଅନ୍ତରିକ୍ଷ ଯାତ୍ରୀଙ୍କୁ ସ୍ବଦେଶ ରାକେଟ ଏବଂ ସ୍ପେସକ୍ରାଫ୍ଟରେ ବସାଇ ଅନ୍ତରୀକ୍ଷକୁ ପଠାଇବାର କାର୍ଯ୍ଯକ୍ରମ ଲଞ୍ଚ ହେବାର କିଛି ସମୟ ପୂର୍ବରୁ ଟାଳି ଦିଆଯାଇଛି। ପାଗ ଖରାପ ଥିବାରୁ ଆଜିର ଲଞ୍ଚକୁ ଟାଳି ଦେବା ସମ୍ପର୍କରେ ନାସା ଟ୍ବିଟ କରି ସୂଚନା କରି ଦେଇଛି। ଏଥିସହ ଆସନ୍ତା ୩୦ ମେ ଅପରାହ୍ନ ୩.୨୨ରେ ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ୨୭ ମେ ୨୦୨୦ ବିଳମ୍ବିତ ରାତ୍ରୀ ୨.୦୩ମିନିଟ ପାଖାପାଖି ନାସା ଦୁଇଟି ଆମେରିକୀ ଆଷ୍ଟ୍ରୋନଟସ୍ କୁ ଆମେରିକାରୁ ଆମେରିକୀ ରାକେଟରେ ବସାଇ ISS କୁ ପଠାଇବା ନେଇ ପ୍ରସ୍ତୁତ ଥିଲା। ଯାହା ଆମେରିକୀ ଆଷ୍ଟ୍ରୋନଟସ୍ ଏହି ମିସନରେ ସ୍ପେସ ଷ୍ଟେସନ ଯିବ, ଯାହାର ନାଁ ରହିଛି- ରୋବର୍ଟ ବେନକେନ ଏବଂ ଡଗଲସ ହର୍ଲେ। ଦୁଇଟି ଅନ୍ତରିକ୍ଷରେ ଯାତ୍ରୀ ସ୍ପେସ୍ ଷ୍ଟେସନ ପହଞ୍ଚି ସାରିଥିଲେ।

ଆଷ୍ଟ୍ରୋନଟସ୍ କୁ ଆମେରିକୀ କମ୍ପାନୀ ସ୍ପେସ୍-ଏକ୍ସର ସ୍ପେସକ୍ରାଫ୍ଟ ଡ୍ରାଗନରୁ ଇଣ୍ଟାନ୍ଯାସନାଲ ସ୍ପେସ୍ ସେଣ୍ଟର ପଠାଯିବାର ଥିଲା। କିନ୍ତୁ ବର୍ତ୍ତମାନ ତାହା କାର୍ଯ୍ଯକାରୀ ହୋଇପାରି ନାହିଁ। ସୂଚନାଯୋଗ୍ଯ ସ୍ପେସ-ଏକ୍ସ ଆମେରିକୀ ଉଦ୍ଯୋଗପତି ଏଲନ ମସ୍କଙ୍କ କମ୍ପାନୀ। ଏହା ନାସା ସହ ମିଶି ଭବିଷ୍ଯ ପାଇଁ ଅନେକ ଅନ୍ତରିକ୍ଷ ମିସନ ପାଇଁ କାମ କରୁଛି।

୩୦ ମିନିଟ୍ ପୂର୍ବରୁ ନିଆଗଲା ନିଷ୍ପତି

ରିପୋର୍ଟ ଅନୁଯାୟୀ ଲିଫ୍ଟଲାଣ୍ଟରୁ ଚାରି ଘଣ୍ଟା ପର୍ଯ୍ଯନ୍ତ ଲଞ୍ଚ କଣ୍ଟ୍ରୋଲର୍ସ ଅନୁକୁଳ ପାଣିପାଗ ସମ୍ପର୍କରେ ବର୍ଷା, ବାଦଲ ଏବଂ ତୋପାନ NASAର କେନେଡି ସ୍ପେସ ସେଣ୍ଟରରେ ଛାଇ ରହିଥିବା ନେଇ ସୂଚନା ଦେଇଥିଲେ। ସୂଚନାଯୋଗ୍ଯ ୨ଘଣ୍ଟା ପରେ ଏହା ୬୦ ପରତିଶତ ଅନୁକୂଳ ହୋଇଯାଇଥିଲା କିନ୍ତୁ ଇଷ୍ଟ-କୋଷ୍ଟରେ ଗରମ ପବନ ଆଂଶକା ରହିଥିବା କାରଣରୁ ସମସ୍ଯା ସୃଷ୍ଟି ହେବା ନେଇ ପୂର୍ବ ନିର୍ଦ୍ଦାରିତ ଲଞ୍ଚିଂକୁ ଟାଳି ଦିଆଯାଇଛି। ସୂଚନା ଯୋଗ୍ଯ ପାଣିପାଗକୁ ଲକ୍ଷ୍ଯ କରି ଲଞ୍ଚିର ୩୦ ମିନିଟ୍ ପୂର୍ବରୁ ଏହି ନିଷ୍ପତି ନିଆଯାଇଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

33 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

34 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago