ଏଠାରେ କେବଳ ବିଫଳ ଛାତ୍ରଛାତ୍ରୀଙ୍କୁ ମିଳିଥାଏ ଆଡମିଶନ, ଜାଣନ୍ତୁ କେଉଁଠି ଏହି କଲେଜ ଏବଂ କଣ ରହିଛି ସ୍ବତନ୍ତ୍ରତା !

ଆଜିକାଲି ବହୁତ ଲୋକ ବିଦେଶ ଯାଇ ପାଠ ପଢ଼ୁଛନ୍ତି ଏବଂ କିଛି ଲୋକ ଦେଶରେ ରହି ନିଜର ନାମ ବିକାଶ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କଲେଜ ବିଷୟରେ ଜଣାଇବୁ ଯେଉଁଠି କେବଳ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ଆଡମିଶନ ମିଳିଥାଏ। ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ ଆମେରିକାର ଏହି କଲେଜର ନାମ ‘ସ୍ମିଥ କଲେଜ’। ଏହି କଲେଜ ମୈସାଚ୍ୟୁସେଟ ୟୁନିଭର୍ସିଟୀରୁ ଯୋଡି ହୋଇ ରହିଛି। ଏହି କଲେଜରେ ଫେଲ ହୋଇଥିବା ଛାତ୍ରଙ୍କ ପାଇଁ ବିଶେଷ କୋର୍ସ ଚାଲୁ କରାଯାଇଥାଏ। ଏହି ବିଶେଷ କୋର୍ସର ନାମ ’ଫେଲିଙ୍ଗ ୱେଲ’।
ଅସଫଳ ଷ୍ଟୁଡେଣ୍ଟସକୁ ହିଁ ମିଳିଥାଏ ଏହି ଆଡମିଶନ
ଏହି କୋର୍ସ ସେହି ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିଥାଏ ଯିଏ ଫେଲ ହେବା ପରେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି। ଏହାଛଡା ସେମାନଙ୍କୁ ଆଗକୁ ବଢ଼ିବା ତଥା ତାଙ୍କ ଜୀବନର ସମ୍ଭାବନା ବିଷୟରେ ମଧ୍ୟ କୁହାଯାଇଥାଏ। ଏହି କୋର୍ସର ଏହା ଖାସ କଥା ରହିଛି ଯେ ଆପଣ ବୟସରେ ଯେତେ ବି ପଢ଼ିଥାନ୍ତୁ ନା କାହିଁକି ଆପଣଙ୍କୁ ଏଠାରେ ଆଡମିଶନ ମିଳିଯାଇଥାଏ।
ଜାଣନ୍ତୁ କଲେଜର ସ୍ବତନ୍ତ୍ରତା
ଏଥିରେ ଆଡମିଶନ ନେବା ପାଇଁ ଏହା କେବଳ ଜଣାଇବାକୁ ପଡିଥାଏ ଯେ ଆପଣ କେଉଁ ବିଭାଗରେ ବିଫଳ ହୋଇଛନ୍ତି। ଏଠାରେ ଦାଖିଲା ହେବାପରେ ଆପଣଙ୍କୁ ସେହି ଉପାୟ ବିଷୟରେ ଶିକ୍ଷା ଦିଆଯାଇଥାଏ ଯାହା ଦ୍ବାରା ଆପଣ ଜୀବନର ସମସ୍ୟା ଠାରୁ ବାହରି ପାରିବେ। ଏହି କୋର୍ସକୁ ପୂରା କରିବା ପରେ କଲେଜ ପକ୍ଷରୁ ଆପଣଙ୍କୁ ସାର୍ଟିଫିକେଟ ମଧ୍ୟ ଦିଆଯାଇଥାଏ।