ସ୍ପେଶାଲ

କରୋନା ପଛକୁ ଆସୁଛି ମାରାତ୍ମକ “ଚାପେର ଭାଇରସ”, ଚିନ୍ତାରେ ବୈଜ୍ଞାନିକ

କରୋନା ପରେ ପାଦ ଥାପୁଛି ଆଉ ଏକ ମାରାତ୍ମକ ଭାଇରସ । ଏହାକୁ ନେଇ ବଢ଼ିବାରେ ଲାଗିଛି ବୈଜ୍ଞାନିକଙ୍କ ଚିନ୍ତା । ଆମେରିକାର ସଂସ୍ଥା ନିକଟରେ ବୋଲିଭିଆରେ ଏକ ଦୁର୍ଲଭ ଭାଇରସର ସନ୍ଧାନ ପାଇଛନ୍ତି । ଆଉ ଏହାର ନାଁ ରଖାଯାଇଛି “ଚାପେର ଭାଇରସ” । କରୋନା ପରି ଏହି ଭାଇରସଟି ମଧ୍ୟ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେବ । ଏହାର ଲକ୍ଷଣ ମାନକୁ ଦୃଷ୍ଟିରେ ରଖି ଏହାକୁ ବୈଜ୍ଞାନିକ ମାନେ ଇବୋଲା ଶ୍ରେଣୀ ଭୁକ୍ତ କରିଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଗତ ବର୍ଷ ବୋଲିଭିଆ ରାଜଧାନୀ ଲା ପାଜର ଦୁଇ ଜଣ ଅଧିବାସୀ ଏହି ଭାଇରସରେ ସଂକ୍ରମିତ ବୋଲି ଜଣା ପଡ଼ିଥିଲେ । ଆଉ ସେହି ମାନଙ୍କ ଠାରୁ ଏହି ରୋଗ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ବ୍ୟାପିଥିଲା । ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜ୍ୱର ହେବା ସହ ଖୁବ ରକ୍ତସ୍ରାବ ହୋଇଥାଏ ।

ଅତି ଜଟିଳ ସ୍ଥିତିରେ ତ୍ୱଚା ସମେତ ରୋଗୀର ମୁହଁ, ଆଖି, କାନ ଆଦିରୁ ରକ୍ତ ସ୍ରାବ ହୋଇପାରେ । ଆଜକୁ ୧୭  ବର୍ଷ ତଳେ ୨୦୦୩ ମସିହାରେ ପ୍ରଥମ ଥର ପାଇଁ ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ୨୦୦୪ରେ ଲା ପିଆଜ ଠାରୁ ପ୍ରାୟ ୩୭୦ ମାଇଲ ଦୂର ଚାପେର ଅଞ୍ଚଳରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବାରୁ ଏହାର ନାମକାରଣ ଏପରି ହୋଇଥିଲା । ସେହି ବର୍ଷ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ବେଳେ ୨୦୧୯ ରେ ପୁଣି ଥରେ ସେହି ଭାଇରସର ଲକ୍ଷଣ ମାନ ସାମ୍ନାକୁ ଆସିଛି ।

କଣ ହୋଇଥାଏ ଲକ୍ଷଣ:     

ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କର ଖୁବ ଜୋରରେ ଜ୍ୱର ହୋଇଥାଏ । ଏହା ଦ୍ୱାରା ଶରୀରର ରକ୍ତ ପ୍ରବାହକୁ ଧୀର ହୋଇଯାଏ । ପ୍ରବଳ ଉତ୍ତାପ କାରଣରୁ ଶରୀରର ରକ୍ତ କୋଷିକା ମାନ ମଧ୍ୟ ନଷ୍ଟ ହୋଇଯାଏ । ଯାହା ଫଳରେ ଇଣ୍ଟରନାଲ ବ୍ଳ୍ଇଡିଂ ପରି ସମସ୍ୟା ଦେଖାଦିଏ । ଡେଙ୍ଗୁ, ହଳଦିଆ ଜ୍ୱର, ଲାସା, ଇବୋଲା ପରି ରୋଗକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି । ଆଉ ମଧ୍ୟ ଜଣାଯାଇଛିକି ପୃଥିବୀର ଟ୍ରପିକାଲ ଅଞ୍ଚଳରେ ଏହି ରୋଗୀ ଦେଖାଯାଆନ୍ତି ।ବୈଜ୍ଞାନିକଙ୍କ ଅନୁଯାୟୀ ଭାରତୀୟ ଜଳବାୟୁରେ ଏହି ଭାଇରସ ଦ୍ରୁତ ଗତିରେ ବଢିପାରେ । ପଶୁ ଠାରୁ ମଣିଷକୁ ଅଥବା ମଣିଷ ଠାରୁ ମଣିଷକୁ ଏହା ବ୍ୟାପିପାରେ । କିନ୍ତୁ କହିରଖିବା ଉଚିତ ହେବ କି ଏହି ଜ୍ଵରର କୌଣସି ସ୍ଥାୟୀ ଚିକିତ୍ସା ବାହାରି ପାରି ନାହିଁ । ଆଗୁଆ ସତର୍କ ହେବା ହିଁ ଏହି ରୋଗ ଠାରୁ ରକ୍ଷା ପାଇବାର ସର୍ବଶ୍ରେଷ୍ଠ ଉପାୟ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

5 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago