ସ୍ପେଶାଲ

ଆଇନ ସିନା ଏମାନଙ୍କୁ ଅଲଗା କରିଦେଲା, କିନ୍ତୁ ଏମାନଙ୍କ ଭଲ ପାଇବାକୁ କେମିତି ଅଲଗା କରିବ

ମଣିଷର ପ୍ରତ୍ୟେକଟି ସମ୍ପର୍କ ଜନ୍ମ ପୂର୍ବରୁ ତିଆରି ହୋଇଥାଏ। ଏମିତିରେ କହିବାକୁ ଗଲେ ଭଗବାନ ନିଜେ ପ୍ରତ୍ୟେକଙ୍କ ପାଇଁ ସମ୍ପର୍କ ଆଗରୁ ବନେଇ ରଖିଛନ୍ତି। କିନ୍ତୁ ବନ୍ଧୁତା ଏଭଳି ଏକ ସମ୍ପର୍କ ଯାହା ମଣିଷକୁ ନିଜେ ତିଆରି କରିବାକୁ ପଡ଼ିଥାଏ। ଆଉ ଏଇ ସମ୍ପର୍କ ହୋଇଥାଏ ସବୁଠୁ ମୂଲ୍ୟବାନ। ପ୍ରକୃତ ବନ୍ଧୁତା କେବେ ହେଲେ ଜାତି , ବର୍ଣ୍ଣ , ଧର୍ମ ଦେଖି ହୁଏ ନାହିଁ। ଆପଣ ନିଜ ଆଖପାଖରେ ଅନେକ ଲୋକଙ୍କ ସମ୍ପର୍କରେ ଆସୁଥିବେ। କିନ୍ତୁ କେବେ ଜୀବଜନ୍ତୁଙ୍କୁ ନିଜ ବନ୍ଧୁ ବନାଇଛନ୍ତି।

ଅନେକ ଲୋକ ଏବେ ପୋଷା କୁକୁର ଓ ବିଲେଇ ରଖୁଛନ୍ତି ସତ; କିନ୍ତୁ ଆମେ ଯେଉଁ ବ୍ୟକ୍ତିଙ୍କ କଥା କହୁଛୁ ସେ ହେଉଛନ୍ତି ଜଣେ ପକ୍ଷୀ ପ୍ରେମୀ ମଣିଷ। ଉତ୍ତରପ୍ରଦେଶର ମହମ୍ମଦ ଆରିଫ, କଥା ଓ ଚର୍ଚ୍ଚା ତାଙ୍କ ବନ୍ଧୁତାକୁ ନେଇ.. ଯାହା ରହିଛି ସାରସ ପକ୍ଷୀ ସହ.. ଅନେକ ଥର ଏହିକଥା ଚର୍ଚ୍ଚକୁ ଆସିଥାଏ। ଜଣେ ପକ୍ଷୀ ପ୍ରେମୀ ତଥା ଭଲ ମଣିଷ ହିସାବରେ ସେ ଥରେ ଏହି ସାରସ ପକ୍ଷୀକୁ କ୍ଷତ ବିକ୍ଷତ ଅବସ୍ଥାରେ ବାଟରେ ପାଇଥିଲେ। ପରେ ତାକୁ ନିଜ ସାଥିରେ ଆଣି ଦେଖାଶୁଣା କଲେ। ନିଜ ପିଲା ଭଳି ଯତ୍ନ କଲେ। ଆଉ ତା ପରେ ଆରମ୍ଭ ହେଲା ମହମ୍ମଦ ଓ ସାରସ ପକ୍ଷୀର ବନ୍ଧୁତା.. ଏମିତି ସେମିତି ବନ୍ଧୁତା ନଥିଲା। ମହମ୍ମଦ ଯାହା କରୁଥିଲେ , ଯାହା ଖାଉଥିଲେ ଯେଉଁଠାକୁ ବି ଯାଉଥିଲେ ସାରସ ପକ୍ଷୀ ତାଙ୍କ ପଥ ଅନୁସରଣ କରୁଥିଲା। ଆପଣ ଭିଡ଼ିଓ ଦେଖି ଜାଣିପାରୁଥିବେ ତାଙ୍କ ବନ୍ଧୁତା କେତେ ଗଭୀର। ପକ୍ଷୀ ଟି ଭାଷା ବୁଝିପାରୁନଥିଲେ ବି ମହମ୍ମଦଙ୍କ ଭଲ ପାଇବା ତାକୁ ଅତି ନିଜର ଲାଗିଛି। ସେ ମହମ୍ମଦଙ୍କ ପରିବାରର ଏକ ସଦ୍ୟସ୍ୟ ଭଳି….

କିନ୍ତୁ ଘଟଣାର ରୂପରେଖ ସେତେବେଳେ ବଦଳିଗଲା ଯେତେବେଳେ ମହମ୍ମଦଙ୍କ ଉପରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଉଲଘଂନ କରିବାର କେସ ଲାଗିଲା। ସାରସ ପକ୍ଷୀକୁ ନିଜ ପାଖରେ ରଖିବାକୁ ଦଣ୍ଡ ବୋଲି ଦର୍ଶାଇ ବନାଧିକାରୀ ଏହି ସାରସ ପକ୍ଷୀକୁ ବିହାରର କାନପୁର ଚିଡ଼ିଆଖାନାରେ ସିଫ୍ଟ କରାଗଲା। ଅନେକ ଚେଷ୍ଟା ପରେ ବି ମହମ୍ମଦ ନିଜ ବନ୍ଧୁ ସାରସକୁ ନିଜ ପାଖରେ ରଖିବାରେ ଅସମର୍ଥ ରହିଲେ । ଅନେକ ଦିନର ଚେଷ୍ଟା ପରେ ସେ ଚିଡ଼ିଆଖାନାକୁ ଆସିଛନ୍ତି। ନିଜ ବନ୍ଧୁଙ୍କୁ ଭେଟିବା ପାଇଁ.. ଯାହାର କ୍ଳିପ ଏବେ ଆପଣ ଦେଖୁଛନ୍ତି। ଏହାକୁ ମହମ୍ମଦ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପ୍ରଥମେ ମହମ୍ମଦଙ୍କୁ ଚିହ୍ନିବାକୁ ସାରସ ପକ୍ଷୀ ଟିକେ ସମୟ ନେଇଥିଲେ। ପରେ ମହମ୍ମଦ ନିଜ ମୁହଁରୁ ମାସ୍କ ଖୋଲିବା ମାତ୍ରେ ସାରସ ପକ୍ଷୀର ଖୁସି କହିଲେ ନ ସରେ.. ଏତେ ଦିନ ପରେ ନିଜ ପୁରୁଣା ବନ୍ଧୁଙ୍କୁ ଭେଟିବା ପରେ ଦେଖନ୍ତୁ ସେ କେତେ ଖୁସି। ଏସବୁ ଦେଖିବା ପରେ ମହମ୍ମଦ ପୁଣି ଥରେ ବନବିଭାଗ କୁ ଅନୁରୋଧ କରିଛନ୍ତି ତାଙ୍କ ବନ୍ଧୁଙ୍କୁ ଛାଡ଼ିଦେବା ପାଇଁ.. ଦେଖାଯାଉ ଆଗକୁ କଣ ରହୁଛି ନଷ୍ପତ୍ତି..

ତେବେ ସତରେ ବନ୍ଧୁତାର ମୂଲ୍ୟବୋଧ ଏମାନଙ୍କୁ ମଣିଷଠୁ ବି ଅଧିକ ଜଣା। ସେଥିପାଇଁ ନା ହିଂସା ନା ରାଗ, ନା ଗର୍ବ .. ଏସବୁର ଢ଼େର ଆଗରେ ଆଉ ଖୁବ ଉଚ୍ଚରେ ଅଛି ମହମ୍ମଦ ଆଉ ସାରସର ସମ୍ପର୍କ। ଯାହାକୁ ଦେଖିବା ପରେ ମଣିଷ ସମାଜ ବନ୍ଧୁତାର ସଠିକ ଅର୍ଥକୁ ବୁଝିବା ଦରକାର।

 

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago