ଅଁଳା ଗଛକୁ ଏହି ବିଧିରେ ପୂଜା କଲେ ହେବ ସବୁ ମନୋସ୍କାମନା ପୂର୍ଣ୍ଣ

ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। ଏହିଦିନ ରାଧାରାଣୀଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ। ତେବେ ଏହିଦିନକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ। ଅନ୍ୟ ପକ୍ଷରେ ଆମେ ଏହାକୁ ଧାତ୍ରୀ ନବମୀ ବା କୁଷ୍ମଣ୍ଡା ନବମୀ ବୋଲି ମଧ୍ୟ କହିଥାଉ ।ଏ ବର୍ଷ ୧୨ ନଭେମ୍ବର ଶୁକ୍ରବାର ଦିନ ପର୍ବକୁ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଏହିଦିନ ଆପଣ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଯାହା ଆପଣଙ୍କୁ ଅକ୍ଷୟ ଫଳ ମଧ୍ୟ ଦେଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଅଁଳା ନବମୀ ଦିନରୁ ଦ୍ୱାପର ଯୁଗର ଆରମ୍ଭ ହୋଇଥିଲା। ଏବଂ ଏହିଦିନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ବୃନ୍ଦାବନ ପରିକ୍ରମାର ଆରମ୍ଭ ମଧ୍ୟ ଏହିଦିନରୁ କରାଯାଇଥାଏ ।

ତେବେ ଆଜି ଅର୍ଥାତ ନଭେମ୍ବର ୧୨ ତାରିଖ ଶୁକ୍ରବାର ସକାଳ ୫ଟା ବାଜି ୫୧ ମିନିଟରୁ ଅଁଳା ନବମୀ ପର୍ବ ପାଳନ ପାଇଁ ତିଥି ଆରମ୍ଭ ହୋଇସାରିଛି। ଯାହା ଆସନ୍ତା ୧୩ ନଭେମ୍ବର ଶନିବାର ସକାଳ ୫.୩୦ ମିନିଟ ପର୍ଯ୍ୟନ୍ତ ରହିବ । ଏହାସହ ପୂଜା କରିବାର ସବୁଠୁ ଭଲ ସମୟ ଶୁକ୍ରବାର ସକାଳ ୬.୫୦ ମିନିଟ ରୁ ଦ୍ୱିପହର ୧୨.୧୦ ମିିନିଟ ସମୟ ପର୍ଯ୍ୟନ୍ତ ରହିଛି। ଏହିଦିନ ଗ୍ରହରାଜ ରବିଙ୍କର ଶୁଭ ପ୍ରଭାବ ଦିନ ୨.୫୪ମିନିଟରୁ ପରଦିନ ସକାଳ ୬.୧୪ମିନିଟ ପର୍ଯ୍ୟନ୍ତ ରହିବ। ଏହିସମୟ ରେ ପୂଜା କଲେ ମଧ୍ୟ ଅନେକ ଶୁଭ ଫଳ ମିଳିବ । ତେବେ ଏହିିଦିନ ପୂଜା କରିବାର ସ୍ୱତନ୍ତ୍ର ବିଧି ମଧ୍ୟ ରହିଛି। ଏହା ସମ୍ପର୍କରେ ଜାଣିନିଅନ୍ତୁ ।

-ସକାଳ ସମୟରୁ ପ୍ରାତଃକାମ ସାରି ନୂଆ ବସ୍ତ୍ର ପରିଧାନ କରି ପ୍ରଥମେ ପୂଜାର ସବୁ ସାମଗ୍ରୀ ଏକାଠି କରନ୍ତୁ।
-ଏହିଦନ ଅଁଳା ଗଛକୁ ମଧ୍ୟ ପୂଜା କରାଯାଏ ।
– ତେଣୁ ଏହିଦିନ ଗଛର ଚାରିପାଖକୁ ସଫା କରି ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାସହ ଗଛରେ କଞ୍ଚା କ୍ଷୀର ଢ଼ାଳନ୍ତୁ ।
-ଏହାପରେ ପୂଜନ ସାମଗ୍ରୀ ଆଣି ଅଁଳା ବୃକ୍ଷ ପୂଜା କରନ୍ତୁ । ଏହାସହ ୮ଥର ପରିକ୍ରମା କରି ଗଛରେ ନାଲି ସୂତା ବାନ୍ଧନ୍ତୁୁ । କିଛି କିି ଛି ସ୍ଥାନରେ ଏହିଦିନ ୧୦୮ ଥର ପରିକ୍ରମା ମଧ୍ୟ ଲୋକେ କରିଥାନ୍ତି।

-ଏବେ ଘିଅ ଦୀପ ସହ ଶ୍ରୀକର୍ପୂର ଆଳତୀ କରନ୍ତୁ। ଶେଷରେ ଅଁଳା ନବମୀ ବହି ପଢ଼ି ପୂଜା ସମ୍ପନ୍ନ କରନ୍ତୁ। ଏଭଳି ଭାବେ ଆପଣ ପୂଜା କରି ନିଜ ମନୋସ୍କାମନା ପୂର୍ଣ୍ଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.