ଦୁନିଆର ବିଷାକ୍ତ ଜୀବ, ଯାହା କେଇ ମିିନିଟ ରେ ଖାଇଯାଏ ମଣିଷର ବ୍ରେନ, ୯୭%ରୋଗୀଙ୍କର ହୋଇଯାଏ ମୃତ୍ୟୁ
ଦୁନିଆରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଭରି ରହିଛନ୍ତି। ଯେଉଁମାନଙ୍କ ଭିତରୁ କିଛି ବିଷାକ୍ତ ଓ ବିପଦଜନକ ହୋଇଥାନ୍ତି। ଏଭଳି ଜୀବ ମାନଙ୍କ ଭିତରୁ କିଛି ଏମିତି ବି ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା ମାତ୍ର କେଇ ମିନିଟରେ ମଣିଷର ଜୀବନ ଚାଲିଯାଏ। ଅନେକ ଜୀବଙ୍କୁ ମଣିଷ ଖାଲି ଆଖିରେ ଦେଖିପାରେ ନାହିଁ। କିନ୍ତୁ ତାଙ୍କ ଉପସ୍ଥିତିରେ ମୃତ୍ୟୁ ସୁନିଶ୍ଚିତ। ଏମାନେ ମଣିଷ ସମାଜ ପାଇଁ ବିପଦଜନକ ହୋଇଥାନ୍ତି। ତେବେ ଆମେ ଆଜି ଯେଉଁ ଜୀବ ସମ୍ପର୍କରେ କହିବୁ ତାହା ସିଧା ମଣିଷର ବ୍ରେନକୁ ଆଟାକ୍ କରିଥରଏ। ଏହା ମଣିଷର ବ୍ରେନ ବା ମସ୍ତିଷ୍କକୁ ନଷ୍ଟ କରିଦିଏ। କିଛି ଭାବିବା ପୂର୍ବରୁ ସବୁ ଶେଷ ହୋଇଯାଇଥାଏ। ଏମାନଙ୍କୁ ନେଇ ବୈଜ୍ଞାନିକ ମଧ୍ୟ ଏବେ ଚିନ୍ତାରେ..
ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଜୀବ ମଣିଷର ମସ୍ତିଷ୍କକୁ ନଷ୍ଟ କରିଦିଏ। ଏହାର ନାମ ଅମୀବା। ଯାହାର ଗତି ଏବେ ଦ୍ରୁତ ମାତ୍ରାରେ ବଢ଼ୁଛି। ରିପୋର୍ଟ ଅନୁସାରେ ଏହି ଜୀବର ସଂକ୍ରମଣରେ ୯୭% ଲୋକଙ୍କ ମୃତ୍ୟୁ ହୋଇଥାଏ।

ଏହା ଗୋଟିଏ କୋଶିକାରେ ତିଆରି ଜୀବ ଟି ଏ.. ଏହାକୁ ନାଗଲେରିଆ ଫୌଲେରୀ (Naegleria Fowleri) କୁହାଯାଏ। ଯେବେ ମଣିଷ ଉପରେ ଏହାର ପ୍ରଭାବ ପଡ଼େ ତେବେ ବଡ଼ ଭୟଙ୍କର ଧରଣର ବ୍ରେନ ଡ୍ୟାମେଜ ହେବାର ଆଶଙ୍କା ଦେଖାଦିଏ। ଏହା କେବଳ ମସ୍ତିଷ୍କ ନୁହେଁ ବରଂ ବ୍ରେନ ସେଲ୍ସକୁ ଖାଇଯାଏ। ଯାହା କାରଣରୁ ବ୍ରେନ ଡ୍ୟାମେଜ ହୋଇଯାଏ।
ସୂଚନା ଅନୁସାରେ କିଛି ଦିନ ପୂର୍ବେ ଆମେରିକାର ନବାଦା ରେ ଏହି ଜୀବ ର ସଂକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଯାଇଛି। ଯାହାପରେ ଏହି ଖବର ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛି। ଗତ ୧୯ ଅକ୍ଟୋବରରେ ଏହି ଖବର ସାମ୍ନାକୁ ଆସିଥିଲା। ପୋଖରୀରେ ଗାଧୋଇବା ସମୟରେ ଏହି ଅମୀବା ନାମକ ଜୀବ ଯୁବକଙ୍କୁ ଆକ୍ରମଣ କରିଥିଲା।
ଏବେ ଜାଣନ୍ତୁ ଏହାର ଲକ୍ଷଣ:
ଲଣ୍ଡନ ସ୍କୁଲ ଅଫ ହାଇଜୀନ ଓ ଟ୍ରପିକାଲ ମେଡ଼ିସିନ ପ୍ରଫେସର ଜିମି ହ୍ପିଟଓ୍ଵାର୍ଥ ଙ୍କ କହିବା ଅନୁଯାୟୀ ଏହା ନାକ ବାଟରେ ମଣିଷର ଶରୀରକୁ ପ୍ରବେଶ କରିଥାଏ। ଶରୀରକୁ ଯିବା ମାତ୍ରେ ଏହା ବ୍ରେନ ସେଲକୁ ଖାଇ ନଷ୍ଟ କରିଦିଏ। ଡାକ୍ତରଙ୍କ କହିବା ଅନୁସାରେ ଅମୀବା ଜୀବର ସଂକ୍ରମଣରେ ମଣିଷର ମୁଣ୍ଡବିନ୍ଧା, ଜ୍ୱର, ମୁଣ୍ଡ ବୁଲାଇବା ଓ ଅଚେତ ହେବାର ଲକ୍ଷଣ ଦେଖଯାଏ। ଏହାକୁ ନେଇ ଆମେରିକାର ଦକ୍ଷିଣ ସ୍ଥାନରୁ ଅନେକ ଖବର ଆସିଛି। ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହିପରି ଜୀବ ଜନ୍ମୁ ଥିବାର ଜଣାପଡ଼ିଛି। ଏମାନେ ୩୦ ଡିଗ୍ରୀ ସେଲସିୟସ୍ ଗରମ ପାଣିରେ ମଧ୍ୟ ବଞ୍ଚି ରହିପାରନ୍ତି।
ତେବେ ଏଭଳି ମାମଲା ଆମ ଦେଶ ତଥା ରାଜ୍ୟରେ ତ ଏଯାଏଁ ସାମ୍ନାକୁ ଆସିନାହିଁ। କିନ୍ତୁ ଯଦି ଏମିତି କିଛି ଘଟଣା ଘଟେ ତେବେ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ନଚେତ ଜୀବନ ପ୍ରତି ବିପଦ ବଢ଼ିଯିବ।