ଭାଇରାଲ ହେଲା ଛାତ୍ରଙ୍କ ଉତ୍ତର,ଫଟୋ ଓ ଲେଖା ମାଧ୍ୟମରେ ପ୍ରକାଶ କଲେ ନିଜ ଭାବନା
ଇଣ୍ଟରନେଟରେ ଏକ ଲେଖା ବେଶ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ଥିଲା ହାର୍ଟର ଏକ ଡାଇଗ୍ରାମ କରି ଏହାର ବିଭିନ୍ନ ଫଙ୍କସନ ଉପରେ ଲେଖନ୍ତୁ । ଜଣେ ଛାତ୍ର ଜୀବ ବିଜ୍ଞାନ ବିଷୟର ଉତ୍ତର ଖାତାରେ ଏଭଳି ଲେଖିଥିଲେ ଯାହାକୁ ଦେଖିଲେ ନିଶ୍ଚୟ ଆପଣ ହସି ହସି ଗଡିଯିବେ । ହୃଦୟ ହେଉଛି ଏକ ଭାବ ପ୍ରବଣତାର ଘର । ଯେଉଁଥିରେ ମଣିଷର ହସ,ଖୁସି,ଚିନ୍ତା,ସହ ଦୁଃଖ ସବୁ ପ୍ରକାର ଭାବ ଯୋଡି ହୋଇଥାଏ । ଛାତ୍ର ଜଣଙ୍କ କିଭଳି ଭାବରେ ପରୀକ୍ଷା ଖାତାରେ ହାର୍ଟର ଏକ ଚିତ୍ର କରିବା ସହ ହାର୍ଟରେ ଥିବା ବିଭିନ୍ନ ଅଙ୍ଗ ଗୁଡିକର ନାମ କରଣ କରିଛନ୍ତିା ପ୍ରିୟା,ରୂପା,ନମିତା ପୂଜା,ହରିତା ନାମ ସହିତ ଆଟ୍ରିଆ ଏବଂ ଭେଣ୍ଟିକଲ୍ସ ସହ କିଭଳି ଭାବରେ ଯୋଡିଛନ୍ତି ଏହି ଛାତ୍ର । ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପରି ଲେଖା ଯାଇଛି । ହାର୍ଟ କିଭଳି ଭାବେ ଫଙ୍କସନ କରିଥାଏ ଏହାର ସମ୍ପୂର୍ଣ୍ଣ ଚିତ୍ରରେ ଲେଖା ସହ ବର୍ଣ୍ଣନା କରାଯାଇଛି । ସମସ୍ତଙ୍କ ନାମ ସହ ଏକ ସଂକ୍ଷିପ୍ତ ବର୍ଣ୍ଣନା ମଧ୍ୟ କରାଯାଇଛି ।
ପ୍ରଥମ ନାମ ଥିଲା ପ୍ରିୟା ।ସେ ସବୁବେଳେ ମୋ ସହିତ ଇନଷ୍ଟାଗ୍ରାମରେ ଚାଟିଙ୍ଗ କରେ । ମୁଁ ତାକୁ ପସନ୍ଦ କରେ । ଦ୍ୱିତୀୟନାମ ଥିଲା ରୂପା । ସେ ମୋ ସହ ସ୍ନାପଚାଟରେ କଥା ହୁଏ । ସେ ଦେଖିବାକୁ ବହୁତ ସୁନ୍ଦର । ତୃତୀୟ ନାମ ଥିଲା ନମିତା । ସେ ମୋ ପଡୋଶୀ ଝିଅ । ତାର ବଡ ଆଖି ସହ ଲମ୍ବା ଚୁଟି ରହିଛି । ଚତୁର୍ଥ ନାମ ଥିଲା ପୂଜା । ସେ ମୋର ପୂର୍ବ ପ୍ରେମିକା ଥିଲା ଯାହାଙ୍କୁ ମୁଁ କେବେ ଭୂଲି ପାରିବି ନାହିଁ । ଏହାପରେ ଶେଷରେ ନାମ ଥିଲା ହରିତା । ହରିତା ମୋର ସହପାଠୀ ସେ ମୋର ପରମାନେଣ୍ଟ । ଛାତ୍ର ଜଣଙ୍କ ୫ ଟି ଝିଅଙ୍କ ନାମ ସହ ନିଜ ମନରେ ଥିବା ଭାବନା ଗୁଡିକୁ ଲେଖିଥିଲେ ।
ଏହି ଉତ୍ତର ଖାତା କୁ ଦେଖିବା ପରେ ଶିକ୍ଷକ ଛାତ୍ରଟିର କ୍ରିଏଟିଭ ବର୍ଣ୍ଣନା ଦେଖି ତାଜୁବ ହୋଇ ଯାଇଛନ୍ତି । ୧୦ ନମ୍ବରରୁ ଶୂନ ଦେଇଛନ୍ତି ଶିକ୍ଷକ । ବାପା ଓ ମାଙ୍କୁ ଡାକିବା ପାଇଁ ଛାତ୍ରଙ୍କୁ କହିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଛି ।