Categories: ସ୍ପେଶାଲ

ଭାରତର ଏମିତି ଏକ ବଜାର, ଯାହାକୁ ମହିଳା ମାନେ ହିଁ ପରିଚାଳନା କରିଥାନ୍ତି

ବୁଲା ବୁଲି କରିବାକୁ କିଏ ବା ଭଲ ନ ପାଏ । ବୁଲା ବୁଲି କରିବା ସମୟରେ ଯାତ୍ରୀ ମାନେ ସ୍ଥାନୀୟ ବଜାରରୁ ବହୁ କିଣା କିଣି ମଧ୍ୟ କରିଥାନ୍ତି । ଯଦି ବଜାରରେ ଭଲ ଜିନିଷ ମିଳିବା ସହ ଦୋକାନୀ ମାନଙ୍କ ଠାରୁ ଉତ୍ତମ ବ୍ୟବହାର ମିଳିଥାଏ ତେବେ ତା ମଜା ଅଲଗା । ପୃଥିବୀର ବିଭିନ୍ନ ପ୍ରାନ୍ତରେ ବହୁ ବଜାରମାନ ରହିଛି । କିନ୍ତୁ ଜାଣନ୍ତିକି ଭାରତରେ ମଧ୍ୟ ଏମିତି ଏକ ବଜାର ଅଛି ଯେଉଁଠିକି ବର୍ଷର ସବୁ ସମୟରେ ଲୋକଙ୍କ ଭିଡ ଜମିଥାଏ | ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନେ ମନଖୁସିରେ ଏଠାରୁ ଜିନିଷ ପତ୍ର କିଣିଥାନ୍ତି । ଏହା କେବଳ ଭାରତର ନୁହେଁ ବରଂ ପୁରା ଏସିଆ ମହାଦେଶର ଏକ ସୁପ୍ରସିଦ୍ଧ ବଜାର । ତେବେ ଆସନ୍ତୁ ଜାଣିବା କେଉଁ ବିଶେଷ କାରଣ ଯୋଗୁଁ ଭାରତର ଉତ୍ତର- ପୂର୍ବ ପ୍ରାନ୍ତରେ ଥିବା ଏହି ବଜାରଟି ଏତେ ସୁଖ୍ୟାତି ଅର୍ଜନ କରିପାରିଛି

ବଜାରର ନାଁ ‘ଇମ୍ଫାଲ କଇଥାଲ ବଜାର’:

ଦେଶର ଉତ୍ତର-ପୂର୍ବ ପ୍ରାନ୍ତରେ ମଣିପୁର ରାଜ୍ୟ ଅବସ୍ଥିତ । ଏହି ରାଜ୍ୟର ରାଜଧାନୀ ହେଉଛି ଇମ୍ଫାଲ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନକୁ ବେଶ ଛୁଇଁଥାଏ । ଏହି ସହରରେ ଅଛି ଇମ୍ଫାଲ କଇଥାଲ ବଜାର । ଏହି ବଜାରର ବିଶେଷତ୍ୱ ହେଉଛିକି ଏହି ବଜାରରେ କେବଳ ମହିଳା ମାନେ ହିଁ ଦୋକାନୀ ଭାବେ କାର୍ଯ୍ୟ କରିଥାନ୍ତି । ଏହି ବଜରାରେ କୌଣସି ପୁରୁଷ ଦୋକାନୀ ଭାବେ ନଥାନ୍ତି । ଏହି ମାର୍କେଟକୁ କ୍ଵାଇରାମବାଦ ବଜାର ବି କୁହାଯାଏ । ଏହି ଇମ୍ଫା କଇଥାଲ ବଜାରକୁ ଏସିଆ ମହାଦେଶର ମହିଳା ମାନଙ୍କ ଦ୍ୱାରା ପରିଚାଳିତ ସବୁଠୁ ବଡ ବଜାର ମଧ୍ୟ । ଏହି ବଜାରର ଇତିହାସ ବହୁ ପୁରୁଣା । ଏହି ବଜାରରେ ମହିଳା ମାନେ ହିଁ ପନିପରିବା, ମାଛ, ମସଲା, ଫଳ ଆଦି ବିକ୍ରି କରୁଛନ୍ତି । ଏହି ବଜାରଟି ସ୍ଥାନୀୟ ମହିଳା ସଶକ୍ତ କ୍ଷେତ୍ରରେ ବିଶେଷ ଭୂମିକା ନିଭେଇଥାଏ ।

ଏହା ସହ ପଢନ୍ତୁ: ଏ ହେଉଛି ‘ଭାରତର ଶେଷ ଚା’ ଦୋକାନ’, ଯାହା ସାମ୍ନାରେ ଛିଡ଼ାହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ

ଏହି ବଜାରର ଇତିହାସ:

ଇମ୍ଫା କଇଥାଲ ଶବ୍ଦର ମାନେ ହେଉଛି ମା’ ଙ୍କ ମାର୍କେଟ ବା ବଜାର ।  ଇମ୍ଫାର ମାନେ ହେଉଛି ମା ଓ କଇଥାଲର ମାନେ ହେଉଛି ବଜାର । ଏହି ବଜାରଟି ପ୍ରାୟ ୫୦୦ ବର୍ଷ ପୁରୁଣା । ୧୬୦୦ ଖ୍ରୀଷ୍ଟାବ୍ଦରେ ହିଁ ଏହି ବଜାରର ଆରମ୍ଭ ହୋଇଥିଲା । ପୂର୍ବରୁ ଏହି ଅଞ୍ଚଳରେ ବଣ୍ଡେଡ ଲେବର ବା ଗୋତି ଶ୍ରମିକ ପ୍ରଥା ପ୍ରଚଳିତ ଥିଲା । ତେଣୁ କରି ଏଠାକାର ପୁରୁଷ ମାନେ ଗୋତି ଶ୍ରମ ଖଟିବା ପାଇଁ ସହର ବାହାରକୁ ଯାଇଥାନ୍ତି । ସେହି କାରଣରୁ ହିଁ ଏହି ଅଞ୍ଚଳରେ ଏକ ବଜାରର ନିହାତି ଆବଶ୍ୟକ ଥିଲା । ତେଣୁ କରି ହିଁ ସେହି ସମୟରେ ଏହି ବଜାର ନିର୍ମାଣ କରି ସେଠାରେ ମହିଳା ମାନେ ହିଁ ସଞ୍ଚାଳନ କରିବା ଆରମ୍ଭ କରିଥିଲେ । ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହି ବଜାରଟି ଆକର୍ଷଣର କେନ୍ଦ୍ର ପାଲଟି ପାରିଛି । ଯଦି ଆପଣ କେବେ ମଣିପୁର ବୁଲିବା ପାଇଁ ଯାଆନ୍ତି ତେବେ ଏହି ବଜାରକୁ ଯିବାକୁ ଭୁଲିବେନି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago