ଜେଲରେ ଗ୍ୟାଙ୍ଗଷ୍ଟର କଲେ ବିବାହ, କଡା ସୁରକ୍ଷା ବଳୟ ଭିତରେ ଆସିଲେ କନ୍ୟା

ଆପଣ ନିଶ୍ଚିତ ରୂପେ କିଛିଟା ଭିନ୍ନ ଶୈଳୀରେ ବହୁତ ଅଜବ ବାହାଘର ହେଊଥିବା ଦେଖିଥିବେ । କିନ୍ତୁ ଭାରତର ପଞ୍ଜାବ ରାଜ୍ୟରେ ଦୁଇ ଦିନ ତଳେ ଏମିତି ଏକ ବାହାଘର ହୋଇଛି ଯାହାକୁ ଯଦି କୌଣସି ନିର୍ଦ୍ଦେଶକ ଫିଲ୍ମ ତିଆରି କରିଥାନ୍ତେ ତେବେ ନିଶ୍ଚିତ ଏକ ଭଲ ଫିଲ୍ମ ହୋଇପାରିଥାନ୍ତା । ହୁଏତ ଜେଲ ଇତିହାସରେ ଏମିତି ଏକ ଅଦ୍ଭୁତ ବାହାଘର ହୋଇଥିବ ଯେଉଁଥିରେ ଏକ କୁଖ୍ୟାତ ଗାଙ୍ଗଷ୍ଟାରଙ୍କର ବାହାଘର ଜେଲ ଭିତରେ ହିଁ ହେଉଥିବ । ବାହାଘରର ଲାଲ ଯୋଡ଼ା ପିନ୍ଧି ସଜବାଜ ହୋଇ କନ୍ୟା ଜେଲରେ ପହଞ୍ଚିଥିଲେ । ବୁଧବାର ସକାଳ ପ୍ରାୟ ସାଢେ ୯ ଟା ସମୟରେ କନ୍ୟା ପଞ୍ଜାବର ନାଭା ଜେଲରେ ପହଞ୍ଚିଥିଲେ । ତାଙ୍କ ସହ ଗ୍ୟାଙ୍ଗଷ୍ଟାର ମନଦୀପ ସିଂଙ୍କ ବନ୍ଧୁ ବାନ୍ଧବ ମଧ୍ୟ ସେହି ଜେଲରେ ପହଞ୍ଚିଥିଲେ ।

wedding

ସାଥିରେ ଗ୍ୟାଙ୍ଗଷ୍ଟାର ବର ପାଇଁ ବାହାଘରର ପୋଷାକ ଓ ପଗଡି ନେଇ ଉଭୟ ପକ୍ଷର ବନ୍ଧୁବାନ୍ଧବ ନାଭା ଜେଲରେ ପହଞ୍ଚିଥିଲେ । ସମସ୍ତଙ୍କ ମୁହଁରେ ବାହାଘରର ଖୁସି ଯେମିତି ଝଟକି ଉଠୁଥିଲା । ପୋଲିସ ପ୍ରଶାସନ ଓ ଜେଲ କତ୍ତୃପକ୍ଷଙ୍କ ତରଫରୁ ଜେଲ ପରିସରର ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା । ଆଉ ଏକ ବିଶେଷ କଥା ହେଉଛିକି ପ୍ରେମିକ ଗ୍ୟାଙ୍ଗଷ୍ଟାର ଜେଲରେ ବନ୍ଦୀ ଭାବେ ଥିବାରୁ ପ୍ରାୟ ୩ ବର୍ଷ ତଳେ ପ୍ରେମିକ ପ୍ରେମିକର ଫଟୋ ସହ ବାହା ହୋଇଯାଇଥିଲେ । କିନ୍ତୁ ସେହି ବାହାଘରକୁ ଘର ଲୋକ ମାନିବାକୁ ନାରାଜ ହେବାରୁ ପୁଣି ଥରେ ବାସ୍ତବରେ ପ୍ରେମିକାଙ୍କୁ ଜେଲରେ ହିଁ ପ୍ରେମିକକୁ ଜେଲରେ ବର ରୂପେ ଗ୍ରହଣ କରିବାକୁ ପଡିଥିଲା । ଏଥରର ବାହାଘର ସମ୍ପୂର୍ଣ୍ଣ ବୈଦିକ ରୀତିରେ ଲମ୍ବା ସମୟ ଧରି ଚାଲିଥିଲା ।

ସକାଳ ୧୦ରୁ ଦିନ ୩ ଟା ପର୍ଯ୍ୟନ୍ତ ଏହି ବିଭାଘର ଚାଲିଥିଲା । ଜେଲ କତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ତରଫରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ କ୍ରମେ ଏହି ବାହାଘରର ଆୟୋଜନ କରାଯାଇଥିଲା । ଜେଲର ଚାରି ପାଖରେ କିଛି କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା । ସୂଚନା ଅନୁଯାୟୀ ପୂର୍ବରୁ ଗ୍ୟାଙ୍ଗଷ୍ଟାର ମନ୍ଦୀପ ସିଂ ବାହାଘର ପାଇଁ ପାରୋଲରେ ଯିବାକୁ କୋର୍ଟରୁ ଅନୁମତି ମାଗିଥିଲେ । କିନ୍ତୁ କୋର୍ଟ ଏଥିପାଇଁ ଅନୁମତି ନ ଦେବାରୁ ଅକ୍ଟୋବର ୩୦ ତାରିଖରେ ହିଁ ଜେଲ ପରିସରରେ ବାହାଘର କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବାହାଘରର ଆଉ ଏକ ଖାସ କଥା ହେଉଛିକି ଏହି ପୁରା ବାହାଘରର ଆୟୋଜନ ଜେଲ କତ୍ତୃରପକ୍ଷଙ୍କ ତରଫରୁ ହିଁ କରାଯାଇଥିଲା ।

ଏହା ସହ ପଢନ୍ତୁ: ବାପା ନାଁ ମଧ୍ୟପ୍ରଦେଶ ଓ ପୁଅ ନାଁ ଭୋପାଳ, ଜାଣନ୍ତୁ ଏହି କୌତୁହଳପୂର୍ଣ୍ଣ ପରିବାର ବିଷୟରେ

ଜେଲ ସୁପରିଟେଣ୍ଡେଣ୍ଟ ରମଣଜିତ ସିଂ କହିଛନ୍ତିକି ଦୁଇ ପରିବାର ତରଫରୁ ୮ ଜଣ ଏହି ବାହାଘରରେ ସାମିଲ ହୋଇଥିବା ବେଳେ ବାହାଘରଟି ବେଶ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଯାଇଛି । ଜେଲ ପରିସରରେ ଏମିତି ଏକ ଅଜବ ବାହାଘର କରି ସେମାନେ ମଧ୍ୟ ବେଶ ଖୁସି ଥିବା କଥା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.