କମ୍‌ ଖର୍ଚ୍ଚରେ କରନ୍ତୁ ବିବାହ ମଣ୍ଡପ ବୁକିଂ, ମୋବାଇଲ ବିବାହ ମଣ୍ଡପ, ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଆଜିକାଲିର ଦୁନିଆରେ ବିବାହ ଉତ୍ସବ ଏକ ବ୍ୟୟବହୁଳ ବ୍ୟବସ୍ଥା । ବିବାହ ଉତ୍ସବରେ ଏକ ମଣ୍ଡପ ବୁକିଂ କରିବା ଯେତିକି ବ୍ୟୟବହୁଳ ସେତିକି କଷ୍ଟସାଧ୍ୟ ମଧ୍ୟ । ବିବାହ ସିଜିନରେ ମଣ୍ଡପ ବି ମିଳିବା ସହଜ ନୁହେଁ । ଏଥିପାଇଁ ଜଣେ ବ୍ୟକ୍ତି ଏପରି ଏକ ମଣ୍ଡପର ବ୍ୟବସ୍ଥା କରିଛନ୍ତି, ଯାହାକୁ ଅତି କମ ଖର୍ଚ୍ଚରେ ବ୍ୟବହାର କରିହେବା ସହ ସବୁ ସ୍ଥାନରେ ମଣ୍ଡପକୁ ନେଇ ପାରିବେ । ଏହା ଏକ ମୋବାଇଲ ବିବାହ ମଣ୍ଡପ । ଏହାକୁ ଯେ କୌଣସି ସ୍ଥାନକୁ ନେଇ ପାରିବେ । ବିବାହ ମଣ୍ଡପ ଭଳି ଏଥିରେ ସବୁ ପ୍ରକାର ବ୍ୟବସ୍ଥା ରହିଛି । ସାଜସଜ୍ଜା ଠାରୁ ଆରମ୍ଭ କରି ଏୟାର କଣ୍ଡସନ ରୁମ, ଲାଇଟ, ଚେୟାର, ଡାଇନିଂ ଟେବଲ ସହ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ଏହି ବିବାହ ମଣ୍ଡପରେ ।

ଗତିଶୀଳ ହୋଇ ପାରୁଥିବା ଏହି ବିବାହ ମଣ୍ଡପଟି ଏକ ବଡ ଟ୍ରକ ମଧ୍ୟରେ ବ୍ୟବସ୍ଥିତ । ଟ୍ରକଟିକୁ ଏପରି ଗଠନ କରାଯାଇଛି ଯେ ସେଥିରେ ବିବାହ ଉତ୍ସବ ଅନୁଷ୍ଠିତ ହେବା ସହ ୪୦ ରୁ ୨୦୦ ଯାଏ ବରଯାତ୍ରୀ ଓ ଅତିଥୀଙ୍କ ବସିବା ଓ ଖାଇବାର ବ୍ୟବସ୍ଥା ହୋଇ ପାରିବ ।

mandap

ବଡ କଥା ହେଉଛି ଏହି ବିବାହ ମଣ୍ଡପର ବୁକିଂ ଖର୍ଚ୍ଚ ମାତ୍ର ୭୦ ହଜାର ଟଙ୍କା । ଯାହାକି ଅନ୍ୟ ମଣ୍ଡପ ତୁଳନାରେ ଅତି ନଗଣ୍ୟ କହିଲେ ଭୁଲ ହେବ ନାହିଁ । ୨୦ x ୨୦ ଓ ୪୦ x ୩୦ ବର୍ଗ ଫୁଟରେ ଏହି ବିବାହ ମଣ୍ଡପ ଗଠନ କରାଯାଇ ପାରିବ । ଏଥିରେ ୪୦ ରୁ ୨୦୦ ଯାଏ ଲୋକ ବସି ଖାଇପାରିବାର ବ୍ୟବସ୍ଥା ରହିଛି ।

ଅତି କମ୍‌ ଖର୍ଚ୍ଚରେ ଜଣେ ବ୍ୟକ୍ତି ଏହି ମୋବାଇଲ ବିବାହ ମଣ୍ଡପରେ ବିବାହ କରାଇ ପାରିବେ । ଏହାକୁ ଯେ କୌଣସି ସ୍ଥାନକୁ ନିଆଯାଇ ପାରିବ । ଏହି ମୋବାଇଲ ବିବାହ ମଣ୍ଡପର ଭିଡିଓକୁ ଟ୍ଵିଟ କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ଏହି ଆଇଡିଆକୁ ପ୍ରଶଂସା କରିଛନ୍ତି । ଏବଂ ଉକ୍ତ ବିବାହ ମଣ୍ଡପକୁ ନିର୍ମାଣ କରିଥିବା ବ୍ୟକ୍ତିକୁ ଭେଟିବାକୁ ମଧ୍ୟ କହିଛନ୍ତି । ଏହି ବିବାହ ମଣ୍ଡପର ଭିଡିଓକୁ ଦେଖିଲେ ଯେ କେହି ପ୍ରଶଂସା ନ କରି ରହିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.