ଏଠି ଜିପକୁ ପିଠିରେ ବୋହୁଛି ଟ୍ରଲି, ସେୟାର କରି ଆନନ୍ଦ ମହିନ୍ଦ୍ରା ଦେଲେ ଏମିତି କିଛି କମେଣ୍ଟ…….

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା”ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଶ୍ୱର ନାମୀ ଦାମୀ ବିଜନେସ ମ୍ୟାନ ମାନଙ୍କ ମଧ୍ୟରୁ ଜଣେ । ଏହା ବାଦ ମଜାଦାର ଟ୍ୱିଟ ଓ ଦୟାଳୁ ସ୍ୱଭାବ କାରଣରୁ ବି ତାଙ୍କର ଏକ ଭିନ୍ନ ପରିଚୟ ଅଛି । ଏଇ ନିକଟରେ ହିଁ ଆନନ୍ଦ ମହିନ୍ଦ୍ରା ଏମିତି ଏକ ଟ୍ୱିଟ କରିଛନ୍ତି ଯାହାକି ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି । ସେ ଏକ ଫଟୋ ସେୟାର କରିଥିବା ବେଳେ ଏହି ଫଟୋରେ ଦେଖାଯାଇଛିକି ଜଣେ ବ୍ୟକ୍ତି “ମହିନ୍ଦ୍ରା କମ୍ପାନୀ” ଗାଡି ଢାଞ୍ଚାକୁ ଏକ ଠେଲାରେ ନେଇ ଯାଉଛି । ଆଉ ଏହାକୁ ନେଇ ଶ୍ରୀ ମହିନ୍ଦ୍ର ଏମିତି ଏକ କମେଣ୍ଟ ଦେଇଛନ୍ତି ଯାହାକି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଫଟୋଟିକୁ ଶ୍ରୀ ମହିନ୍ଦ୍ରା ମେ ୫ ତାରିଖରେ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି- ଫଟୋ ଟିକୁ ମୋର ଜଣେ ସାଙ୍ଗ ମୋତେ ଫରୱାର୍ଡ଼ କରିଛନ୍ତି | ଆଉ ଏହା ମଧ୍ୟ ଲେଖିଛନ୍ତିକି କୌଣସି ବି ଉପାୟରେ ହେଉ ମହିନ୍ଦ୍ରା ଆଗକୁ ଆଗକୁ ବଢ଼ିବାରେ ଲାଗିଛି । ମୋତେ ଏହା ଖୁବ ପସନ୍ଦ ଆସିଛି । ଏହା ସତଯେ ଆମେ ଆଗକୁ ଆଗକୁ ହିଁ ବଢ଼ିବୁ । ଯେଉଁଠି ଇଚ୍ଛା ଶକ୍ତି ଥାଏ ସେହିଠାରେ ବାଟ ଆପେ ଆପେ ମିଳିଯାଏ | ଫଟୋଟିରେ ଆପଣ ଦେଖିପାରିବେଯେ ଜଣେ ବ୍ୟକ୍ତି କିପରି ଏକ ଜିପ ଢ଼ାଞ୍ଚାକୁ ଏକ ଠେଲା ଉପରେ ରଖି ସଡକରେ ଟାଣି ଟାଣି ନେଉଛି । ଏହି ଟ୍ୱିଟଟିକୁ ଏଯାବତ ୨୪ ହଜାର ଲାଇକ୍ସ ମିଳିଥିବାବେଳେ ଶହ ଶହ ଥର ରିଟ୍ୱିଟ ବି କରାଯାଇ ସାରିଲାଣି ।

 

ଯେବେକି ମେ ୪ ତାରିଖରେ ଶ୍ରୀ ମହିନ୍ଦ୍ର “ପାଣିପାଗର ଭଵିଷ୍ୟବାଣୀ” ନାଁରେ ଏକ ଅଜବ ଯୁଗାଡ ସେୟାର କରିଛନ୍ତି । ଆଉ ଏକ ଫଟୋରେ କ୍ୟାପ୍ସନ ଦେଇଛନ୍ତିକି- “ଜଳଵାୟୁ ପରିବର୍ତ୍ତନ ସହ ପାଣିପାଗ ବି ଆପ୍ରତ୍ୟାଶିତ” । ଏମିତି ସ୍ଥିତିରେ ପାଣିପାଗ ବାବଦରେ ସଠିକ ଅନୁମାନ ଲଗାଇବା ପାଇଁ ବିଶ୍ୱସନୀୟ ପୂର୍ବାନୁମାନ ତନ୍ତ୍ର ପ୍ରମାଣିତ ହୋଇପାରେ । ତାଙ୍କର ଏହି ଟ୍ୱିଟକୁ ନ୍ୟୁଜ ଆକାରରେ ଲେଖାଯିବା ଭିତରେ ୧୯.୫ ହଜାର ଲାଇକ ମିଳିବା ସହିତ ଅନେକ ଥର ରିଟ୍ୱିଟ କରାଯାଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.